ମେଟ୍ରୋ ପ୍ରକଳ୍ପ ନେଇ ବଡ ଅପଡେଟ
ଭୁବନେଶ୍ୱର,୦୫/୦୪:ମେଟ୍ରୋ ପ୍ରକଳ୍ପ ନେଇ ପୂର୍ତ୍ତି ମନ୍ତ୍ରୀ ଙ୍କ ବଡ଼ ବୟାନ ।ଆଗାମୀ ଦିନରେ ନିଶ୍ଚିତ ଭାବରେ ହେବ ମେଟ୍ରୋ । ବର୍ତ୍ତମାନ ସ୍ଥିତି ରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବା ଏବଂ ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଲସ କରିବା ଆବଶ୍ୟକ ନାହିଁ ।ଆଗାମୀ ଦିନରେ ମେଟ୍ରୋ କୁ ନେଇ ସରକାର ଗମ୍ଭୀର ଅଛନ୍ତି ।ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋ କୁ ନେଇ ସରକାର ଚିନ୍ତା କରିବେ।ମେଟ୍ରୋ କୁ ନେଇ ଯେଉଁ ଚୁକ୍ତି ହୋଇଥିଲା ଏହା ଫଲଟି କଣ୍ଟ୍ରାକ୍ଟ ।ଯେଉଁଠି ଯେଉଁଠି ମେଟ୍ରୋ ହେଇଚି ସେଠି କେନ୍ଦ୍ର ସରକାର ଙ୍କ ସହାଭାଗିତା ରେ ହୋଇଛି। ଗତ ସରକାର ସମୟ ରେ ମେଟ୍ରୋ ପାଇଁ ଯେତବେଳେ ବ୍ୟବସ୍ଥା କଲେ ସେତବେଳେ ଜାଣିଶୁଣି କେନ୍ଦ୍ର ସରକାର ଙ୍କ ସହଭାଗିଥା ନ ନେଇକି ଷ୍ଟେଟ ପ୍ଲାନ ରୁ କରିବେ ବୋଲି ବସିଥିଲେ ।ମେଟ୍ରୋ ର ଯେଉଁ ଆଲାଇଜମେଣ୍ଟ ତିଆରି ହୋଇଥିଲା ତାହା ନଟ ଫିଟ । ଯେଉଁ କମ୍ପାନୀ ତିଆରି ହୋଇଛି ମୋବିଲିଟି ପ୍ଲାନ ତିଆରି କରୁଛନ୍ତି
।ଆଜିର ତାରିଖ ରେ ମେଟ୍ରୋ ଆମ ପାଇଁ ଲସ ମେକିଙ୍ଗ ପ୍ରକଳ୍ପ ହୋଇପାରେ ।ପ୍ରତି ବର୍ଷ ହଜାରେ କି ଦୁଇ ହଜାର କୋଟି ଖର୍ଚ୍ଚ ହେବା ଅପେକ୍ଷା ଯେତିକି ଅଛି ପ୍ରକଳ୍ପ କୁ ଷ୍ଟଲ ରଖିଛୁ ।ଅପରିଣାମ ଦର୍ଶୀ ନିଷ୍ପତ୍ତି ଗତ ସରକାର ନେଇଥିଲେ । ମନ୍ତ୍ରୀ ସ୍ତରୀୟ କମିଟି ଯେଉଁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଏବଂପୁରା କ୍ୟାବିନେଟ ସହମତି ଅଛନ୍ତି ।ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ସେମିତି ରହିବ ।ପ୍ଲାନ ତିଆରି ହେଲା ପରେ ସାଇଣ୍ଟିଫିକା ୱେ ରେ ଆମେ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛୁ ।ମେଟ୍ରୋ ର ଆବଶ୍ୟକତା, ଯେଉଁ ରୁଟ ରେ ଆବଶ୍ୟକତା ସିଟି ର ଏକ୍ସପନେସନ ସାଙ୍ଗରେ ଯାହା ପରିଲିକ୍ଷିତ ହେବ ।ଯେଉଁକଥା କୁ ଅଣଦେଖା କରି ଗତ ସରକାର ଜବରଦସ୍ତ କରି ନିର୍ବାଚନ ରେ ଲୋକଙ୍କୁ ଦେଖାଯାଉ ବୋଲି ମେଟ୍ରୋ କରିଥିଲେ ।ବର୍ତ୍ତମାନ ପାଇଁ ବନ୍ଦ ଅଛି ଆଗାମୀ ଦିନରେ ସରକାର ଯେ କୌଣସି ସମୟ ରେ ନିଷ୍ପତି ନେବେ ।

Comments are closed.