ବେନେଲି, କିୱେ, ମୋଟୋ ଭଲ୍ଟ ପକ୍ଷରୁ ଭୁବନେଶ୍ୱରରେ ନୂଆ ଡିଲରସିପ ଉଦ୍‌ଘାଟିତ

Share It

ଭୁବନେଶ୍ୱର : ବେନେଲି, କୀୱେ, ମୋଟୋ ଭଲ୍ଟ ଇଣ୍ଡିଆ, ଉନ୍ନତ ଉପଲବ୍ଧତା ଓ ପ୍ରିମିୟମ ଗ୍ରାହକ ସେବା ପ୍ରଦାନ କରିବା ପାଇଁ ଏହାର ଭୁବନେଶ୍ୱର ଡିଲରସିପକୁ ଏକ ନୂଆ ରଣନୈତିକ ସହଯୋଗୀ- ଶ୍ରୀ ମୋଟର୍ସକୁ ପୁନଃଆବଂଟିତ କରିଥିବା ସମ୍ପର୍କରେ ଘୋଷଣା କରିଛି । ନୂଆ କରି ଲଂଚ ହୋଇଥିବା ଏହି ଡିଲରସିପ ଭୁବନେଶ୍ୱର ଖାରବେଳ ନଗର ଶୁଭମ ମାର୍କେଟ ନିକଟରେ ଖୋର୍ଦ୍ଧା ଜନପଥ ରୋଡ ରାମ ମନ୍ଦିର ଛକରେ ଅବସ୍ଥିତ ରହିଛି ଏବଂ ଖାରବେଳ ନଗରରେ ଏହାର ସର୍ଭିସ ସେଂଟର ରହିଛି । ଶ୍ରୀ ମୋଟର୍ସର ଡିଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିଷେକ ଦାସ ଏହି ସହଭାଗିତାକୁ ଏକ ଗ୍ରାହକ-ପ୍ରଥମ ଦୃଷ୍ଟିକୋଣ ଆଣିଛନ୍ତି, ଯାହା ବେନେଲି,କୀୱେ, ମୋଟୋ ଭଲ୍ଟର ବିଶ୍ୱସ୍ତରୀୟ ବିକ୍ରି ଓ ସେବା ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟ ସହ ଜଡିତ ରହିଛି ।

ଏହି ସହଭାଗିତା ସମ୍ପର୍କରେ ବେନେଲି, କୀେଓ୍ୱ, ମୋଟୋ ଭଲ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିକାଶ ଝାବଖ କହିଛନ୍ତି, “ଆମେ ଆମର ନୂଆ ପାର୍ଟନର, ଶ୍ରୀ ମୋଟର୍ସ ମାଧ୍ୟମରେ ଭୁବନେଶ୍ୱରରେ ଆମର ଗ୍ରାହକଙ୍କ ପାଇଁ ବେନେଲି, କୀୱେ , ମୋଟୋ ଭଲ୍ଟର ଅନୁଭୂତି ଆଣିବା ପାଇଁ ଉତ୍ସାହିତ ଅଛୁ । ଏହି ପଦକ୍ଷେପ ସହିତ ଆମେ ଓଡିଶାବ୍ୟାପୀ ଉତ୍କୃଷ୍ଟ ଉପଲବ୍ଧତା, ସର୍ବୋତମ ଶ୍ରେଣୀର ସେବା ଓ ପ୍ରିମିୟମ ମୋଟରସାଇକେଲ ମାଲିକାନା ଅନୁଭୂତି ଦିଗରେ ଆମର ପ୍ରତିବଦ୍ଧତାକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛୁ ।”

ସେହିଭଳି ଶ୍ରୀ ମୋଟର୍ସର ଡିଲର ପ୍ରିନ୍ସିପାଲ ଅଭିଷେକ ଦାସ କହିଛନ୍ତି, “ଆମେ ଭୁବନେଶ୍ୱରରେ ବେନେଲି, କୀୱେ, ମୋଟୋ ମୋରିନି, ଜୋନ୍‌ଟିସ ଓ କ୍ୟୁଜେ ମୋଟର ବ୍ରାଣ୍ଡଗୁଡିକର ପ୍ରତିନିଧିତ୍ୱ କରି ଗର୍ବିତ ଅନୁଭବ କରୁଛୁ । କେନ୍ଦ୍ରୀୟ ସ୍ଥଳରେ ଅବସ୍ଥିତ ଆମର ଶୋ’ରୁମ ସହ ଏକ ସୁସଜ୍ଜିତ ସର୍ଭିସ ସେଂଟରକୁ ପ୍ରତ୍ୟେକ ମୋଟରସାଇକେଲ ଉତ୍ସାହୀଙ୍କୁ ସର୍ବାଧିକ ସୁବିଧା ଓ ଏକ ଆନନ୍ଦଦାୟକ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଡିଲରସିପରେ ଏକ ବିସ୍ତୃତ ରେଞ୍ଜର ବ୍ରାଣ୍ଡେଡ ଆକ୍‌ସେସରିଜ ଓ ମର୍ଚ୍ଚାଣ୍ଡାଇଜ ରହିବ ଯାହା ଏହାକୁ ଦୁଇଚକିଆ ଯାନ ପସନ୍ଦ କରୁଥିବା ଚାଳକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଗନ୍ତବ୍ୟସ୍ଥଳୀରେ ପରିଣତ କରିବ ।”

ନୂଆ କରି ଲଂଚ କରାଯାଇଥିବା ଏହି ଶୋ’ରୁମ ବେନେଲି ରେଞ୍ଜରେ ୫୦୦ସିସି ସେଗ୍‌ମେଂଟରେ ମଡେଲଗୁଡିକ ଅନ୍ତର୍ଭୁକ୍ତ ରହିଛି ଯାହାର ପ୍ରାରମ୍ଭିକ ମୂଲ୍ୟ ୬.୨୦ ଲକ୍ଷ ଟଙ୍କା ରହିଛି । ଏଥିରେ ଟିଆର୍‌କେ ୫୦୨ (ଗ୍ରାଣ୍ଡ ଟୁଅରର୍‌) ସାମିଲ ରହିଛି । କୀୱେ ରେଞ୍ଜରେ ୧୨୫ ସିସିରୁ ଆରମ୍ଭ କରି ୩୦୦ସିସି ପର୍ଯ୍ୟନ୍ତ ମଡେଲ ସାମିଲ ରହିଛି ଯାହାର ମୂଲ୍ୟ ୧.୨୦ ଲକ୍ଷ ଟଙ୍କାରୁ ୪.୨୯ ଲକ୍ଷ ଟଙ୍କା (ସମସ୍ତ ମୂଲ୍ୟ ଏକ୍ସ-ଶୋ’ରୁମ୍‌, ଇଣ୍ଡିଆର) ମଧ୍ୟରେ ରହିଛି । ଏଥିରେ ଏସ୍‌ଆର୧୨୫ (ରେଟ୍ରୋ କ୍ଲାସିକ), ଏସ୍‌ଆର୍‌୨୫୦ (ନିଓ-ରେଟ୍ରୋ), କେ-ଲାଇଟ ୨୫୦ଭି (ଅର୍ବାନ କ୍ରୁଜର), କେ୩୦୦ ଏସ୍‌ଏଫ (ଷ୍ଟ୍ରିଟ ନେକେଡ ସ୍ପୋର୍ଟ), କେ୩୦୦ ଆର୍ (ସୁପରସ୍ପୋର୍ଟ), ଭି୩୦୨ସି (ବବର୍‌), ସିକ୍ସଟିଜ୍ ୩୦୦ଆଇ (ରେଟ୍ରୋ ସ୍କୁଟର) ଓ ଭିଏସ୍ତେ ୩୦୦ (ମ୍ୟାକ୍ସି ସ୍କୁଟର) ସାମିଲ ରହିଛି ।

ମୋଟୋ ଭଲ୍ଟ ପ୍ରଡକ୍ଟ ରେଞ୍ଜରେ ମୋଟୋ ମୋରିନି-ଏକ୍ସ-କେପ ୬୫୦ଏକ୍ସ (ଆଡଭେଂଚର ଟୁଅରର) ଏକ୍ସ-କେପ୍ ୬୫୦ (ଟୁଅରିଂ), ସିମେଜୋ ରେଟ୍ରୋ ଷ୍ଟ୍ରିଟ, ସିମେଜୋ ସ୍କ୍ରାମ୍ବଲର, ଜୋନ୍‌ଟିସ-୩୫୦ଆର (ନେକେଡ ଷ୍ଟ୍ରିଟ), ୩୫୦ ଏକ୍ସ (ସ୍ପୋର୍ଟସ୍‌), ଜିକେ ୩୫୦ (କ୍ୟାଫେ ରେସର), ୩୫୦ ଟି (ଟୁଅରିଂ) ଓ ୩୫୦ ଟି ଏଡିଭି (ଆଡ୍‌ଭେଂଚର), କ୍ୟୁଜେ-ମୋଟର – ଏସ୍‌ଆର୍‌ସି ୨୫୦ (ନିଓ-ରେଟ୍ରୋ), ଏସ୍‌ଆର୍‌ଭି ୩୦୦ (ବବର୍‌), ଏସ୍‌ଆର୍‌କେ ୪୦୦ (ସ୍ପୋର୍ଟସ ନେକେଡ) ଓ ଏସ୍‌ଆର୍‌ସି ୫୦୦ (ରେଟ୍ରୋ-କ୍ଲାସିକ) ଆଦି ବ୍ରାଣ୍ଡ ସାମିଲ ରହିଛି ଯାହାର ମୂଲ୍ୟ ୧.୪୯ ଲକ୍ଷ ଟଙ୍କାରୁ ୬.୪୯ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।

ବେନେଲି ଓ ମୋଟୋ ଭଲ୍ଟ ମଡେଲ ରେଞ୍ଜ ପାଇଁ ସର୍ବନିମ୍ନ ବୁକିଙ୍ଗ ରାଶି ୧୦,୦୦୦ ଟଙ୍କା ରହିଛି ଏବଂ କୀୱେ ମଡେଲ ରେଞ୍ଜ ପାଇଁ ବୁକିଂ ରାଶି ୧୦୦୦ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହା ମଡେଲ ନିର୍ଦ୍ଧିଷ୍ଟ ଅଟେ । 

ସମସ୍ତ କୀୱେ ଓ ମୋଟୋ ଭଲ୍ଟ ପ୍ରଡକ୍ଟଗୁଡିକ ଉପରେ ୨ ବର୍ଷର ଅନ୍‌ଲିମିଟେଡ କିଲୋମିଟର ଷ୍ଟାଣ୍ଡାର୍ଡ ୱାରେଂଟି, ବେନେଲିର ୫୦୦ ସିସି ମଡେଲ ରେଞ୍ଜ ଉପରେ ୩ ବର୍ଷର ଅନ୍‌ଲିମିଟେଡ କିଲୋମିଟର ଷ୍ଟାଣ୍ଡାର୍ଡ ୱାରେଂଟି ଏବଂ ବେନେଲି । କୀୱେ । ମୋଟୋ ଭଲ୍ଟ ଗ୍ରାହକଙ୍କ ପାଇଁ ୨୪ଞ୍ଚ୭ ରୋଡ ସାଇଡ ଆସିଷ୍ଟାନ୍ସ ରହିଛି । ଏହି ଲଂଚ ସହିତ ବେନେଲି, କୀୱେ, ମୋଟୋ ଭଲ୍ଟ ୬୦ରୁ ଅଧିକ ଟଚ୍‌ପଏଂଟ ସହ ଦେଶବ୍ୟାପୀ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି, ଯାହା ଭାରତର ଆଗ୍ରହୀ ଚାଳକମାନଙ୍କ ପାଇଁ ପ୍ରିମିୟମ ସେବା ପହଂଚ ସୁନିଶ୍ଚିତ କରିବ ।


Share It

Comments are closed.