କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
କର୍ଣ୍ଣାଟକରେ ଆରମ୍ଭ ହେଲା ବୋମାଇ ଯୁଗ। କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ। କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାବରଚାନ୍ଦ ଗେହଲୋଟ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଏସ୍ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜ୍ୟରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ? ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଏହାପରେ ବିଧାୟକ ଦଳ ବୈଠକରେ ୟେଦିୟୁରପ୍ପା ବାସବରାଜ ବୋମାଇଙ୍କ ନାମ ପ୍ରସ୍ତାବିତ କରିଥିଲେ। ସର୍ବ ସମ୍ମତି କ୍ରମେ ଏବେ ବାସବରାଜ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୬୧ ବର୍ଷୀୟ ବାସବରାଜ ବୋମାଇ ଲିଙ୍ଗାୟତ ସମ୍ପ୍ରଦାୟର। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଆର୍ ବୋମାଇଙ୍କ ପୁଅ ହେଉଛନ୍ତି ବାସବରାଜ ବୋମାଇ।
Comments are closed.