ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ନିର୍ମିତ ହେବ ଫିଲ୍ମ

Share It

ଭୁବନେଶ୍ୱର, ୧୭ ସେପ୍ଟେମ୍ବର — ଯୋଗୀ ଆଦିତ୍ୟନାଥଙ୍କ ଜୀବନ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ(ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ) ଆସନ୍ତା ୧୯ ସେପ୍ଟେମ୍ବରରେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବ। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏମ୍ପାୟାର୍ସ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଲା।
ଅନୁଷ୍ଠାନରେ ଓଲିଉଡ଼ ର ଅଭିନେତା ବବି ମିଶ୍ର, ପଦୋଦକ ସାମଲ ଓ ମିଡିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ। ସେମାନେ ଚଳଚ୍ଚିତ୍ର ର ଅନ୍ତର୍ଗତ ବିଷୟବସ୍ତୁ ଓ ତାହାର ସାମାଜିକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।
ଅଜେୟ ଚଳଚ୍ଚିତ୍ରଟି ଶାନ୍ତନୁ ଗୁପ୍ତାଙ୍କ ଲେଖା “ଦ ମୋଙ୍କ ହୁ ବିକେମ୍ ଚିଫ୍ ମିନିଷ୍ଟର” ପୁସ୍ତକ ଉପରେ ଆଧାରିତ। ଏହି କାହାଣୀ ଏକ ସାଧାରଣ ପିଲାର ଶୈଶବ, ତାଙ୍କ ସଂଘର୍ଷମୟ ଯାତ୍ରା ଓ ମୁଖ୍ୟମନ୍ତ୍ରୀ ପଦବୀ ପର୍ଯ୍ୟନ୍ତର ଗଳ୍ପକୁ ଉଜାଗର କରେ।
ବବି ମିଶ୍ରଙ୍କ ଅଭିନୟ ଓ ପ୍ରଚାର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଓ ହିନ୍ଦୀ ଫିଲ୍ମ ଜଗତ ମଧ୍ୟରେ ଏକ ନୂତନ ସମନ୍ୱୟ ଦେଖାଯାଉଛି। ଏହା ଭାଇଚାରା ବୃଦ୍ଧି ଓ ସଂସ୍କୃତି ବିନିମୟ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।


Share It

Comments are closed.