ଏତେ ମହଙ୍ଗା ଶାଢ଼ୀ ପିନ୍ଧି ଚର୍ଚ୍ଚାରେ ପି ଭି ସିନ୍ଧୁ, ଦାମ ଜାଣିଲେ ଆପଣ ବି ଚମକିପଡ଼ିବେ
ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ନାମ ଉଜ୍ୱଳ କରିଥିବା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ନିକଟରେ ଏକ ଶାଢି ପିନ୍ଧି ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ପିଭି ସିନ୍ଧୁ ଶାଢୀରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ପିଭି ସିନ୍ଧୁଙ୍କ ଏହି ଶାଢୀ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ଲୋକମାନେ ତାଙ୍କ ଶୈଳୀକୁ ବହୁତ ପସନ୍ଦ କରୁଛନ୍ତି ।
ପ୍ରସିଦ୍ଧ ଫଟୋଗ୍ରାଫର ଅନିଲ କୁମାର ପିଭି ସିନ୍ଧୁଙ୍କ ଏହି ଫଟୋଗୁଡ଼ିକର ଏକ କୋଲାଜ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଆକର୍ଷଣୀୟ ଦେଖାଯାଉଛନ୍ତି । ଏହି ଫଟୋଗୁଡ଼ିକରେ, ସେ ହ୍ୱାଇଟ୍ କଲର୍ର ଫ୍ଲୋରା ପ୍ରିଣ୍ଟ ଶାଢୀ ପିନ୍ଧିଛନ୍ତି । ଏହି ଶାଢୀକୁ ପ୍ରସିଦ୍ଧ ଡିଜାଇନର୍ ମନୀଷ ମଲହୋତ୍ରା ଡିଜାଇନ୍ କରିଛନ୍ତି । ଯାହାର ମୂଲ୍ୟ ୧.୯୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି ।
ପିଭି ସିନ୍ଧୁ ଏହି ଶାଢୀରେ ସୁନ୍ଦର ପୋଜ୍ ଦେଇଛନ୍ତି । ସେ ଏହି ସୁନ୍ଦର ଶାଢୀ ସହିତ ଡାଏମଣ୍ଡ ଅଳଙ୍କାର ପିନ୍ଧିଛନ୍ତି ଯାହା ତାଙ୍କ ଲୁକ୍କୁ ଫରଫେକ୍ଟ କରିଛି । ତାଙ୍କ ଶାଢୀ ରଙ୍ଗ ସହିତ ମ୍ୟାଚିଙ୍ଗ କରି, ସେ ନିଜ ମେକଅପ୍ କୁ ମଧ୍ୟ ହାଲୁକା ଭାବରେ ନେଇଛନ୍ତି ଏବଂ ତାଙ୍କ କେଶ ଖୋଲା ରଖିଛନ୍ତି । ଷ୍ଟାଇଲିସ୍ ବର୍ନାଲି ତାଲୁକଦାର ତାଙ୍କୁ ଏହି ସୁନ୍ଦର ଲୁକ୍ ଦେଇଛନ୍ତି ।
Comments are closed.