ବଜାଜ ଫାଇନାନ୍ସ ପକ୍ଷରୁ ମୋରାଟୋରିଅମ୍ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା


ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ମୋରାଟୋରିଅମ୍ ସୁବିଧାକୁ ନେଇ ଅନେକ ଭ୍ରାନ୍ତଧାରଣା ସାଧାରଣରେ ରହିଛି । ସେହି ସବୁ ଧାରଣାକୁ ଦୂର କରିବା ଲାଗି ବଜାଜ ଫାଇନାନ୍ସ ପକ୍ଷରୁ ଏହ।।ର ଗ୍ରାହକମାନଙ୍କୁ ମୋରାଟୋରିଅମ୍ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି ।
ବଜାଜ ଫାଇନାନ୍ସ ପକ୍ଷରୁ ଅବଗତ କରାଯାଇଛି ଯେ, ଗ୍ରାହକମାନଙ୍କୁ ମୋରାଟୋରିଅମ୍ ସୁବିଧା ଦେବା ଲାଗି ଏନ୍‌ବିଏଫ୍‌ସିଗୁଡ଼ିକୁ ଅନୁମତି ଦିଆଯାଇଥିଲେ ମଧ୍ୟ ଏହି ଅଫର ଆପେ ଆପେ ସବୁ ଗ୍ରାହକଙ୍କୁ ଦେବା ବିଷୟ ବାଧ୍ୟତାମୂଳକ କରାଯାଇନାହିଁ । ଯେଉଁମାନେ ମୋରାଟୋରିଅମ୍ ସୁବିଧା ନେବାକୁ ଚାହୁନାହାନ୍ତି ସେମାନଙ୍କ ଇଏମ୍‌ଆଇ ଉପରେ କୌଣସି କଟକଣା ଲଗାଯାଇନାହିଁ । ମିଆଦୀ ଋଣ ଓ କାର୍ଯ୍ୟକାରୀ ପୁଂଜି ଉପରେ କଂଟ୍ରାକ୍‌ଚୁଆଲ୍ ସୁଧ ଲାଗୁ ହେବ । ମୋରାଟୋରିଅମ୍ ଅବଧି ଶେଷ ହେବା ପରେ ଲାଗୁ ହୋଇଥିବା ସୁଧ ଆଦାୟ କରାଯିବ । ଯେଉଁଠାରେ ଗ୍ରାହକ ମୋରାଟୋରିଅମ୍ ସୁବିଧା ଗ୍ରହଣ କରିନାହାନ୍ତି ସେଠାରେ ଇଏମ୍‌ଆଇ ଦେବାକୁ ହେବ ।
ଯେଉଁ ଗ୍ରାହକମ।।ନେ ନିୟମିତ ଋଣ କିସ୍ତି ଦେଉଥିଲେ, ଯେଊଁମାନଙ୍କ କୌଣସି ସମୟରେ ଦୁଇରୁ ଅଧିକ ଇଏମ୍‌ଆଇ ବକେୟା ନଥିଲା ଏବଂ ଯେଉଁମାନେ ମୋରାଟୋରିଅମ୍‌ାର ବିକଳ୍ପ ଚୟନ କରିବା ଲାଗି ସ୍ୱେଚ୍ଛାକୃତ ଭାବେ ଆବେଦନ କରିଥିଲେ ଏବଂ ଏନ୍‌ପିଏ ହୋଇନଥିବା ଖାତାଗୁଡିକ ଉପରେ ବଜାଜ ଫାଇନାନ୍ସ ଲିମିଟେଡ୍ ମୋରାଟୋରିଅମ୍ ସୁବିଧା ଦେଇଥିଲା । ମୋରାଟୋରିଅମ୍ ସୁବିଧା ଦେବା ସମ୍ପୂର୍ଣ୍ଣ ରୂପେ ବଜାଜ ଫାଇନାନ୍ସ ଉପରେ ନିର୍ଭର କରୁଛି ।
ଗ୍ରାହକମାନେ ବଜାଜ ଫାଇନାନ୍ସ ୱେବସାଇଟ୍‌ରେ ଯାଇ ଆବଶ୍ୟକ ବିବରଣୀ ଦେବା ପରେ “ରେଜ୍ ଏ ରିକ୍ୱେଷ୍ଟ୍‌’ ସେକ୍ସନ୍‌ରେ ପହଂଚି କୋଭିଡ୍‌-୧୯କୁ ଚୟନ କରିବାକୁ ପଡ଼ିବ । ଏହା ପରେ ଋଣ ବିବରଣୀ ଚୟନ କରି ସେଥିରେ ଥିବା ସର୍ତଗୁଡ଼ିକୁ ଭଲ ଭାବେ ପଢ଼ିବାକୁ ହେବ । ସର୍ତବାଳୀକୁ ଗ୍ରହଣ କରିବା ପରେ ମୋରାଟୋରିଅମ୍ ଆବେଦନକୁ ଗ୍ରାହକ ଦାକଲ କରିପାରିବେ । ଇଏମ୍‌ଆଇ ଟଙ୍କା କଟିବାର ୭ ଦିନ ପୂର୍ବରୁ ମୋରାଟୋରିଅମ୍ ଆବେଦନ କରିବାକୁ ପଡ଼ିବ । ଗ୍ରାହକମାନେ “ଚେକ୍ ଷ୍ଟାଟସ୍ ଅଫ୍ ୟୋର ରିକ୍ୱେଷ୍ଟ୍‌’ ଚୟନ କରି ମୋରାଟୋରିଅମ୍‌ର ସ୍ଥିତି ଜାଣିପ।।ରିବେ ।
ମୋରାଟୋରିଅମ୍ ଅବଧି ଗ୍ରହଣ କଲେ ଋଣ ପରିଶୋଧର ଅବଧି ଓ ଇଏମ୍‌ଆଇ ପରିମାଣ ବଢ଼ିବ । ମୋରୋଟୋରିଅମ୍ ଅବଧିରେ ଯେଉଁ ଋଣ ସୃଷ୍ଟି ହେବ ତାହାକୁ ମୂଳଧନ ଓ ପୂର୍ବ ସୁଧ ବକେୟା ସହ ଯୋଡ଼ାଯିବ । ଏହି ମୋରାଟୋରିଅମ୍ ଅବଧିରେ କଂଜ୍ୟୁମର ଡ୍ୟୁରେବଲ୍ ଋଣ ଉପରେ ମଧ୍ୟ ସୁଧ ଲାଗୁ ହେବ ।


Share It

Comments are closed.