ହିନ୍ଦୁଙ୍କ ଧର୍ମିୟ ଭାବନାକୁ ଗଭୀର ଆଘାତ, ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ କଚାଡି ଭାଙ୍ଗିଲେ ମୁସଲିମ ମହିଳା


ବାହାରିନ ହରିନର ଏକ ସୁପର ମାର୍କେଟରେ ଜଣେ ବୁର୍ଖା ପିନ୍ଧିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ମହିଳା ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ତଳେ ପକାଇ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦି କ୍ୟାରିଙ୍ଗ ଏଥିଷ୍ଟ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି । ଭିଡିଓକୁ ଦେଖି ଲୋକେ କ୍ରୋଧ ପ୍ରକାଶ କରିଛନ୍ତି । ବାହାରିନ ପୋଲିସ ମୂର୍ତ୍ତି ଭାଙ୍ଗିଥିବା ଏହି ମହିଳାଙ୍କ ବିରୋଧରେ ମାମଲା ରୂଜୁ କରିଛି ।

ଭିଡିଓ ମନାମା ଜାଫେୟର ମାର୍କେଟର ବୋଲି କୁହାଯାଉଛି । ଭିଡିଓରେ ଦୁଇଜଣ ମହିଳା ସୁପର ମାର୍କେଟରେ ଉତ୍ପାତ ହେଉଥିବା ଦେଖିବାକୁ ମିଳିଛି । ଏହି ମୂର୍ତ୍ତି ମାର୍କେଟର ଏକ ଷ୍ଟୋରର ଗ୍ୟାଲେରୀରେ ବିକ୍ରି ପାଇଁ ରଖାଯାଇଥିଲା । ଜଣେ ମହିଳା ମୂର୍ତ୍ତିକୁ ସେଲ୍ଫରୁ କାଢି ତଳେ କଚାଡି ଦେଇଥିବା ଦେଖିବାକୁ ମିଳିଛି । ମହିଳା ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ମୂର୍ତ୍ତି ତଳେ କଚାଡି ଭାଙ୍ଗି ଦେଇଛନ୍ତି । ଭିଡିଓଟି ହିନ୍ଦୁମାନଙ୍କ ମନକୁ ଗଭୀର ଭାବେ କଷ୍ଟ ପହଞ୍ଚାଇଛି । ଜଣେ ମହିଳା ମୂର୍ତ୍ତି ଭାଙ୍ଗୁଥିବା ବେଳେ ଅନ୍ୟ ମହିଳା ଜଣକ ଏହାକୁ ନିଜ ମୋବାଇଲରେ ରେକର୍ଡ କରୁଥିଲେ । ସ୍ଥାନୀୟ ମିଡ଼ିଆରେ ପ୍ରକାଶ ପାଇଥିବା ଖବର ଅନୁସାରେ, ମହିଳାଙ୍କୁ ମୂର୍ତ୍ତି ଭାଙ୍ଗିବାରୁ ଷ୍ଟୋର କର୍ମଚାରୀ ବାଧା ଦେବାରୁ ମହିଳା ଆରବୀ ଭାଷାରେ ତାଙ୍କୁ ଗାଳିଗୁଲଜ କରିଥିଲେ । ମହିଳାଙ୍କ ହାବଭାବରୁ ଜଣାପଡୁଥିଲା ଯେ, ମୁସଲିମ ଦେଶରେ ଏହି ମୂର୍ତ୍ତିର କଣ କାମ ? ମୂର୍ତ୍ତି ବିକ୍ରି କରିବାକୁ ମଞ୍ଜୁରୀ କିଏ ଦେଇଛି ? ଷ୍ଟୋର କର୍ମଚାରୀ କହିଥିଲେ ଯେ, ସେମାନେ ଜାଣିଛନ୍ତି ଯେ ଏହା ମୁସଲିମ ଦେଶ । ଏତିକିବେଳେ ଆଉ ଜଣେ ମହିଳା ଧମକାଇ କହିଛନ୍ତି ‘ଆମେ ଦେଖିବୁ କିଏ ଏହି ମୂର୍ତ୍ତି ପୂଜା କରିବ ।’

ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ୫୪ ବର୍ଷ ବୟସ୍କା ମହିଳା ବିରୋଧରେ ସାମ୍ପ୍ରଦାୟିକ ଧାର୍ମିକ ଭାବନା ଓ ଅନୁଷ୍ଠାନକୁ ଅପମାନିତ କରିଥିବା ଆରୋପ ଲଗାଯାଇଛି । ବାହାରିନ ଆନ୍ତରିକ ମନ୍ତ୍ରାଳୟ କହିଛନ୍ତି ଯେ ଦୋକାନର କ୍ଷତି କରିଥିବା ଏବଂ ଏକ ସମ୍ପ୍ରଦାୟ ଓ ଅନୁଷ୍ଠାନକୁ ଅପମାନିତ କରିଥିବା ଅଭିଯୋଗରେ ପୋଲିସ ମହିଳାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।


Share It

Comments are closed.