ବରିଷ୍ଟ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର
ଭୁବନେଶ୍ବର: ଗତକାଲି ବିଧାନସଭାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଉପରେ ଜୋରଦାର ପ୍ରତିବାଦ ହେବାସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଧାନସଭା ଭିତରେ ଅଟକ ରହିଥିଲେ । ସେମାନଙ୍କ ପାଇଁ ବିଧାନ ସଭା ଭିତରେ ବାଥରୁମ୍ ବନ୍ଧ ହେବା ସହ ପାଣି ଖାଇବା ମଧ୍ୟ ବନ୍ଦ ଥିଲା। ନିଲମ୍ବନ ପରେ ମଧ୍ୟ ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ ଏବଂ ମାଷ୍ଟର କ୍ୟାଣ୍ଟିନ ଛକରେ ରାତି ସାରା ବସି ରହିଲେ। ଯେଉଁଠି ପାଇଁ ଅଜି ସକାଳୁ ବରିଷ୍ଟ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସକାଳେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ ସହଯୋଗ ପ୍ରଦାନ କରିଛନ୍ତି।
ଏହି ଅନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ବିରୋଧରେ ଏବଂ ଲୋକତନ୍ତ୍ର ପାଇଁ ଲଢ଼ା ଚାଲି ରହିବ। ଏକ ନିଷ୍ପକ୍ଷ ଏବଂ ନ୍ୟାୟସଂଗତ ପଦକ୍ଷେପ ନିଆଯିବା ପର୍ଯ୍ୟନ୍ତ କଂଗ୍ରେସ ତାହାର ଆନ୍ଦୋଳନ ଜାରି ରଖିବ।
Comments are closed.