ଭୁବନେଶ୍ବର ମେଟ୍ରୋ ପ୍ରୋଜେକ୍ଟ କୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ
ଭୁବନେଶ୍ୱର,୩୧/୦୩:ଜାତୀୟ ମେଟ୍ରୋ ରେଳ ନୀତି ସହ ଅନୁପାଳନ, ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ଏବଂ ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃ-ଅନୁଧ୍ୟାନ ପାଇଁ ବର୍ତ୍ତମାନ ସରକାର ଏହି ପ୍ରକଳ୍ପକୁ ପରୀକ୍ଷାଧୀନ/ସ୍ଥଗିତ ରଖିଛନ୍ତି ।ଏହି ଉଦ୍ଦେଶ୍ୟରେ ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି ।ଏଥିସହିତ, ସରକାରଙ୍କ ଦ୍ବାରା “Sustainable Urban Mobility Transition Plan for Odisha” ଶୀର୍ଷକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।ଏହି ଯୋଜନା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରୀ ପରିବହନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ସହାୟକ ହେବ । ଉକ୍ତ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ ଏବଂ ଉପରୋକ୍ତ ସହରୀ ପରିବହନ ଯୋଜନାର ରିପୋର୍ଟକୁ ବିସ୍ତୃତ ଅନୁଧ୍ୟାନ କରିବା ପରେ, ସରକାର ଏହି ପ୍ରକଳ୍ପ ସମ୍ପର୍କରେ ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ଗ୍ରହଣ କରିବେ ବୋଲି ଗୃହରେ ତଥ୍ୟ ପ୍ରଦାନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।


Comments are closed.