ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ, ଆଗରେ ମହାଗଠବନ୍ଧନ


ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଯାଇଛି। ରାଜ୍ୟର ୨୪୩ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ ଗଣତି ନିମନ୍ତେ ପ୍ରତି ଜିଲାରେ ୩ରୁ ୪ଟି ଲେଖାଏଁ କେନ୍ଦ୍ର ଖୋଲାଯାଇଛି। ମୋଟ ୪୧୪ଟି କେନ୍ଦ୍ରରେ ଭୋଟ ଗଣତି ହେବ। ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରେ ମହାଗଠବନ୍ଧନ ଆଗରେ ରହିଥିବା ଦେଖାଯାଇଛି। ମହାଗଠବନ୍ଧନ ବିଜେପିଠାରୁ ଆଗରେ ରହିଛି। ମହାମେଣ୍ଟ ୧୨୪ଟି ଆସନରେ ଆଗୁଆ ଥିବାବେଳେ ଏନଡିଏ ସହଯୋଗୀ ଦଳ ୧୦୯ଟି ସିଟରେ ଆଗୁଆ ରହିଛନ୍ତି। ଗୋଟିଏ ଆସନରେ ଚିରାଗ ପାସୱାନଙ୍କ ଦଳ ଆଗୁଆ ରହିଛି। ସେହିଭଳି ଓୱେସିଙ୍କ ଦଳ ମଧ୍ୟ ଗୋଟିଏ ଆସନରେ ଆଗୁଆ ରହିଥିବା ସୂଚନା ମିଳିଛି।


Share It

Comments are closed.