ଭାରତୀୟ ଦଳର ମୁଖ୍ୟ କୋଚ ହେବାକୁୁ ପ୍ରସ୍ତୁତ ନାହାନ୍ତି କୁମ୍ବଲେ

Share It

ଆସନ୍ତା ଟ୍ୱେଣ୍ଟି୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ତାଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଅନୀଲ କୁମ୍ବଲେଙ୍କୁ ଏହି ଦାୟିତ୍ୱ ଦେବାକୁ ବିସିସିଆଇ ପ୍ରାୟ ମନସ୍ଥ କରି ସାରିଥିଲା। ତେବେ ଏହି ଦାୟିତ୍ୱ ନେବାକୁ କୁମ୍ବଲେ ରାଜିନାହାନ୍ତି ବୋଲି ବୋର୍ଡ ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି। ପୁଣି ବିସିସିଆଇର କିଛି କର୍ମକର୍ତ୍ତା କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଦେବାକୁ ଆଗ୍ରହୀ ନାହାନ୍ତି। କାରଣ କୁମ୍ବଲେ ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଦର୍ଶନ ସେପରି ଭଲ ନଥିଲା।
ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହିଁ କୁମ୍ବଲେଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କରିବାକୁ ଆଗ୍ରହୀ ଅଛନ୍ତି। ତେବେ କୁମ୍ବଲେ ଏଥିପାଇଁ ଆଗ୍ରହୀ ନାହାନ୍ତି କିମ୍ବା ବୋର୍ଡର ଅନ୍ୟ କର୍ମକର୍ତ୍ତା ମଧ୍ୟ କୁମ୍ବଲେଙ୍କୁ ପସନ୍ଦ କରୁନାହାନ୍ତି। ପୂର୍ବଥର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା ବେଳେ ଭାରତୀୟ ଦଳରେ ଥିବା ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ସହ କାମ କରିବାକୁ କୁମ୍ବଲେ ଚାହାନ୍ତିନାହିଁ। ଅନ୍ୟପକ୍ଷରେ କୁମ୍ବଲେ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍‌ସର ମୁଖ୍ୟ ପ୍ରଶିକ୍ଷକ ହେବା ପରଠାରୁ ପଞ୍ଜାବ ପ୍ଲେଅଫ୍ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିନାହିଁ।


Share It

Comments are closed.