ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆୟୋଜିତ

Share It

କଟକ : ଆଜି ଉତ୍କଳମଣି , ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଦ୍ୱାରା ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା–୨୦୨୫ ଆୟୋଜିତ ହୋଇଛି। ସାରା ରାଜ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ଦଳର ବିଭିନ୍ନ ଶାଖାର ନେତା, କାର୍ଯ୍ୟକର୍ତ୍ତା ଓ ଶ୍ରେଷ୍ଠ ନାଗରିକମାନେ ଉତ୍ସାହଭରିତ ଭାବେ ଯୋଗଦେଇଥିଲେ।

ଉତ୍କଳମଣିଙ୍କ ତ୍ୟାଗ, ସେବା ଓ ଜନହିତ ଆଦର୍ଶକୁ ସ୍ମରଣ କରି, ଦଳ ନେତାମାନେ ସେ ଦେଖାଇଥିବା ପଥରେ ଚାଲିବାର ନିଷ୍ଠା ବ୍ୟକ୍ତ କଲେ। ଏହି ଅବସରରେ ବିଜେଡି ନେତାମାନେ କହିଲେ , “ଗୋପବନ୍ଧୁଙ୍କ ସେବା ଆଦର୍ଶ ହେଉଛି ଆମ ଦଳର ପ୍ରେରଣା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଓଡ଼ିଶା ଗୋପବନ୍ଧୁଙ୍କ ସ୍ୱପ୍ନ ସାକାର ଦିଗରେ ଅଗ୍ରସର ହେବ ।”

ପଦଯାତ୍ରାରେ ଦଳୀୟ ପତାକା, ଗୋପବନ୍ଧୁଙ୍କ ପ୍ରତିଛବି ଓ “ସେବା ହି ସତ୍ୟ ଧର୍ମ” ନାରାରେ ଆଜି କଟକସ୍ଥିତ ଗୋପବନ୍ଧୁ ପାର୍କ ଗୁଂଜିରତ ହେଉଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ମେୟର ଶ୍ରୀ ସୁବାଷ ସିଂହଙ୍କ ସମେତ ଜିଲ୍ଲା ସଭାପତି ଶ୍ରୀ ପ୍ରଫଲ ସିଂହ, ପୂର୍ବତ୍ତନ ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା, ବରିଷ୍ଠ ନେତା ମଧୂସୁଦନ ସାହୁ , ସକ୍କିଲ ଅହମ୍ମଦ ଏବଂ ଦଳର ବିଭିନ୍ନ ପଦାଧିକାରୀ ଓ ସମସ୍ତ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆୟୋଜନ ମାଧ୍ୟମରେ ଗୋପବନ୍ଧୁଙ୍କ ତ୍ୟାଗମୟ ଜୀବନ ଓ ନବୀନ ଶାସନର ସୁସାସନ ସନ୍ଦେଶ ଜନସାଧାରଣ ମଧ୍ୟରେ ପହଞ୍ଚିଲା।


Share It

Comments are closed.