କରୋନାରେ ଆକ୍ରାନ୍ତ ହେଲେ କୋଲକତାର ୨ ଖେଳାଳୀ, ବାତିଲ ହୋଇପାରେ ଆଜିର ମ୍ୟାଚ

Share It

କରୋନାର ଆତଙ୍କ ଏବେ ଆଇପିଏଲରେ। ସୋମବାର ହେବାକୁ ଥିବା କୋଲକାତା ନାଇଟ୍ ରାଇଡର୍ସ ଓ ବେଙ୍ଗାଲୁର ଭିତରେ ହେବାକୁ ଥିବା ମ୍ୟାଚ୍‌କୁ ରଦ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, କୋଲକାତାର ଦୁଇ ଜଣ ଖେଳାଳି କରୋନା ପଜିଟିଭ ଜଣାପଡିଛନ୍ତି। ଏହାପରେ ମ୍ୟାଚ୍ ରଦ୍ଦ କରିବାର ନିଷ୍ପତ୍ତି ନିଆଯାଇଛି।

ଆଜି ଅହମ୍ମଦାବାଦରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (RCB) ର ସାମନା କୋଲକାତା ନାଇଟ୍ ରାଇଡର୍ସ (KKR) ସହିତ ହେବାର ଥିଲା। କରୋନା ସଂକ୍ରମଣ କାଳରେ ବିସିସିଆଇ ଶକ୍ତିଶାଳି‘ ବାୟୋ ବବଲ’ ସୁରକ୍ଷା ଖେଳାଳିଙ୍କୁ ଦେଇଥିଲା। ଯାହାଫଳରେ ଏପର୍ଯ୍ୟନ୍ତ ୨୯ଟି ମ୍ୟାଚ ସଫଳତାର ସହିତ ସରିଛି। ଚେନ୍ନାଇ ଓ ମୁମ୍ବାଇର ସବୁ ମ୍ୟାଚ୍ ଶେଷ ହୋଇଛି। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସିଜିନର ୩୦ ତମ ମ୍ୟାଚ୍ ଏବେ ରଦ୍ଦ କରିଦିଆଯାଇଛି।


Share It

Comments are closed.