ଫିଲ୍ମ ନିର୍ଦ୍ଦେଶକ ଅଭିନବ କଶ୍ୟପଙ୍କ ଦାବୀ, ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ‘ୟଶରାଜ’ କ୍ୟାମ୍ପ ଦାୟୀ


ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ସତ୍ୟ ସାମ୍ନାକୁ ଆସିବାରେ ଲାଗିଛି । ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏକ ଖୋଲା ଚିଠି ଲେଖିଛନ୍ତି । ଏହି ଚିଠିରେ ଅଭିନବ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଦାବି କରିଛନ୍ତି ଏବଂ ଅନେକ ଗମ୍ଭୀର କଥା କହିଛନ୍ତି। ନିଜ ପୋଷ୍ଟରେ ଅଭିନବ ଲେଖିଛନ୍ତି, ‘ସରକାର ନିକଟରେ ମୋର ଅପିଲ୍ ଯେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରନ୍ତୁ । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାକୁ ଶାନ୍ତି ମିଳୁ… ଓମ୍ ଶାନ୍ତି… କିନ୍ତୁ ତୁମର ସଂଗ୍ରାମ ଜାରି ରହିଛି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏକ ବଡ ସମସ୍ୟାକୁ ସାମ୍ମାକୁ ଆଣିଛି ଯାହାକୁ ଆମ ଭିତରୁ ଅନେକ ସାମ୍ନା କରୁଛନ୍ତି । ବାସ୍ତବରେ କୌଣସି ଜିନିଷ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ପ୍ରକୃତରେ ବାଧ୍ୟ କରେ କି ? ମୋତେ ଭୟ ଅଛି ଯେ ତାଙ୍କ ମୃତ୍ୟୁ କେବଳ ଆଇସବର୍ଗର ପାଣି ଉପରେ ନଜର ଆସୁଥିବା ଅଂଶ । ଯେହେତୁ #metoo ଆନ୍ଦୋଳନ ବଲିଉଡର ସବୁଠୁ ବଡ କଳଙ୍କିତ ଦାଗକୁ ସାମ୍ନାକୁ ଆଣିଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମଧ୍ୟ YRF ଟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସୀକୁ ମଧ୍ୟ ଯାଞ୍ଚ ପରିସରକୁ ଆଣୁଛି । ଯିଏ ହୁଏତ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥାଇପାରେ । କିନ୍ତୁ ଏହା ଏବେ ଯାଞ୍ଚର ବିଷୟ ପାଲଟିଛି। ଏହି ଲୋକମାନେ କ୍ୟାରିୟର ଗଠନ କରନ୍ତିନାହିଁ । ସେମାନେ ଆପଣଙ୍କ କ୍ୟାରିୟର ଏବଂ ଜୀବନକୁ ନଷ୍ଟ କରିଦିଅନ୍ତି।

https://m.facebook.com/story.php?story_fbid=10158865186991844&id=768171843

ପ୍ରାୟ ୧୦ ବର୍ଷ ଧରି ବ୍ୟକ୍ତିଗତ ଭାବରେ ଏହି ସବୁ ସହି ସାରିବା ପରେ ମୁଁ ସମ୍ପୂର୍ଣ୍ଣ ବିଶ୍ୱାସର ସହ କହିପାରେ ଯେ ବଲିଉଡର ପ୍ରତ୍ୟେକ ଟାଲେଣ୍ଟ ମ୍ୟାନେଜର ଏବଂ ଟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି କଳାକାରମାନଙ୍କ ପାଇଁ ଏକ ସମ୍ଭାବ୍ୟ ମୃତ୍ୟୁ ଜାଲ । ସେମାନେ ସମସ୍ତେ ମୂଳତଃ ଧଳାମୁଖା ପିନ୍ଧା ଦଲାଲ ଏବଂ ଏଥିରେ ସମସ୍ତେ ଅନ୍ତର୍ଭୁକ୍ତ କରେ । ସମସ୍ତଙ୍କର ନିଜସ୍ୱ ଆଚରଣ ବିଧି ରହିଛି ଯାହାକୁ ସେମାନେ ଅନୁସରଣ କରନ୍ତି । ସେ କହିଛନ୍ତି, ‘ସେମାନଙ୍କର ଏକ ସରଳ ମନ୍ତ୍ର ଅଛି । ଗୋଷ୍ଠୀରେ ସମସ୍ତେ ନଗ୍ନ ଏବଂ ଯେଉଁମାନେ ନଗ୍ନ ନୁହଁନ୍ତି ସେମାନଙ୍କୁ ବି ନଗ୍ନ କର । କାରଣ ଯଦି ଜଣେ ଧରାପଡିଯାଏ ତେବେ ସମସ୍ତେ ଧରାପଡିଯିବେ । ଏହି ନିୟମ ଅନୁସରଣ କରିବା ହେଉଛି ଅଧିକାଂଶଙ୍କର ଅଭ୍ୟାସ । ପ୍ରଥମ କଥା ହେଉଛି ଟାଲେଣ୍ଟ ସ୍କାଉଟ୍ ଏକ କଟ୍ କିମ୍ବା କମିଶନ ଉପରେ କାର୍ଯ୍ୟ କରନ୍ତି । ଯେଉଁଥିରେ ସେମାନେ ମୁମ୍ବାଇ ବାହାରର ଟାଲେଣ୍ଟକୁ  ନିଜର ଅଳ୍ପ ବହୁତ ସଂଯୋଗ ଏବଂ ସମ୍ପତ୍ତି ଆଧାରରେ ଡାକନ୍ତି । ଏହାପରେ, ସେହି ଟାଲେଣ୍ଟକୁ ବଲିଉଡ ପାର୍ଟି ଏବଂ ରାଣ୍ଡମ ରେଷ୍ଟୁରାଣ୍ଟରେ ମଧ୍ୟାହ୍ନ ଭୋଜନ ପାଇଁ ମାଗଣା ନିମନ୍ତ୍ରଣ ଦ୍ୱାରା ପ୍ରଲୋଭିତ କରାଯାଏ । ଯେଉଁଠାରେ ସେମାନଙ୍କୁ ବଲିଉଡ୍ ସେଲିବ୍ରିଟିଙ୍କ ସହ ପରିଚିତ କରାଇବାକୁ କୁହାଯାଏ । ଅନ୍ଧ କରିଦେଉଥିବା ସେଲିବ୍ରିଟିଙ୍କ ଗ୍ଲାମର ଏବଂ ଟଙ୍କା ରୋଜଗାର ପାଇଁ ସହଜ ଉପାୟ ମଧ୍ୟରେ ଆପଣ ଜାଣିପାରନ୍ତି ନାହିଁ ଯେ ଆପଣ କେଉଁଥିରେ ଫସିବାରୁ ଯାଉଛନ୍ତି । ମୋତେ କହିବାକୁ ଦିଅ ଯେ ଏହି ପାର୍ଟିରେ ସେମାନଙ୍କୁ ବହୁତ ଖରାପ ବ୍ୟବହାର କରାଯାଏ ଯାହା ଦ୍ୱାରା ସେମାନେ ନିରାଶ ହୋଇ ଆତ୍ମବିଶ୍ୱାସ ହରାଇଥାନ୍ତି । ଥରେ ସେମାନଙ୍କର ଆତ୍ମବିଶ୍ୱାସ ଭାଙ୍ଗିଗଲା ପରେ ସ୍କାଉଟ୍ ସେମାନଙ୍କୁ ଅନେକ ବର୍ଷର ସ୍ୱତନ୍ତ୍ର କଣ୍ଟ୍ରାକ୍ଟ ଅଫର କରିଥାଏ । ସେମାନଙ୍କୁ ଦସ୍ତଖତ କରିବାକୁ ଚାପ ପକାଇବା ସହିତ ବଡ କଳାକାରଙ୍କ ଚାପରୁ ସେମାନଙ୍କୁ ରକ୍ଷା କରିବାକୁ ପ୍ରତିଶୃତି ଦେଇଥାଏ । ସେମାନଙ୍କୁ ଏଥିପାଇଁ ବହୁତ କମ୍ ମୂଲ୍ୟ ଦିଆଯାଇଥାଏ । ଏହି କଣ୍ଟ୍ରାକ୍ଟକୁ ସାଇନ୍ କରିବା ଅର୍ଥ ହେଉଛି ପେନାଲଟି ଦେବା । ଚିଠିର ଶେଷ ଭାଗରେ ଅଭିନବ ଲେଖିଛନ୍ତି, ‘ସୁଶାନ୍ତ ଏହି ସବୁ ଜିନିଷରୁ ଆଗକୁ ବଢିଛନ୍ତି ଏବଂ ମୁଁ ଭାବୁଛି ସେ ଯେଉଁଠାରେ ବି ଥିବେ ବହୁତ ଖୁସି ଥିବେ । କିନ୍ତୁ ଏସବୁରୁ ମୁଁ ଅନୁଭବ କରିବି ଯେ, କୌଣସି ନିରୀହ ପ୍ରତିଭା କାମ ଅଭାବ ଏବଂ ଆତ୍ମସମ୍ମାନ କମ୍ ହେତୁ ବଲିଉଡରେ ନିଜ ଜୀବନ ନିଅ ନାହିଁ । ମୁଁ ଆଶା କରୁଛି ଯେ ଚିନ୍ତାରେ ଥିବା କଳାକାର ଏବଂ ସୃଜନଶୀଳ କଳାକାରମାନେ ଏହି ପୋଷ୍ଟଟିକୁ ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରିବେ।


Share It

Comments are closed.