ଭବିଷ୍ୟତ ପିଢ଼ି ପାଇଁ ନୂତନ ଶକ୍ତି ଓ ଶପଥ ନେବାର ସମୟ: ମନମୋହନ ସାମଲ

ବିଜେପିର ୪୬ତମ ସ୍ଥାପନା ଦିବସ ପାଳିତ

Share It

ଭାରତୀୟ ଜନତା ପାର୍ଟି (ବିଜେପି)ର ୪୬ତମ ସ୍ଥାପନା ଦିବସ ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆଜିର ଦିନଟି ଆମ ପାଇଁ ଗର୍ବର ଦିନ । ଏହି ଦିନ ଆମକୁ ଆମର ମୂ୍ଯଯବୋଧ, ନୀତି, ଦୃ ସଂକଳ୍ପକୁ ପୁନଃସ୍ମରଣ କରାଏ । ସଂଗଠନର ଶକ୍ତି ଓ ସମର୍ପଣ ଭାବକୁ ସ୍ମରଣ କରି ଭବିଷ୍ୟତ ପିଢ଼ି ପାଇଁ ନୂତନ ଶକ୍ତି ଓ ଶପଥ ନେବାର ସମୟ । ସେ ଆହୁରି କହିଛନ୍ତି, ରାଷ୍ଟ୍ରବାଦୀ ବିଚାରକୁ ଆଧାର କରି ୧୯୮୦ ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ୪୬ ତମ ପତଷ୍ଠା ଦିବସ ପାଳନ କରୁଛି । ୧୯୮୦ ମସିହାରେ ଦେଶରେ ଯେତେବେଳେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା, ସେତବେବେଳ ଦେଶର ରାଜନୈତିକ ବିକଳ୍ପ ଭାବେ ଭାରତୀୟ ଜନସଂଘର ନୀତି, ଆଦର୍ଶ, ବିଚାରଧାରା ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ତ୍ୟାଗ, ତପସ୍ୟା ଓ ସାଧନାରୁ ଭାରତୀୟ ଜନତା ପାର୍ଟି ଆରମ୍ଭ ହୋଇଥିଲା। ଅଟଳବିହାରୀ ବାଜପେୟୀ ପ୍ରମୁଖଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଦଳ ୧୯୮୪ ମସିହା ସାଧାରଣ ର୍ନିବାଚନରେ ମାତ୍ର୨ ଜଣ ସାଂସଦ ର୍ନିବାଚିତ ହୋଇଥିଲେ । ୪୬ ବର୍ଷର ସଂଘର୍ଷ ଯାତ୍ରା ପରେ ଆଜି ଭାରତୀୟ ଜନତା ପାଟିର୍ର୍ ବିଶ୍ୱର ସବୁଠାରୁ ବ ରାଜନୈତିକ ଦଳ ଭାବେ ଉଭା ହୋଇଛି। ୨୧ଟି ରାଜ୍ୟରେ ବିଜେପି ଏବେ ଶାସନ କ୍ଷମତାରେ ରହିଛି । କାଶ୍ମୀରରୁ କନ୍ୟା କୁମାରୀ ଏବଂ ଗୁଜୁରାଟର କଚ୍ଛଠାରୁ ଆରମ୍ଭ କରି ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଏହି ଦଳ ପରିବ୍ୟାପ୍ତ ହୋଇଛି ବୋଲି ସାମଲ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଅବସରରେ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲଜୀଙ୍କ ଅନ୍ତ୍ୟୋଦୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକଙ୍କୁ ସମାଜର ମୁ୍ଯଯସ୍ରୋତରେ ପହଂଚାଇବାର ବଜ୍ର ଶପଥ ନେଇ ଗଢି ଉଠିଥିଲା ଭାରତୀୟ ଜନତା ପାର୍ଟି । ଲକ୍ଷ୍ୟ ଥିଲା ସମାଜର ତଳସ୍ତରରେ ରହୁଥିବା ଲୋକଙ୍କ ପାଖରେ ବିକାଶ ପହଂଚାଇବା । ରାଷ୍ଟ୍ରର ସେବା କରି, ତାର ଅଖଣ୍ଡତାକୁ ବଜାୟ ରଖିବା ସହ ନିରନ୍ତର ଭାବେ ସେବା କରିବା ଫଳରେ ଭାରତୀୟ ଜନତା ପାର୍ଟି ଓ ପ୍ରଦେଶ ଆଜି ତାର ସଂଗଠନକୁ ସୁଦୃ କରିପାରିଛି । ଆଜି ବିଜେପି ସରକାର ଚାଷୀ, ଶ୍ରମିକ, ମହିଳା, ଯୁବକ, ଗରିବ, ପଛୁଆବର୍ଗର ଲୋକଙ୍କ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।
ଅନ୍ୟପଟେଭାରତବର୍ଷ ଆଜି ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଭାବେ ଗଢି ଉଠିବା ପାଇଁ ଅଟଳ ସଂକଳ୍ପବଦ୍ଧ ବୋଲି ରା୍ଯଯ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି ।
ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜସଭା ସଦସ୍ୟ ସୁଜିତ୍‌ କୁମାର, ସାଂସଦ ବଳଭଦ୍ର ମାଝୀ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.