ରେଡ ଲାଇଟ ଅଂଚଳ ବନ୍ଦ ହେବା ଦ୍ୱାରା ଭୁବନେଶ୍ୱରରେ କୋଭିଡ-୧୯ କେସ ୨୫% ପର୍ଯ୍ୟନ୍ତ ହ୍ରାସ ପାଇପାରିବ

Share It

ଭୁବନେଶ୍ୱର: ବିଶେଷଜ୍ଞଙ୍କ ମତରେ ଦେଶରେ ରେଡ ଲାଇଟ ଅଂଚଳ ଖୋଲା ରହିବା ଦ୍ୱାରା ଭାରତରେ କୋଭିଡ-୧୯ କେସରେ ଦ୍ରୁତ ଅଭିବୃଦ୍ଧି ଦେଖାଦେବାର ସମ୍ଭାବନା ରହିଛି । ଅପରପକ୍ଷେ ଏହି ଅଂଚଳ ଗୁଡ଼ିକ ବନ୍ଦ ରହିବା ଦ୍ୱାରା କୋଭିଡ-୧୯ କେସକୁ ହ୍ରାସ କରାଯାଇପାରିବା ସହ ଉକ୍ତ ମହାମାରୀ ଜନିତ ମୃତ୍ୟୁକୁ ୬୦% ପର୍ଯ୍ୟନ୍ତ କମ୍ କରାଯାଇପାରିବ । ଏହି ମଡେଲକୁ ହାଭାର୍ଡ ମେଡିକାଲ ସ୍କୁଲ ଓ ୟାଲେ ସ୍କୁଲ ଅଫ ମେଡିସିନ ଦ୍ୱାରା ବିକଶିତ କରାଯାଇଛି । ଏହି ମଡେଲ ଦର୍ଶାଉଛି ଯେ ଯଦି ଏହି ଅଂଚଳଗଡ଼ିକୁ ପୁଣି ଖୋଲାଯାଏ ତେବେ ଆଗାମୀ ବର୍ଷକ ମଧ୍ୟରେ ଭାରତରେ ଥିବା ରେଡ ଲାଇଟ ଅଂଚଳର କର୍ମଜୀବୀ ଏବଂ ବାସସ୍ଥଳୀଗୁଡ଼ିକରେ ୪୦୦,୦୦୦ରୁ ଉର୍ଦ୍ଧ୍ୱ ସଂକ୍ରମଣ ଏବଂ ୧୨,୦୦୦ ମୃତ୍ୟୁ ଦେଖାଦେଇପାରେ ।
ଭୁବନେଶ୍ୱରରେ ରେଡ ଲାଇଟ ଅଂଚଳଗୁଡ଼ିକୁ ବନ୍ଦ ରଖିବା ଦ୍ୱାରା ୩୫%ରୁ ଉର୍ଦ୍ଧ୍ୱ କ୍ରମବର୍ଦ୍ଧନଶୀଳ କୋଭିଡ-୧୯ କେସ ଏବଂ ମୃତ୍ୟୁକୁ ହ୍ରାସ କରାଯାଇପାରିବ । ଏହି ମଡେଲରେ ଦର୍ଶାଯାଇଛି ଯେ ଯଦି ମାଳିସାହି ରେଡ ଲାଇଟ ଅଂଚଳ ଚାଲୁରହେ ତେବେ ଏହି ମହାମାରୀ ଦେହଜୀବୀ ତଥା ଗ୍ରାହକଙ୍କ ମଧ୍ୟରେ ଅଧିକ ମାତ୍ରାରେ ବ୍ୟାପିଯିବ । କାରଣ ଯୌନସମ୍ବନ୍ଧ ସମୟରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବପର ହୋଇନଥାଏ । ତେଣୁ ସଂକ୍ରମିତ ଗ୍ରାହକ ଏହି ରୋଗକୁ ସହରର ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିଥାନ୍ତି ଯାଦ୍ୱାରା ସଂକ୍ରମଣର ଧାରା ଅଧିକ ବଢ଼ିବାର ସମ୍ଭାବନା ରହିଛି । ରେଡ ଲାଇଟର ଅନେକ କାରକ ଯୋଗୁଁ ଧିରେ ଧିରେ ଓଡ଼ିଶା କୋଭିଡ ହଟସ୍ପଟରେ ମଧ୍ୟ ପରିଣତ ହୋଇପାରେ ।
ଏହା ସମ୍ପର୍କରେ ୟାଲେ ୟୁନିଭର୍ସିଟିର ଡାକ୍ତର ଅଭିଶେକ ପଣ୍ଡା ତଥା ଏହି ଅଧ୍ୟୟନର ସହ ଲେଖକ କହିଛନ୍ତି ଯେ, ‘ ରେଡ ଲାଇଟ ଅଂଚଳଗୁଡ଼ିକରେ ଫଳପ୍ରଦ ପ୍ରତିରୋଧମୂଳକ ପଦକ୍ଷେପ ନ ଆସିବା ପର୍ଯ୍ୟନ୍ତ ରେଡ ଲାଇଟ ଅଂଚଳକୁ ବନ୍ଦ ରଖିବା ଦ୍ୱାରା ଏଠାରେ ହଜାର ହଜାର ସଂଖ୍ୟକ ମୃତ୍ୟୁକୁ ଏଡ଼ା ଯାଇପାରିବ । ସେହିଭଳି ହାବାର୍ଡ ମେଡିକାଲ ସ୍କୁଲର ଡା ସୁଧାକର ନୁତି ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି ।
ଏହି ଅଧ୍ୟୟନ ସୁପାରିଶ କରୁଛି ଯେ ଦେହଜୀବୀମାନଙ୍କୁ ଉପଯୁକ୍ତ ଦକ୍ଷତା ଗ୍ରହଣ କରିବାର ଆବଶ୍ୟକତା ରହିଛି ଯଦ୍ୱାରା ସେମାନେ କମ୍ ବିପଦଯୁକ୍ତ କାର୍ଯ୍ୟରେ ନିଯୁକ୍ତି ପାଇପାରିବେ । ନୀକଟରେ ଏକ ଗଣମାଧ୍ୟମରୁ ଜଣାଯାଇଛି ଯେ କିଛି ଦେହଜୀବୀମାନେ ଅନ୍ୟାନ୍ୟ ନିଯୁକ୍ତି ବିକଳ୍ପର ଅନୁସଂନ୍ଧାନ କରୁଛନ୍ତି ।


Share It

Comments are closed.