ପର୍ଯ୍ୟଟନ ସ୍ଥଳରେ ହାତଗୋଡ ବାନ୍ଧି ନାବାଳକୁ ନିର୍ଧୁମ ମାଡ, ୮ ଗିରଫ

Share It

ଯୁବ ସମୟ : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଧଉଳି ଠାରେ ଏକ ଛାତି ଥରାଇ ଦେଲା ଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ଦୁର୍ବୃତ ଏକ ନାବାଳକକୁ ଅତି ନିର୍ମମ ଭାବରେ ପିଟୁ ଥିବାର ଦେଖିବାକୁ ମିଳୁଛି । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।
ରିପୋର୍ଟ ଅନୁଯାୟୀ, କିଛି ଦୁର୍ବୃତ ମାନେ ମିଶିକରି ଏକ ନାବାଳକ କୁ ହାତ ଗୋଡ ବାନ୍ଧି ଅତି ନିର୍ମମ ଭାବରେ ପିଟୁଥିଲେ । ଉକ୍ତ ନାବାଳକଟି ଛାଡି ଦେବା ପାଇଁ ନିବେଦନ କରିବା ସତ୍ତ୍ୱେ ମଧ୍ୟ ତାକୁ ଶାରୀରିକ ନିର୍ଯ୍ୟାତନ ଦିଆଯାଉଥିଲା ।
ଧଉଳି ଥାନାରେ ଜଣେ ମହିଳାଙ୍କ ପକ୍ଷରୁ ଏ ସଂପର୍କରେ ଏକ ମାମଲା ରୁଜୁ କରାଯାଇଥିଲା । ପର୍ଯ୍ୟଟନ ସ୍ଥାନର ଏହି ଛାତି ଥରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳେ ପଂହଚି ନାବାଳକ ସମେତ ୮ ଜଣଙ୍କୁ ଗିରଫ କରିଛି ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଛି ।


Share It

Comments are closed.