ଆଇପିଏଲର ଭବିଷ୍ୟକୁ ନେଇ କ’ଣ କହିଲେ ଗାଙ୍ଗୁଲୀ, ଜାଣନ୍ତୁ
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ, ଇଣ୍ଡିଆନ ପ୍ରମିୟର ଲିଗ (ଆଇପିଏଲ)ର ୧୩ତମ ସଂସ୍କରଣକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଯଦି ଆଇପିଏଲ ଖେଳାଯିବ ନାହିଁ, ତେବେ ବୋର୍ଡକୁ କେତେ କ୍ଷତି ସହିବାକୁ ପଡିବ ସେ ସଂପର୍କରେ କହିଛନ୍ତି । ଗାଙ୍ଗୁଲୀ କହିଛନ୍ତି ଯେ, ଯଦି ଚଳିତ ବର୍ଷ ଆଇପିଏଲ ଖେଳାଯିବ ନାହିଁ ତେବେ ବୋର୍ଡକୁ ୪୦୦୦ କୋଟିର କ୍ଷତି ସହିବାକୁ ପଡିପାରେ । ଆଇପିଏଲ ୨୯ ମାର୍ଚ୍ଚରେ ଖେଳାଯିବାକୁ ଥିଲା । ତେବେ ଭାରତରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷଣା କରାଯିବା ପରେ ଆଇପିଏଲକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରାଯିବା ପରେ ଏହାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାର ନିଷ୍ପତି ନିଆଯାଇଥିଲା ।
ଏକ ସାକ୍ଷାତକାରରେ ଗାଙ୍ଗୁଲୀ କହିଛନ୍ତି ଯେ, “ଆମକୁ ଆମର ଆର୍ଥିକ ପରିସ୍ଥିତି ଦେଖିବାକୁ ପଡିବ । ଆମକୁ ଦେଖିବାକୁ ପଡିବ ଯେ, ଆମ ପାଖରେ କେତେ ଟଙ୍କା ଅଛି । ଏହି ଅନୁଯାୟୀ ଆମକୁ ନିଷ୍ପତି ନେବାକୁ ପଡିବ । ଯଦି ଆଇପିଏଲର ଆୟୋଜନ ହେବା ନାହିଁ, ତେବେ ଆମକୁ ୪୦୦୦ କୋଟିର କ୍ଷତି ସହିବାକୁ ପଡିବ । ”
ଗାଙ୍ଗୁଲୀ ଆହୁରୀ ମଧ୍ୟ କହିଛନ୍ତି ଯେ, “ଯଦି ଚଳିତ ବର୍ଷ ଆଇପିଏଲ ଖେଳାଯିବ ନାହିଁ ତେବେ ଆଗକୁ ପେ-କଟ ସଂପର୍କରେ ମଧ୍ୟ ଚିନ୍ତା କରିବାକୁ ପଡିବ । ଯଦି ଆଇପିଏଲ ହେବ ତେବେ ପେ-କଟ ସଂପର୍କରେ ଚିନ୍ତା କରିବାକୁ ପଡିବ ନାହିଁ । ଆମେ ପରିସ୍ଥିତିକୁ ସମ୍ଭାଳି ନେବା ।”
ଖାଲି ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯିବାକୁ ନେଇ ଗାଙ୍ଗୁଲୀ କହିଛନ୍ତି ଯେ, “ହଁ ଏଭଳି ପରିସ୍ଥିତିରେ ଲୋକ ଗହଳି କମିଯିବ । ମୁଁ ଏଭଳି ପରିସ୍ଥିତିରେ ଖେଳି ସାରିଛି । ଏସିଆନ ଟେଷ୍ଟ ଚାମ୍ପିଆନସିପରେ ପାକିସ୍ତାନ ବିପକ୍ଷରେ ମୁଁ ୧୯୯୯ରେ କୋଲକତା ଇଡେନ ଗାର୍ଡେନରେ ଖେଳି ସାରିଛି । ପଞ୍ଚମ ଦିନରେ ଦର୍ଶନଙ୍କୁ ମ୍ୟାଚ ଦେଖିବା ପାଇଁ ଅନୁମତି ମିଳିନଥିଲା କାରଣ ସେମାନେ ମ୍ୟାଚରେ ବାଧା ସୃଷ୍ଟି କରିଥିଲେ । ”
ସେହିଭଳି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ ମଦ୍ୟ କହିସାରିଛନ୍ତି ଯେ, ଯଦି ଚଳିତ ବର୍ଷ ଆଇପିଏଲ ଖେଳାଯିବ ନାହିଁ ତେବେ ବିସିସିଆଇକୁ ୪୦୦୦ କୋଟିର କ୍ଷତି ସହିବାକୁ ପଡିବ ।
Comments are closed.