କଟକ ବାଲିଯାତ୍ରାରେ RBIର ଆର୍ଥିକ ସାକ୍ଷରତା ଅଭିଯାନ
ଭୁବନେଶ୍ୱର : ବର୍ତମାନ ସମୟରେ ପ୍ରତ୍ୟେକ ଲୋକ ବ୍ୟାଙ୍କରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ଏବଂ ବଢୁଥିବା ସାଇବର ଠକେଇ ବିଷୟରେ ଅବଗତ ହେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ତରଫରୁ କଟକ ବାଲିଯାତ୍ରା ଠାରେ ୫ ନଭେମ୍ବର ୨୦୨୫ ଠାରୁ ୧୩ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଏକ ଆର୍ôଥକ ସାକ୍ଷରତା ଶିବିର ର ଆୟୋଜନ କରାଯାଇଥିଲା । ଆରବିଆଇର ଆଂଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ଏହି ସଚେତନତା ଷ୍ଟଲକୁ ଏଫଆଇଡିଡିର ମହା ପ୍ରବନ୍ଧକ ଶ୍ରୀମତୀ ଅନୀତା ପଟ୍ଟନାୟକ ଏବଂ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତରେ ଉଦ୍ଘାଟନ କରିଥିଲେ। ଏହି ଷ୍ଟଲକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ୧୨ ନଭେମ୍ବର ୨୦୨୫ ପରିଦର୍ଶନ କରିଥିଲେ।
ଏହି ଶିବିରରେ ଭାରତୀୟ ରିଜର୍ବ ବ୍ୟାଙ୍କର କର୍ମଚାରୀ ମାନଙ୍କ ଦ୍ୱାରା ଜନ ସାଧାରଣ ମାନଙ୍କୁ ବିଭିନ୍ନ ଆର୍ôଥକ ଯୋଜନା, ସଂଚୟ,ଋଣ, ପୁଞ୍ଜି ବିନିଯୋଗ ସମେତ ବୀମା, ପେନସନ, ଡିଜିଟାଲ ବ୍ୟାଙ୍କିଙ୍ଗ, ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା, ସାଇବର ଠକେଇ ଏବଂ ଅଭିଯୋଗ ସମାଧାନ ଇତ୍ୟାଦି ବିଭିନ୍ନ ବିଷୟରେ ଅବଗତ କରା ଯାଇଥିଲା । ଏହା ସହ ବିଭିନ୍ନ ବ୍ୟାଙ୍କ ଦ୍ୱାରା ଚିରା ଫଟା ଏବଂ ମଇଳା ନୋଟ ବିନିମୟ ସୁବିଧା ପ୍ରଦାନ କରା ଯିବା ସହ ମ୍ୟାଜିକ ଶୋ ଏବଂ ଡିଜିଟାଲ୍ ପ୍ରଦର୍ଶନ ମାଧ୍ୟମରେ ଲୋକ ମାନଙ୍କୁ ଆର୍ôଥକ ସଚେତନତାର ଗୁରୁତ୍ୱ ବୁଝାଯାଇଥିଲା । ବ୍ୟାଙ୍କର କର୍ମଚାରୀ ମାନଙ୍କ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ଆର୍ôଥକ ସାକ୍ଷର କରିବା ଉଦ୍ଦେଶ୍ୟରେ ଏକ ଲଘୁ ନାଟକ ମଧ୍ୟ ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଂଚରେ ପ୍ରଦର୍ଶନ କରା ଯାଇଥିଲା । ବ୍ୟାଙ୍କର ପଦକ୍ଷେପକୁ ଜନସାଧାରଣ ଏବଂ ରାଜ୍ୟ ପ୍ରଶାସନ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଥିଲା।
Comments are closed.