ଚାକିିରିରୁ ଇସ୍ତଫା ଦେଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀ

Share It

ରାଜ୍ୟ ସରକାରଙ୍କ ଚର୍ଚ୍ଚିତ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ସକାଳୁ ସିବିଆଇ ରେଡ କରିଥିବା ଜଣାପଡ଼ିଛି। ସିବିଆଇର ୮ ଜଣିଆ ଟିମ୍‌ ପଚରାଉଚରା କରୁଥିବା ସୂଚନା ରହିଛି। ଏସବୁ ଭିତରେ ଚାକିିରିରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ ସେଠୀ।

ଅନ୍ୟପଟେ, ବିଷ୍ଣୁପଦ ସେଠୀ କହିଛନ୍ତି, ମୋ ନାଁରେ କୌଣସି କେସ ନାହିଁ। ଏହାରି ଭିତରେ ଦଳିତ କାର୍ଡ ଖେଳି ବିଷ୍ଣୁପଦ ସେଠୀ ଆହୁରି କହିଛନ୍ତି, “ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି। ମୁଁ ଜଣେ ଦଳିତ ବଞ୍ଚିତ ବର୍ଗର ଗୋଟିଏ ଅଫିସର। ଆପଣ ନୂଆପଡ଼ା, ସୋନପୁର ଓ ରାୟଗଡ଼ା ଯାଆନ୍ତୁ ମୋ ନାଁ ଶୁଣିବେ। ମହିମା ଧର୍ମ ପ୍ରଚାର ପ୍ରସାର ବି କରିଛି। ସୋନପୁରରେ ଗାଁ ଗାଁରେ ମୋ ନାଁ ପାଇବେ। ରାୟଗଡ଼ାରେ ୩ ମାସରେ ଆଦିବାସୀମାନଙ୍କୁ ସେମାନଙ୍କ ଜମି ଫେରାଇଛି।


Share It

Comments are closed.