ବିଜେପିର “ଗାଁ ଚାଲ ଅଭିଯାନ”

Share It

ଭୁବନେଶ୍ୱର,୦୬/୦୪:ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ କୁ ଯିବ ବିଜେପି। ତୃଣମୁଳ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ଅଭିଯାନ ଆରମ୍ଭ କଲା ବିଜେପି। ଅପ୍ରେଲ ୭ ତାରିଖରୁ ଅପ୍ରେଲ ୧୨ ତାରିଖ ପର୍ଯ୍ୟନ୍ତ ଗାଁ ରେ ଡେରା ପକାଇବେ ବିଜେପି କର୍ଯ୍ୟକର୍ତ୍ତା। ବୁଥୱାରି ଲୋକଙ୍କ ସହ ଯୋଡ଼ି ହେବ ବିଜେପି। ମୋଦି ଓ ମୋହନ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବେ। ଘରକୁ ଘର ଯିବେ ଦଳୀୟ ନେତା। ଗାଁରେ ଗାଁ ରେ ବସିବ ବୈଠକ। ସେହିପରି ସବୁ ବସ୍ତିରେ ମଧ୍ୟ ଘରକୁ ଘର ବୁଲି  ସରକାରଙ୍କ ସଫଳତା ବଖାଣିବା ସହିତ ସଂଗଠକୁ ମଜବୁତ କରିବେ।


Share It

Comments are closed.