ଆଜି ଡିସଚାର୍ଜ ହେବେ ନାହିଁ ଗାଙ୍ଗୁଲୀ, କ’ଣ କହିଲେ ଡାକ୍ତର ଜାଣନ୍ତୁ


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କୁ ଆଜି ମଧ୍ୟ ହସ୍ପିଟାଲରୁ ଛୁଟି ମିଳିବ ନାହିଁ । ଛାତିରେ ଯନ୍ତ୍ରଣା ଯୋଗୁଁ ଗାଙ୍ଗୁଲୀଙ୍କୁ ଶନିବାର ଦିନ କୋଲକତାସ୍ଥିତ ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଡଲ୍ୟାଣ୍ଡ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଗାଙ୍ଗୁଲୀ ବର୍ତ୍ତମାନ ସୁସ୍ଥ ଅଛନ୍ତି କିନ୍ତୁ ସେ ଆହୁରୀ ଅଧିକ ଗୋଟିଏ ଦିନ ହସ୍ପିଲାଟରେ ରହିବାକୁ ଚାହୁଁଛନ୍ତି । ତାଙ୍କୁ ଆସନ୍ତା କାଲି ଅର୍ଥାତ ଗୁରୁବାର ଦିନ ଡିସଚାର୍ଜ କରାଯିବ ।

ମଙ୍ଗଳବାର ଦିନ ଉଡଲ୍ୟାଣ୍ଡ ହସ୍ପିଟାଲର ଏମଡି ଏବଂ ସିଇଓ ଡାକ୍ତର ରୁପାଲୀ ବାସୁ କହିଥିଲେ ଯେ, ଗାଙ୍ଗୁଲୀଙ୍କୁ ବୁଧବାର ଦିନ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଏହା ସହ ସେ ଆହୁରୀ କହିଛନ୍ତି ସେ ଘରକୁ ଗାଙ୍ଗୁଲୀ ଘରକୁ ଗଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ । ପ୍ରକାଶ ଥାଉକି ଗାଙ୍ଗୁଲୀ ଶନିବାର ଦିନ ନିଜ ଘରେ ବ୍ୟାୟାମ କରୁଥିବା ସମୟରେ ତାଙ୍କ ଛାତିରେ ଖୁବ ଜୋରସେ ଯନ୍ତ୍ରଣା ଅନୁଭବ ହୋଇଥିଲା, ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲ ଯାଞ୍ଚ ହେବା ପରେ ଏହା ଜଣାପଡିଥିଲା ଯେ, ତାଙ୍କର ହୃଦଘାତ ହୋଇଥିଲା ।


Share It

Comments are closed.