ଶୀତ ଋତୁରେ ପାଚିଲା କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ, ଜାଣନ୍ତୁ କାରଣ
ଆପଣ ଯଦି ସବୁଦିନ ଫଳ ଖାଉଛନ୍ତି ତେବେ ଆପଣଙ୍କୁ ଫଳ ଖାଇବାର ସମୟ ଜାଣିବାର ଆବଶ୍ୟକ ରହିଛି। ଆୟୁର୍ବେଦ ଅନୁଯାୟୀ ଫଳ ଦ୍ୱୀପହର ସମୟରେ ଖାଇବା ଉଚିତ୍। ଏହା ପୂର୍ବରୁ ଓ ପରେ ଅନ୍ୟ କୌଣସି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ନହେଲେ ଫଳ ଖାଇବା ଦ୍ୱାରା ଆପଣଙ୍କୁ କିଛି ଫାଇଦା ମିଳିବ ନାହିଁ।
ବର୍ତ୍ତମାନ ଶୀତ ଋତୁ ଚାଲିଛି। ସମସ୍ତେ ପ୍ରାୟ ଫଳ ମଧ୍ୟରୁ ପାଚିଲା କଦଳୀ ଖାଇବାକୁ ଭଲ ପାନ୍ତି। ଏହାରି ଭିତରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ ଶୀତ ଋତୁରେ କଦଳୀ ଖାଇବା ଉଚିତ କି ନୁହେଁ। କାରଣ କଦଳୀ ଅଧିକ ଭିଟାମିନ ପ୍ରଦାନ କରୁଥିବା ଫଳ। ଏହି ଫଳ ଖୁବ୍ ଶସ୍ତା ଓ ଶରୀର ପାଇଁ ଉପକାରୀ। ଯଦି ଆପଣ ନିୟମିତ କଦଳୀ ଖାଉଛନ୍ତି ତାହାଲେ ଆପଣଙ୍କର ପାଚନକ୍ରିୟାକୁ ଠିକ୍ ରଖିବା ସହ ଶରୀର ଦୁର୍ବଳପଣକୁ ଦୂର କରିଥାଏ।
ହେଲେ କିଛି ଲୋକ ଭାବନ୍ତି ଯେ କଦଳୀ ଖାଇବା ଦ୍ୱାରା ଥଣ୍ଡା ହେବା ସହ କାଶ ହୋଇଥାଏ। ବିଶେଷ କରି ଛୋଟ ପିଲାଙ୍କୁ ଏହି ସମସ୍ୟା ଅଧିକ ହୋଇଥାଏ ବୋଲି ବହୁତ ଜଣ ଭାବନ୍ତି। ତେବେ ଆସନ୍ତୁ ଜାଣିବା ଏଥିରେ କେତେ ସତ୍ୟତା ରହିଛି।
କିଛି ସ୍ୱାସ୍ଥ୍ୟ ବିଷେଜ୍ଞଙ୍କ ଅନୁଯାୟୀ, ଶୀତ ଦିନରେ ମଧ୍ୟ କଦଳୀ ଖାଇବା ଉଚିତ୍। ତେବେ ଶୀତ ଦିନେ କଦଳୀ ରାତି ସମୟରେ ଖାଇବା ଅନୁଚିତ୍। ଯଦି ଆପଣ କଦଳୀ ଖାଉବାକୁ ଚାହୁଁଛନ୍ତି ତେବେ ଦ୍ୱୀପହର ସମୟରେ ଖାଇବା ଶରୀର ପାଇଁ ଉପକାର ହେବ। ଯଦି ଆପଣଙ୍କୁ ଥଣ୍ଡା ଜ୍ୱର ବା କାଶ କଫ ହେଉଛି ତେବେ କଦଳୀ ଖାନ୍ତୁ ନାହିଁ ଏହି ସମୟରେ କଦଳୀ ଖାଇଲେ କଫ ଓ କାଶ ଅଧିକ ହୋଇଥାଏ।
ସୂଚନାଯୋଗ୍ୟ, କଦଳୀରେ ଅଧୀକ ପୋଟାସିୟମ୍ ରହିଛି। କଦଳୀ ଶରୀରରେ ଜଳର ଅଭାବ ପୂରଣ କରିବା ସହ ହାଇଡ୍ରେଟେଡ୍ ରଖିବାରେ ସାହାଯ୍ୟ କରିଥାଏ। ଏହାସହ କଦଳୀରେ ଥିବା ୧୦୦ କ୍ୟାଲୋରୀ ଶରୀରକୁ ଶକ୍ତି ପ୍ରଦାନ କରିଥାଏ।
Comments are closed.