ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାଶନ୍ ଟୁରରେ ମୋଟରସ୍ପୋର୍ଟ ଓ ଫ୍ୟାଶନର ଅଦ୍ଭୁତ ମିଶ୍ରଣ

Share It

ଭୁବନେଶ୍ୱର : ଜୟପୁରରେ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର ଆୟୋଜିତ ହୋଇଯାଇଛି ଯେଉଁଠାରେ ମୋଟରସ୍ପୋର୍ଟ ଶକ୍ତି ସହିତ ହାଇ ଫ୍ୟାଶନର ମିଶ୍ରଣ ଦେଖିବାକୁ ମିଳିଛି । ଏହି ସଂସ୍କରଣରେ ମୋଟରସ୍ପୋର୍ଟସ-ଅନୁପ୍ରାଣିତ ଡିଜାଇନ, ଗ୍ଲାମରସ ପୋଷାକ ଏବଂ ହାଇ-ଅକ୍ଟେନ ଗ୍ଲାମର ପ୍ରଦର୍ଶିତ ହୋଇଥିଲା, ଯାହା ଫ୍ୟାଶନ୍‌ର ପରବର୍ତୀ ପଦକ୍ଷେପକୁ ଚିହ୍ନିତ କରିଛି । ଫ୍ୟାଶନ ଡିଜାଇନ କାଉନସିଲ ଅଫ୍ ଇଣ୍ଡିଆ (ଏଫଡିସିଆଇ) ସହଭାଗୀତାରେ ଆୟୋଜିତ ଏହି ରନୱେରେ ଡିଜାଇନର୍ ନମ୍ରତା ଜୋଶୀପୁରା ଏବଂ ଅଭିଷେକ ପାଟନୀ ଶକ୍ତିଶାଳୀ ମୋଟରକୋର-ଅନୁପ୍ରାଣିତ ଲୁକ୍ ଉପସ୍ଥାପନ କରିଥିଲେ, ଯାହା ରନୱେରେ ରେସିଂ ଭାବନା ଆଣିଥିଲା । ହରନାଜ ସାନ୍ଧୁ ଶେଷ ଶୋ\’ଷ୍ଟପର ଭାବରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯେବେକି ରଫ୍‌ତାରଙ୍କ ଦମଦାର ପ୍ରଦର୍ଶନ ସହିତ ରାତି ଶେଷ ହୋଇଥିଲା । ଏହି ଶୋ\’ରେ ଏକ ଅନନ୍ୟ ତିନି-ଲାପ୍ ରନୱେ ଅଭିଜ୍ଞତା ପ୍ରଦର୍ଶିତ ହୋଇଥିଲା, ଯାହା ଷ୍ଟେଜକୁ ଏକ ଆକର୍ଷଣୀୟ ମୋଟରସ୍ପୋର୍ଟ ସ୍ଥାନରେ ପରିଣତ କରିଥିଲା ।


ଏସମ୍ପର୍କରେ ପର୍ନୋଡ ରିକାର୍ଡ ଇଣ୍ଡିଆର ସିଏମଓ ଦେବଶ୍ରୀ ଦାସଗୁପ୍ତା କହିଛନ୍ତି, “ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାଶନ ଟୁରର ଜୟପୁର ଏଡିସନରେ ହାଇ-ଅକ୍ଟେନ ମୋଟରସ୍ପୋର୍ଟ ସହିତ ଗ୍ଲାମରସ ହାଇ-ଫ୍ୟାସନକୁ ମିଶ୍ରଣ କରାଯାଇଛି, ଯାହା ଏକ ଚିତାକର୍ଷକ ଅନୁଭୂତି ସୃଷ୍ଟି କରିଛି ଏବଂ ଷ୍ଟାଇଲ ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରୁଛି ।” ସେହିଭଳି ଡିଜାଇନର ଅଭିଷେକ ପାଟନୀ କହିଛନ୍ତି ଯେ, “ଏହି ସହଭାଗୀତା ସହିତ ଏକାଠି ଆମେ ଫ୍ୟାଶନକୁ ଏକ ନୂଆ ମୋଡ଼ ଦେଇଛୁ ଏବଂ ସ୍ପିଡକୁ ଷ୍ଟାଇଲ ସହିତ ମିଶ୍ରଣ କରିଛୁ, ଯାହା ଫ୍ୟାଶନର ଏକ ବୋଲ ଝଲକ ଉପସ୍ଥାପନ କରୁଛି ।” ଡିଜାଇନର୍ ନମ୍ରତା ଜୋଶୀପୁରା କହିଛନ୍ତି, “ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ୍ ଟୁର୍ ମୋତେ ହାଇ-ଅକ୍ଟେନ୍ କୌଚରକୁ ଏକ ଅନନ୍ୟ, ଫ୍ୟାଶନ୍‌-ଫରୱାର୍ଡ ଗନ୍ତବ୍ୟସ୍ଥଳକୁ ଆଣିବା ପାଇଁ ପ୍ରେରଣା ଦେଇଥିଲା । ଯେବେକି ଶୋ\’ଷ୍ଟପର୍ ହରନାଜ ସାନ୍ଧୁ କହିଛନ୍ତି, “ଜୟପୁରରେ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ୍ ଟୁର୍ ପାଇଁ ରନୱେରେ ଚାଲିବା ଏକ ରେସଟ୍ରାକ୍ ଉପରେ ପାଦ ଦେବା ପରି ଅନୁଭବ ହୋଇଥିଲା । ଏହା ଏକ ଶୋକେସ୍ ଉପସ୍ଥାପନ କରୁଛି ଯାହା ବୋଲ୍ଡ ଏବଂ ନିର୍ଭୀକ ଫ୍ୟାଶନ୍ ପ୍ରଦର୍ଶନ କରୁଛି ।”


ରାପର୍ ରଫ୍‌ତାର କହିଛନ୍ତି, “ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ୍ ଟୁର୍ ଫ୍ୟାଶନ୍‌କୁ ଏକ ସମ୍ପୂର୍ଣ୍ଣ ନୂତନ ଟ୍ରାକକୁ ନେଇଯାଇଛି, ଗତି, ଶକ୍ତି ଏବଂ ମନୋଭାବ ସହିତ ଫ୍ୟାଶନ୍‌କୁ ଆଗକୁ ବଢାଇଛି ।” ଏଫଡିସିଆଇ ଅଧ୍ୟକ୍ଷ ସୁନୀଲ ସେଟ୍ଟି କହିଛନ୍ତି, “ଏଫଡିସିଆଇ ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାଶନ ଟୁର ସହିତ ଆମେ ସହଭାଗୀ ହୋଇ ଆନନ୍ଦିତ, ଯାହା ଫ୍ୟାଶନ୍ ଜଗତର ଦୁଇଟି ବଡ଼ ନାମକୁ ଏକତ୍ର କରି ଏହାର ଭବିଷ୍ୟତ ଗଠନ କରୁଛି ।” ପରବର୍ତୀ ଟୁର କୋଲକତାରେ ହେବ ଯେଉଁଠାରେ ଡିଜାଇନର ଅନାମିକା ଖାନ୍ନା ଡିସେମ୍ବର ୨୦ରେ ଇଶାନ ଖଟ୍ଟରଙ୍କ ସହ ମଂଚରେ ନିଜର କାରିଗରୀ ଦେଖାଇବେ ।

 


Share It

Comments are closed.