ଧାନ ଫସଲରେ କାଣ୍ଡ ବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ବାୟର ପକ୍ଷରୁ ‘ବିକୋଟା’ର ଶୁଭାରମ୍ଭ
କଟକ : ଏକ ବିଶ୍ୱସ୍ତରୀୟ ଉଦ୍ୟୋଗ ବାୟର ପକ୍ଷରୁ ‘ବିକୋଟା’ର ଶୁଭାରମ୍ଭ ଘୋଷଣା କରାଯାଇଛି, ଏହି ନୂତନ ଉତ୍ପାଦକୁ ଧାନ ଚାଷ କରୁଥିବା କୃଷକମାନଙ୍କୁ କାଣ୍ଡ ବିନ୍ଧା ପୋକ ବା ଶାଖା କୀଟକୁ ପ୍ରଭାବୀ ରୂପେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ପାଇଁ ପରିକଳ୍ପନା କରାଯାଇଛି । ବିକୋଟା ଏଭଳି କ୍ଷତିକାରକ କୀଟଗୁଡିକ ବିରୋଧରେ ମଜବୁତ ସୁରକ୍ଷା ପ୍ରଦାନ କରିବା ପାଇଁ ବାୟର୍ର ସ୍ୱତନ୍ତ୍ର ଉଦ୍ଭାବନକୁ ଏକତ୍ରିତ କରିଛି । ବିକୋଟା ଅଧିକ ଧାନ ଫସଲ କରାଯାଉଥିବା ରାଜ୍ୟ ଯେପରିକି ପଞ୍ଜାବ, ହରିଆନା, ଉତରାଖଣ୍ଡ, ପଶ୍ଚିମ ଉତର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ତେଲେଙ୍ଗାନା ଆଦିରେ ଜୁନ୍ ୨୦୨୫ରୁ ଉପଲବ୍ଧ ହେବ ।
ବିକୋଟା ଏଭଳି କୀଟଗୁଡିକର ଖାଦ୍ୟକୁ ରୋକିବା ପାଇଁ ତତ୍କାଳ କାର୍ଯ୍ୟ କରିଥାଏ ଏବଂ ଫସଲକୁ ଦୀର୍ଘସ୍ଥାୟୀ ସୁରକ୍ଷା ଦେଇଥାଏ । କେବଳ ଗୋଟିଏ ପ୍ରୟୋଗ ସହିତ କୃଷକମାନେ ବଜାରରେ ଉପଲବ୍ଧ ଅନ୍ୟ ସମାଧାନଗୁଡିତ ତୁଳନାରେ ଦୀର୍ଘ ସମୟ ପାଇଁ ଅତିରିକ୍ତ ସୁରକ୍ଷା ପାଇପାରିବେ । ଏହାବ୍ୟତୀତ ଏହା ମଜବୁତ ଚେର ଓ ଶାଖା ବିକାଶକୁ ପ୍ରୋତ୍ସାହିତ କରିଥାଏ, ଫସଲର ସାମଗ୍ରିକ ସ୍ୱାସ୍ଥ୍ୟକୁ ଉନ୍ନତ ରଖିବାରେ ସାହାଯ୍ୟ କରିଥାଏ ଏବଂ ଅଧିକ ଅମଳ ସୁନିଶ୍ଚିତ କରିବା ସହ ପରିବର୍ତିତ ଜଳବାୟୁ ସ୍ଥିତି ମଧ୍ୟରେ କାଣ୍ଡ ବିନ୍ଧା ପୋକଗୁଡିକର ଆକ୍ରମଣକୁ ନିୟନ୍ତ୍ରଣ କରିବା ଭଳି ପ୍ରମୁଖ ଆହ୍ୱାନଗୁଡିକର ସମାଧାନ କରିଥାଏ ।
ଏହି ଉତ୍ପାଦର ଶୁଭାରମ୍ଭ ସମ୍ପର୍କରେ ବାୟର୍ର କ୍ରପ ସାଇନ୍ସ ଡିଭିଜନର ଭାରତର ମୁଖ୍ୟ ପରିଚାଳନା ଅଧିକାରୀ ମୋହନ ବାବୁ କହିଛନ୍ତି, “ ବାୟର୍ ନିଜର ଉଦ୍ଭାବନଗୁଡିକ ମାଧ୍ୟମରେ କୃଷକଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରୟାସ କରୁଛି । ବିକୋଟା ସହିତ ଆମେ କେବଳ ଧାନ ଫସଲର କୃଷକମାନଙ୍କୁ ସେମାନଙ୍କର ଫସଲକୁ ସୁରକ୍ଷିତ ରଖିବା ପାଇଁ ସମାଧାନ ପ୍ରଦାନ କରିବାକୁ ଚାହୁଁନାହୁଁ ବରଂ ସେମାନଙ୍କର ସମୟ ଓ ଶ୍ରମ ଖର୍ଚ୍ଚକୁ ସଂଚୟ କରିବା ସହିତ ସେମାନଙ୍କର ଉତ୍ପାଦନ ଓ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରୁଛୁ ।”
ବିକୋଟା ବ୍ୟବହାର ପାଇଁ ସୁରକ୍ଷିତ ଅଟେ ଏବଂ କୀଟପତଙ୍ଗଗୁଡିକୁ ଦୂର କରିବା ପାଇଁ ଉପଯୋଗୀ ଅଟେ, ଯାହା ଏହାକୁ କୃଷକଙ୍କ ପାଇଁ ଏକ ଆଦର୍ଶ ପସନ୍ଦରେ ପରିଣତ କରୁଛି ଏବଂ ଏହା ଇଂଟିଗ୍ରେଟେଡ ପେଷ୍ଟ ମ୍ୟାନେଜମେଂଟ (ଆଇପିଏମ) ଅଭ୍ୟାସଗୁଡିକ ସହ ଭଲ ଭାବରେ ମେଳ ଖାଉଛି । ଏହାର ଗ୍ରାନୁଲାର ଫର୍ମୁଲେଶନ ସହଜ ପ୍ରୟୋଗ ପାଇଁ ଅନୁମତି ଦେଇଥାଏ, ଯାହା ଏହାକୁ କୃଷକଙ୍କ ପାଇଁ ନିଜର ଚାଷ ଜମିକୁ ଶୀଘ୍ର ଆଚ୍ଛାଦିତ କରିବା ପାଇଁ ସହଜ କରିଥାଏ ।
Comments are closed.