ସୁସ୍ଥ ଉଜ୍ଜ୍ୱଳ ତ୍ୱଚା ପାଇଁ ସରଳ ଆୟୁର୍ବେଦୀୟ ଖାଦ୍ୟ ଉପଚାର

Share It

ଭୁବନେଶ୍ୱର : ବର୍ଷା ଋତୁରେ ଚର୍ମ ମଳିନ, ନିର୍ଜୀବ ଏବଂ ଚମକହୀନ ଦେଖାଯାଇଥାଏ । ସମସ୍ତେ ଏଥିପାଇଁ ଭିନ୍ନ ଭିନ୍ନ ଉପଚାର ବ୍ୟବହାର କରନ୍ତି ଯାହା ଅସ୍ଥାୟୀ ଆରାମ ପ୍ରଦାନ କରେ ଏବଂ ବେଳେବେଳେ ତ୍ୱଚାରେ ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିପାରେ । ତେଣୁ, ଆୟୁର୍ବେଦ ବିଶେଷଜ୍ଞ ଡା. ମଧୁମିଥା କିଷ୍ଣନ ସର୍ବୋତମ ଚର୍ମ ସ୍ୱାସ୍ଥ୍ୟ ଏବଂ ଭିତରରୁ ସାମଗ୍ରିକ ସୁସ୍ଥତାକୁ ସମର୍ଥନ କରିବା ପାଇଁ ସରଳ ପ୍ରାକୃତିକ ଉପଚାରର ଆଶ୍ରୟ ନେବାକୁ ପରାମର୍ଶ ଦେଇଛନ୍ତି । ସେ ଖାଦ୍ୟରେ ଆଲମଣ୍ଡ, ହର୍ବାଲ୍ ଚା ଏବଂ ହଳଦୀ ଭଳି ପ୍ରାକୃତିକ ଖାଦ୍ୟକୁ ସାମିଲ କରି ସୁସ୍ଥ ଆହାର ଏବଂ ସଚେତନ ଖାଦ୍ୟ ଚୟନ କରିବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତି । ଆୟୁର୍ବେଦ ପରାମର୍ଶ ଦିଏ ଯେ ପରିଷ୍କାର ଖାଦ୍ୟ ତିନୋଟି ଦୋଷ ଯଥା ବାତ, ପିତ ଏବଂ କଫକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ଯାହା ଉତମ ଚର୍ମ ସହିତ ସାମଗ୍ରିକ ସ୍ୱାସ୍ଥ୍ୟ ସୁନିଶ୍ଚିତ କରେ । କାରଣ ଏକ ଭଲ ହଜମପ୍ରକ୍ରିୟା ହେଉଛି ସୁସ୍ଥ ଚର୍ମର ଚାବିକାଠି ।
ଆଲମଣ୍ଡରେ ବାତ ଦୋଷକୁ ସନ୍ତୁଳିତ କରିବାର କ୍ଷମତା ରହିଛି, ଯାହା ଶରୀର ଭିତରର ସମସ୍ତ କୋଷକୁ ଶକ୍ତିଶାଳୀ କରିଥାଏ । ପ୍ରକୃତରେ, ପାରମ୍ପରିକ ଆୟୁର୍ବେଦିକ ପ୍ରସ୍ତୁତିରେ ଆଲମଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ, ଯାହାକୁ ସମଗ୍ର ଭାରତରେ ଲୋକମାନେ ବ୍ୟାପକ ଭାବରେ ଅନୁସରଣ କରନ୍ତି । ଯେତେବେଳେ ଚର୍ମ ସ୍ୱାସ୍ଥ୍ୟ କଥା ଆସେ, ଡାକ୍ତର ମଧୁମିତା ସୁସ୍ଥ, ଚର୍ମ ଉଜ୍ଜ୍ୱଳ କରିବା ପାଇଁ ପ୍ରତିଦିନ ଆଲମଣ୍ଡକୁ ଖାଦ୍ୟରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି । ଏହା ସହିତ, ଆୟୁର୍ବେଦ, ସିଦ୍ଧ ଏବଂ ୟୁନାନି ପରମ୍ପରାରୁ ପ୍ରକାଶିତ ଲେଖାଗୁଡ଼ିକ ଚର୍ମ ସ୍ୱାସ୍ଥ୍ୟ ପାଇଁ ଆଲମଣ୍ଡର ଉପକାରିତାକୁ ଆଲୋକପାତ କରିଛନ୍ତି ଏବଂ ଏହାର ଚର୍ମ ଉଜ୍ଜ୍ୱଳତା ବୃଦ୍ଧି କରିବାର କ୍ଷମତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ହର୍ବାଲ ଟି ଯେପରିକି ଅଦା, ତୁଲସୀ ଏବଂ ଚାମୋମାଇଲର ସହାୟତାରେ ଶରୀରକୁ ଯାବତୀୟ ପାଚନକ୍ରିୟାରେ ସାହାଯ୍ୟ କରେ, ଜ୍ୱଳନକାରୀତାକୁ ହ୍ରାସ କରେ ତଥା ଜୀବାଣୁ ନିରୋଧକାରୀ ଶକ୍ତି ଭାବରେ ରହି ଶରୀରରେ ସାଧାରଣ ଥଣ୍ଡା ଓ ଗଳା ଦରଜ ଭଳି ଲକ୍ଷଣ ବିରୋଧରେ ଲଢ଼େଇ କରିଥାଏ । ଡ଼କ୍ଟର ମଧୁମିଥାଙ୍କ ମତରେ ଅତି ସରଳ ଭାବରେ ପାଣିକୁ ଗରମ କରି ଏଥିରେ କିଛି ଅଦାକୁ ଖଣ୍ଡ କରି ପକାଇ ଓ ଏହା ସହିତ କିଛି ମାତ୍ରାରେ ମହୁ ଏବଂ ସ୍ୱାଦ ମୁତାବକ ଲୁଣକୁ ସାମିଲ କଲେ ଏହା ସଠିକ୍ ଭାବରେ ହଜମକ୍ରିୟାରେ ସାହାଯ୍ୟ କରିବା ସହିତ ଶରୀର ମଧ୍ୟରେ ତ୍ୱଚାକୁ ଅତି ଭଲଭାବରେ ପରିଚାଳନା କରିଥାଏ । ଏହା ସହିତ ଡା. ମଧୁମିଥା ଋତୁଜନିତ ଫଳ,ସବୁଜ ପନିବରିବା, ହଳଦି, ଘିଅ ଭଳି ଖାଦ୍ୟଗୁଡ଼ିକୁ ସାମିଲ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

 


Share It

Comments are closed.