ସ୍ୱଦେଶୀ ଉତ୍ପାଦର ବିକ୍ରି ପାଇଁ ପତଞ୍ଜଳୀ ଆଣୁଛି ଇ-କମର୍ସ ପ୍ଲାଟଫର୍ମ ‘ଅର୍ଡରମେ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ସ୍ଥାନୀୟ ଉତ୍ପାଦରୁ ବ୍ୟବହାର ବହୁଳ ଭାବରେ କରିବା ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଏହି ମଧ୍ୟରେ ଯୋଗଗୁରୁ ବାବା ରାମଦେବ ପତଞ୍ଜଳୀ ସ୍ୱଦେଶୀ ଉତ୍ପାଦ ପାଇଁ ନୂଆ ଇ-କମର୍ସ ପ୍ଲାୟଫର୍ମ ‘ଅର୍ଡରମେ’ର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଅନଲାଇନ ପ୍ଲାଟଫର୍ମରେ ପତଞ୍ଜଳୀ ସମେତ ଅନ୍ୟ କମ୍ପାନୀମାନଙ୍କ ‘ମେକ ଇନ ଇଣ୍ଡିଆ’ ଉତ୍ପାଦ ଏବଂ ବିଭିନ୍ନ ସ୍ୱଦେଶୀ ସାମଗ୍ରୀ ବିକ୍ରି ହେବ ।
ମିଳିଥିବା ସୂଚନା ମୁତାବକ, ‘ଅର୍ଡରମେ’ରେ ପତଞ୍ଜଳୀ ଆୟୁର୍ବେଦିକ ଦ୍ରବ୍ୟର ବିକ୍ରି କରାଯିବା ସହିତ ପଡୋଶୀ ଦୋକାନ ଗୁଡିକୁ ମଧ୍ୟ ଯୋଡା ଯାଇ ପାରିବ, ଯେଉଁମାନେକି ସ୍ୱଦେଶୀ ଉତ୍ପାଦ ବିକ୍ରି କରିବେ । କମ୍ପାନୀ ‘ଅର୍ଡରମେ’ ଆସୁଥିବା ଅର୍ଡର ଗୁଡିକୁ କିଛି ଘଣ୍ଟା ମଧ୍ୟରେ ମାଗଣାରେ ହୋମ ଡେଲିଭରି କରିବ । ଏଥିପାଇଁ କମ୍ପାନୀ ପକ୍ଷରୁ ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରାଯାଇ ସାରିଛି । ଏହା ବାଦ ପତଞ୍ଜଳୀର ୧୫୦୦ ଡାକ୍ତରଙ୍କ ଦ୍ୱାରା ୨୪ ଘଣ୍ଟା ପର୍ଯ୍ୟନ୍ତ ରୋଗୀଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ମାଗଣା ପରାମର୍ଶ ମଧ୍ୟ ଦେବେ । ଶୁଣିବାକୁ ଏହି ମିଳୁଛି ଯେ, ଆଗାମୀ ଏହି ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରାଯିବ ।
ଏହି ସଂପର୍କରେ ପତଞ୍ଜଳୀ ଆୟୁର୍ବେଦର ନିର୍ଦ୍ଦେଶକ ତଥା ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲୋକାଲ ପାଇଁ ଭୋକାଲ’ ଆହ୍ୱାନକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଉତ୍ପାଦର ଯୋଗଣା ପାଇଁ ଏହି ପ୍ଲାଟଫର୍ମର ପ୍ରସ୍ତୁତି କରାଯାଉଛି ।
ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ, “‘ଅର୍ଡରମେ ରେ କେବଳ ସ୍ୱଦେଶୀ ସାମଗ୍ରୀ ବିକ୍ରି କରାଯିବ । ସ୍ୱଦେଶୀ ଉତ୍ପାଦ ବିକ୍ରି କରୁଥିବା ଛୋଟ ଦୋକାନ ଏବଂ ସ୍ଥାନୀୟ ବିକ୍ରେତାଙ୍କୁ ମଧ୍ୟ ଏହି ମାଧ୍ୟମରେ ଯୋଡାଯିବ କାରଣ ସେମାନେ ଯେପରି ଏହି ପ୍ଲାଟଫର୍ମର ଲାଭ ଉଠାଇପାରିବେ । ଏଥିରେ ମାଇକ୍ରୋ, ସ୍ମଲ ଏବଂ ମିଡିୟମ ଏଣ୍ଟରପ୍ରାଇଜେସ(ଏମଏସଏମଇ)ଙ୍କୁ ମଧ୍ୟ ଯୋଡା ଯିବ ଏବଂ ତାଙ୍କ ଉତ୍ପାଦକୁ ମଧ୍ୟ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରି କରାଯିବ ।”
Comments are closed.