ସାଇକେଲ୍‌ଗିରି ଅଭିଯାନରେ ଯୋଗଦେଲା ଭୁବନେଶ୍ୱର ନର୍ଥ ଜୋନ ଅଟୋ ଆସୋସିଏସନ


ଭୁବନେଶ୍ୱର: ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଏବଂ ସାଇକେଲ ଚଳାଳିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଧେଶ୍ୟରେ ପ୍ରତ୍ୟେକ ଶୁକ୍ରବାରକୁ ସାଇକେଲଗିରି ଦିବସରୁପେ ପାଳନ କରାଯାଉଛି । ଆଜି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଟିଆ ଅଟୋ ଆସୋସିଏସନ୍‌ର ପ୍ରାୟ ୭୦ରୁ ଉର୍ଦ୍ଧ କର୍ମକର୍ତାମାନେ ଯୋଗଦେଇଛନ୍ତି । ଯେଉଁଥିରେ ଭୁବନେଶ୍ୱର ନର୍ଥ ଜୋନ ଯେପରିକି, ଶୈଳଶ୍ରୀ ବିହାର, ଡ଼ମଣା, ଚନ୍ଦ୍ରଶେଖରପୁର, ରେଲୱେ କଲୋନୀ ଇତ୍ୟାଦିର ଅଟୋ ଡ୍ରାଇଭରମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ସାଇକେଲ ଚାଳକଙ୍କୁ ସମ୍ମାନ ଶୀର୍ଷକ ଲିଫଲେଟ ତଥା ପୋଷ୍ଟରମାନ ବିତରଣ କରାଯାଇଥିଲା, ଯାହାକୁକି ସେମାନେ ନିଜ ନିଜ ଅଟୋର ମିରର ନିକଟରେ ଲଗାଇଛନ୍ତି । ଉକ୍ତ ପୋଷ୍ଟର ସେମାନଙ୍କୁ ନିତିଦିନ ସାଇକେଲ ଚାଳକଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ମନେପକାଇବା ଉଦ୍ଦେଶ୍ୟରେ ଲଗାଯାଇଥିଲା । ଅଟୋ ଡ୍ରାଇଭରମାନେ ମଧ୍ୟ ରାସ୍ତାରେ ସାଇକେଲ ଚାଳକଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ସପଥ ନେଇଥିଲେ । ମୁଖ୍ୟ ଅତିଥିରୁପେ ଉକ୍ତ କାର୍ଯ୍ୟକ୍ରମକୁ ଜୋନାଲ ଡ଼େପୂଟି କମିଶନର, ଶ୍ରୀଯୁକ୍ତ ପ୍ରମୋଦ ପୃଷ୍ଟି ଉଦଘାଟନ କରିଥିଲେ ।
ସାଇକେଲ ଚଳାଇବାକୁ ଏହି ନିତିଦିନିଆ ଯୋଗାଯୋଗ ମାଧ୍ୟମଭାବେ ସମସ୍ତେ ଅଭ୍ୟାସ କରିବାକୁ ଏହି ଅଭିଯାନ ପ୍ରୋତ୍ସାହିତ କରିବ । ସ୍ମାର୍ଟସିଟି ଭୁବେନେଶ୍ୱରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନରେ ଅନୁବଂଧିତହୋଇ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଶୁକ୍ରବାର ଆୟୋଜନ କରାଯାଉଛି । ଏହାକୁ ଏକ ଅଭିଯାନ ଭାବେ ନିଆଯାଇଛି ଏବଂ ଆଜି ଭୁବନେଶ୍ୱରର ନର୍ଥ ଜୋନ୍ ଅଟୋ ଡ୍ରାଇଭରଙ୍କ ସହମିଶି ସାଇକେଲ ଚଳାଳିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରାଯାଇଛି । ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତେ ସାଇକେଲଗିରି ଆନ୍ଥମ ମଧ୍ୟ ଗାଇଥିଲେ ।
ଏହାକୁ ଗତ ଶୁକ୍ରବାରଦିନ ପୁର୍ନବାର ଶିଶୁ ଭବନ ଠାରୁ ଧଉଳି ପର୍ଯ୍ୟନ୍ତ ୧୨ କି.ମି ଯାତ୍ରାକୁ ଦିନ ୬ ଘଟିକା ୩୦ ମିନିଟ ସମୟରେ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କରାଇ ସହରରେ ନାଗରିକମାନଙ୍କ ମନରେ ସାଇକେଲକୁ, ସାଇକେଲ ଚଳାଇବାକୁ ଏବଂ ସାଇକେଲ ଚଳାଳିଙ୍କୁ ଭଲପାଇବା ଓ ସମ୍ମାନ ଦେବାର ସୁଅଭ୍ୟାସ ଚାଲୁରଖିବାକୁ ଅନୁରୋଧ କରାଯାଇଛି ଏବଂ ଏହା ଦ୍ୱାରା ଆଗାମୀ ଦିନରେ ନିଜ ସହରକୁ ସ୍ୱଚ୍ଛ ସବୁଜ କରାଯାଇପାରିବ । ଆଗ୍ରହୀ ନାଗରିକମାନେ ଏଥିପାଇଁ ଆଗେଇ ଆସିବା ସହିତ ଅନ୍ୟ ଆଗ୍ରହୀ ନାଗରିକଙ୍କୁ ଏହି କାର୍ଯ୍ୟକ୍ରମ ବାବଦରେ ଜଣାଇବା ଏବଂ ଭାଗ ନେବାରେ ଉତ୍ସାହ ସୃଷ୍ଟି କରିବାକୁ ଏହି ଅଭିଯାନ ଅନୁପ୍ରାଣିତ କରିଛି । କାର୍ଯ୍ୟକ୍ରମର ବାର୍ତାକୁ ନିଜ ଗୋଷ୍ଠୀ ଏବଂ ସାଥିଙ୍କୁ ଜଣାଇବାକୁ ଅନୁରୋଧ କରଯାଇଛି ।


Share It

Comments are closed.