ରାମ ମନ୍ଦିର ନିର୍ମାଣକୁ ନେଇ କିଛି ଏଭଳି ପ୍ରତିକ୍ରିୟା ରଖିଲେ ଲାଲ କୃଷ୍ଣ ଆଡଭାନୀ
ଅଯୋଧ୍ୟାରେ ଆଜି ଅନୁଷ୍ଠିତ ହୋଇଛି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ । ଭୂମି ପୂଜନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପିତାମହ ଭୀଷ୍ମ ତଥା ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାଣୀ ଏକ ଭିଡିଓ ଜାରି କରି ରାମ ମନ୍ଦିରକୁ ନେଇ ବଡ ବୟାନ ଦେଇଛନ୍ତି । ଭିଡିଓରେ ଆଡଭାଣୀ କହିଛନ୍ତି କହିଛନ୍ତି ମୋର ସ୍ୱପ୍ନ ପୂରଣ ହୋଇଛି । ଆଜିର ଦିନ ସବୁ ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିନ ।
ଆଡଭାଣୀ ଆହୁରି କହିଛନ୍ତି କେବେ କେବେ ଜୀବନର ଗୁରୁତ୍ୱପୂର୍ଣ୍ଣ ସ୍ୱପ୍ନ ସାକାର ହେବାପାଇଁ ସମୟ ଲାଗିଥାଏ । କିନ୍ତୁ ଯେତେବେଳେ ତୁମେ ଦେଖିଥିବା ସେହି ସ୍ୱପ୍ନ ସାର୍ଥକ ହୁଏ ସେତେବେଳେ ଖୁସିର ସୀମା ନଥାଏ । ଏମିତି ଏକ ସ୍ୱପ୍ନ ମୋର ହୃଦୟରେ ଥିଲା ଯାହା ଏବେ ପୁରା ହେବାକୁ ଯାଉଛି । ନିଜ ବାର୍ତ୍ତାରେ ଆଡଭାଣୀ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ରାମ ଜନ୍ମଭୂମି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରିଛନ୍ତି । ଏହା ବାସ୍ତବରେ ମୋ ପାଇଁ ଖାଲି ନୁହେଁ ସାରା ଦେଶ ପାଇଁ ଐତିହାସିକ ଓ ଭାବାତ୍ମକ ଦିନ ହେବ । ରାମ ଜନ୍ମ ଭୂମିରେ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ବିଜେପିର ସଂକଳ୍ପ ଥିଲା । ଭିଡିଓ ବାର୍ତ୍ତାରେ ରଥଯାତ୍ରା ସମ୍ପର୍କରେ ମନେ ପକାଇଛନ୍ତି ଆଡଭାଣୀ,ଲାଲକୃଷ୍ଣ ଆଡଭାଣୀ ନିଜର ବାର୍ତ୍ତାରେ ରଥଯାତ୍ରାକୁ ମଧ୍ୟ ମନେ ପକାଇ କହିଛନ୍ତି ରାମ ଜନ୍ମଭୂମି ଆନ୍ଦୋଳନ ବେଳେ ୧୯୯୦ ରେ ସୋମନାଥରୁ ଅଯୋଧ୍ୟା ପର୍ୟ୍ୟନ୍ତ ରଥଯାତ୍ରା ଭଳି କାର୍ଯ୍ୟକ୍ରମ କରି ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ସଂପାଦନ କରିଥିଲି । ଏଥିରେ ବହୁ ସଂଖ୍ୟାରେ କର୍ମୀ ଯୋଗଦେଇଥିଲେ । ରାମ ଜନ୍ମଭୂମି ଆନ୍ଦୋଳନରେ ବହୁମୂଲ୍ୟ ଯୋଗଦାନ ଏବଂ ବଳିଦାନ ଦେଇଥିବା ଭାରତ ଏବଂ ବିଶ୍ୱର ସାଧୁ ସନ୍ଥ, ନେତା ଓ ଲୋକଙ୍କ ଆଗ୍ରହକୁ ଧନ୍ୟବାଦ ଜଣାଉଛି ।
ଏହାସହ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ନେଇ ମଧ୍ୟ ଆଡଭାଣୀ ଖୁସି ବ୍ୟକ୍ତ କରିବା ସହ କୋର୍ଟଙ୍କ ଏହି ରାୟ ଦେଶର ଶାନ୍ତି ମୈତ୍ରୀ ଏକତା ଅଖଣ୍ଡତାର ବନ୍ଧନକୁ ଆହୁରି ମଜବୁତ କରିଛି ବୋଲି କହିଛନ୍ତି ।ଶେଷରେ ଆଡଭାଣୀ କହିଛନ୍ତି ମୋର ବିଶ୍ୱାସ ରାମ ମନ୍ଦିର ସମସ୍ତଙ୍କ ପାଇଁ ଏକ ନ୍ୟାୟ ମଜବୁତ ସମୃଦ୍ଧ ଶାନ୍ତିପୂର୍ଣ୍ଣ ଏବଂ ସାମଞ୍ଜସ୍ୟପୂର୍ଣ୍ଣ ରାଷ୍ଟ୍ର ଭାବେ ପ୍ରତିନିଧିତ୍ୱ କରିବ । କାହାକୁ ବାହାର କରିବ ନାହିଁ । ଯାହା ଦ୍ୱରା ବାସ୍ତବରେ ରାମରାଜ୍ୟ ଶୁ-ସାଶନର ପ୍ରତିକ ହୋଇପାରିବ ।
Comments are closed.