ବାଲିଯାତ୍ରା ପ୍ଲଟ ଆବଣ୍ଟନ ପଞ୍ଜୀକରଣ ଅବଧି ବୃଦ୍ଧି
କଟକ : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ, ଆସନ୍ତା ୧୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ବାଲିଯାତ୍ରା ପ୍ଲଟ ଆବଣ୍ଟନ ପଞ୍ଜୀକରଣ ଅବଧି ବଢ଼ାଇ ଦିଆଯାଇଛି।
କଟକ ଶହରରେ କିଛି ଦିନ ଧରି ରହିଥିବା କର୍ଫ୍ୟୁ ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବା କାରଣରୁ ବହୁ ବ୍ୟବସାୟୀ ଓ ଆଗ୍ରହୀ ବ୍ୟକ୍ତିମାନେ ସମୟରେ ପଞ୍ଜୀକରଣ କରିପାରିନଥିଲେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସହର ପ୍ରଶାସନ ଅବଧି ବୃଦ୍ଧି କରିବାର ସିଦ୍ଧାନ୍ତ ନେଇଛି।
ପଞ୍ଜୀକରଣ ପ୍ରକ୍ରିୟା www.baliyatra.net ୱେବସାଇଟ୍ ମାଧ୍ୟମରେ ଚାଲିବ ଓ ଅନଲାଇନ୍ ଭାବେ ଯେକୌଣସି ଆଗ୍ରହୀ ଲୋକେ ନିଜ ପଞ୍ଜୀକରଣ କରାଇପାରିବେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆଗ୍ରହୀ ବ୍ୟବସାୟୀ ଓ ସଂଗଠନକୁ ଯଥାଶୀଘ୍ର ପଞ୍ଜୀକରଣ କରାଇନେବା ପାଇଁ ଅନୁରୋଧ କରାଯାଇଛି, ଯେପରିକି ଅବଧି ପରେ କୌଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ।
Comments are closed.