ଆମେରିକାରେ ସ୍ନାତକ ଅଧ୍ୟୟନ କରିବେ ଦିନ ମଜୁରିଆଙ୍କ ପୁଅ

Share It

ବିହାର ବାସିନ୍ଦା ଜଣେ ଦିନ ମଜୁରିଆଙ୍କ ୧୭ ବର୍ଷୀୟ ପୁଅକୁ ଆମେରିକାରେ ସ୍ନାତକ ଅଧ୍ୟୟନ ଲାଗି ୨.୫ କୋଟି ଟଙ୍କାର ସ୍କଲାର୍‌ସିପ୍‌ ମିଳିଛି । ଏହି ସ୍କଲାର୍‌ସିପ୍‌ ପାଇବା ପାଇଁ ସେ ପରୀକ୍ଷା ଦେଇଥିଲେ, ଯେଉଁଥିରେ ସମଗ୍ର ବିଶ୍ୱରେ ସେ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି । ଏବେ ସେ ଆମେରିକାରେ ସ୍ନାତକ ଅଧ୍ୟୟନ କରିପାରିବେ । ସେ ହେଉଛନ୍ତି ପାଟନା ସ୍ଥିତ ଫୁଲୱାରି ଶରିଫର ଗୋନପୁରା ବାସିନ୍ଦା ପ୍ରେମ୍‌ କୁମାର । ମେକାନିକାଲ ଇଞ୍ଜିନିୟରିଙ୍ଗ କରିବା ପାଇଁ ଆମେରିକାର ଲାଫାୟେଟେ କଲେଜରୁ ତାଙ୍କୁ ଏହି ସ୍କଲାର୍‌ସିପ୍‌ ମିଳିଛି ।

ଏଥିପାଇଁ ଭାରତରୁ ୬ ଜଣଙ୍କ ନାମ ପଠାଯାଇଥିଲା । ଫୁଲୱାରି ଶରିଫର ଗୋନପୁରା ମହାଦଳିତ ବସ୍ତିର ଝୁମ୍ପୁଡ଼ି ଘରେ ରହୁଥିବା ପ୍ରେମ୍‌ କୁମାର ନିଜ ପ୍ରତିଭା ବଳରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ବାପା ଜଣେ ଦିନ ମଜୁରିଆ । ୧୨ ବର୍ଷ ପୂର୍ବେ ମା’ଙ୍କର ମୃତ୍ୟୁ ହୋଇଥିଲା । ଅଢ଼େଇ କୋଟିର ସ୍କଲାର୍‌ସିପ୍‌ ପାଇଥିବା ଭାରତର ଏକମାତ୍ର ଯୁବକ ହୋଇଛନ୍ତି ପ୍ରେମ୍‌ । ଏଥିପାଇଁ ସେ ଖୁବ୍‌ ସଂଘର୍ଷ କରିଛନ୍ତି । ଏହି ସଫଳତା ପରେ ତାଙ୍କ ପରିବାରରେ ଏବେ ଖୁସିର ମାହୋଲ । ପରିଶ୍ରମ ବଳରେ ସଫଳତା ନିଶ୍ଚୟ ମିଳେ ବୋଲି ପ୍ରେମ୍‌ ପ୍ରମାଣ କରିଛନ୍ତି ।


Share It

Comments are closed.