କରୋନାରେ ଆଖି ବୁଜିଲେ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ ସିଂହ
ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଅନେକ ଚିହ୍ନା ଅଚିହ୍ନା ମୁହଁ ପ୍ରତିଦିନ ଜୀବନ ହାରୁଛନ୍ତି । ଏହାମଧ୍ୟରେ ବିହାର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଅରୁଣ ସିଂ କରୋନା ସଂକ୍ରମିତ ଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲା । ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକବ୍ୟକ୍ତ କରିଛନ୍ତି । ଏହାପୂର୍ବରୁ ବିହାର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ରବି ଶଙ୍କର ଚୌଦ୍ଧରୀ କରୋନାରେ ପ୍ରାଣ ହରାଇଥିଲେ ।
ସୂଚନାଯୋଗ୍ୟ, ୨୪ ଘଣ୍ଟାରେ ୩ ଲକ୍ଷ ୮୬ ହଜାର ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୪୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୪୯୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ହଜାର ୯୭୬ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୦୮୪୮୧୪।
Comments are closed.