ଡଗ୍ସ ମାମଲାକୁ ନେଇ ଦୀପିକା, ସାରା ଓ ଶ୍ରଦ୍ଧାଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ କରିବ ଏନସିବି


ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ଏନସିବି ବଲିଉଡର ତିନି ଜଣ ବଡ଼ ବଡ଼ ଅଭିନେତ୍ରୀଙ୍କୁ ପଚରାଉଚରା କରିଛି। ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଏବେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଚେକ୍ କରିବ। ଏନସିିବି ବ୍ୟାଙ୍କରୁ ହୋଇଥିବା ସେମାନଙ୍କର ନେଣ-ଦେଣର ତଦନ୍ତ କରିବ।

ସେପ୍ଟେମ୍ବର ୨୬ରେ ଏନସିବି ଏହି ତିନି ଅଭିନେତ୍ରୀଙ୍କ ଡ୍ରଗ୍ସ ଚାଟକୁ ନେଇ ପଚରାଉଚରା କରିଥିଲା। ଦୀପିକା ପାଦୁକୋନଙ୍କୁ ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା ଜେରା କରିଥିଲା। ଏହା ସହ ଦୀପିକା ଓ ତାଙ୍କ ମ୍ୟାନେଜର କରିଶ୍ମାଙ୍କୁ ମଧ୍ୟ ସାମ୍ନାସାମ୍ନି କରି ପଚରାଉଚରା କରିଥିଲା।

ତେବେ ଡ୍ରଗ୍ସୁକ ନେଇ ଏ ତିନି ଅଭିନେତ୍ରୀ ବ୍ୟାଙ୍କ ଜରିଆରେ କିଛି ନେଣଦେଣ କରିଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା ଚଳାଇଛି ଏନସିବି। ତିନି ଅଭିନେତ୍ରୀଙ୍କ କ୍ରେଡିଟ୍ କାର୍ଡରୁ ଗତ ତିନିମାସର ପେମେଣ୍ଟର ତଦନ୍ତ କରିବ। କେବଳ ଏତିକି ନୁହେଁ ତଦନ୍ତ ଏଜେନ୍ସି ବଲିଉଡର ବଡ଼ ପ୍ରଯୋଜକଙ୍କ ସମେତ ସାତ ଜଣ ବଡ଼ ଅଭିନେତାଙ୍କୁ ମଧ୍ୟ ଏ ମାମଲାରେ ଜେରା କରିବ।


Share It

Comments are closed.