ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ପ୍ରିମିୟମ ଆୟରେ ୩୮% ବୃଦ୍ଧି


ଭୁବନେଶ୍ୱର: ଭାରତର ଅଗ୍ରଣୀ ବିଜ୍‌ନେସ ଗ୍ରୁପ୍‌ସ ଭାରତୀ ଏଂଟର୍‌ପ୍ରାଇଜେସ୍ ଓ ବିଶ୍ୱର ଅନ୍ୟତମ ବୃହତ୍ ବୀମା କମ୍ପାନୀ ଆକ୍ସାର ମିଳିତ ଉଦ୍ୟୋଗ ‘ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ, ୨୦୧୯-୨୦ ଆର୍ଥିକ ବର୍ଷରେ ଏହାର ପ୍ରିମିୟମ ଆୟରେ ୩୮% ବୃଦ୍ଧି ହାସଲ କରିଥିବା ପ୍ରକାଶ କରିଛି । ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀର ମୋଟ ଲିଖିତ ପ୍ରିମିୟମ ୩୧୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଏହାର ପୂର୍ବ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୨୮୫ କୋଟି ଟଙ୍କା ଥିଲା ।
ଏହା ସମ୍ପର୍କରେ ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ ନିର୍ଦ୍ଦେଶକ ଅଧିକାରୀ, ସଞ୍ଜୀବ ଶ୍ରୀନିବାସନ କହିଛନ୍ତି ଯେ, “ଆମେ ଶିଳ୍ପ ତୁଳନାରେ ଅଧିକ ବେଗରେ ବିକଶିତ ହୋଇଥିବାରୁ ଏବଂ ୨୦୧୯-୨୦ରେ ବ୍ୟବସାୟର ପ୍ରମୁଖ କ୍ଷେତ୍ରଗୁଡିକରେ ଏକ ସ୍ଥିର ଅଭିବୃଦ୍ଧି ବଜାୟ ରହିଥିବା ଯୋଗୁ ଆମେ ଖୁବ୍ ଖୁସି ଅନୁଭବ କରୁଛୁ । ସେ କହିଛନ୍ତି ଯେ, ଫସଲ, ବାଣିଜ୍ୟିକ ଶୃଙ୍ଖଳା, ମୋଟର ଓ ସ୍ୱାସ୍ଥ୍ୟ ବୀମା ଆଦି ଦ୍ୱାରା ପରିଚାଳିତ ଏହି କମ୍ପାନୀ ସମସ୍ତ ଉତ୍ପାଦ ବର୍ଗରେ ୨୦୧୯-୨୦ରେ ଦୁଇ ଅଙ୍କ ବିଶିଷ୍ଟ ମଜଭୁତ ଅଭିବୃଦ୍ଧି ହାସଲ କରିଛି । ଏହି ଆର୍ଥିକ ବର୍ଷରେ କମ୍ପାନୀର ଫସଲ ବୀମା ୫୯% ବୃଦ୍ଧି ହୋଇ ଗତ ଆର୍ଥିକ ବର୍ଷର ୫୧୯ କୋଟି ଟଙ୍କା ତୁଳନାରେ ୮୨୮ କୋଟି ଟଙ୍କାରେ ପହଂଚିଛି । ସେହିପରି ଏସ୍‌ଏମ୍‌ଓ ଓ ଏମ୍‌ଏସ୍‌ଏମ୍‌ଇ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା ବାଣିଜ୍ୟିକ ଶୃଙ୍ଖଳା ବର୍ଗ ଗତ ଆର୍ଥିକ ବର୍ଷର ୨୮୯ କୋଟି ଟଙ୍କା ତୁଳନାରେ ୪୯% ବୃଦ୍ଧି ହୋଇ ୪୩୦ କୋଟି ଟଙ୍କାରେ ପହଂଚିବା ସହିତ ଅନ୍ୟ ବର୍ଗଗୁଡ଼ିକରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ।
ବର୍ତମାନ ୯ଟି ବ୍ୟାଙ୍କ, ୫୦ରୁ ଅଧିକ ଏନ୍‌ବିଏଫ୍‌ସି ଓ କର୍ପୋରେଟିଭ୍ ବ୍ୟାଙ୍କଗୁଡିକ ମାଧ୍ୟମରେ ବିତରଣ କରୁଥିବା ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ୨୦୧୯-୨୦ ଆର୍ଥିକ ବର୍ଷରେ ବହୁସଂଖ୍ୟକ ବିତରଣ ସହଭାଗିତା ସାମିଲ କରିଛି । ଶ୍ରୀନିବାସନଙ୍କ କହିବା ମୁତାବକ, ବ୍ୟାଙ୍କ ଇସ୍ୟୁରାନ୍ସ ଉପରେ ଧ୍ୟାନ କେନ୍ଦ୍ରିତ କରି ଓ ମୋଟର ଇନ୍ସ୍ୟୁରାନ୍ସ ସର୍ଭିସ୍ ପ୍ରଦାତାଙ୍କ ସହିତ ସହଭାଗିତା ମାଧ୍ୟମରେ ବିତରଣ ନେଟ୍‌ୱର୍କକୁ ବୃଦ୍ଧି କରିବା ଉପରେ ଆମର ନିରନ୍ତର ଗୁରୁତ୍ୱ ରିଟେଲ ଓ କର୍ପୋରେଟ ବ୍ୟବସାୟ କ୍ଷେତ୍ରରେ କମ୍ପାନୀର ସାମଗ୍ରିକ ବିକାଶକୁ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ବ୍ୟତୀତ କମ୍ପାନୀ ଆଇଆର୍‌ଡିଏଆଇ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସ୍ୟାଣ୍ଡବକ୍ସ ଅଭିଯାନ ଅଧୀନରେ ଦୁଇଟି ନୂତନ ଉତ୍ପାଦ- ସ୍ୱଳ୍ପକାଳିନ ସ୍ୱାସ୍ଥ୍ୟ ବୀମା ଓ ବ୍ୟବହାର ଆଧାରିତ ମୋଟର ବୀମା ପାଇଁ ଯୋଜନା ରଖିଥିବା ବେଳେ ୨୦୧୯-୨୦ରେ ଏହି ଦୁଇ ଅଭିନବ ଉତ୍ପାଦ ପାଇଁ ଅନୁମୋଦନ ହାସଲ କରିଛି ।


Share It

Comments are closed.