ପାର୍କିନସନ୍ ରୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Share It

ଭୁବନେଶ୍ଵର:  ଆଜି ହେଉଛି ବିଶ୍ଵ ପାର୍କିନସନ୍ ଦିବସ । ପାର୍କିନସନ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅପ୍ରେଲ ମାସ ୧୧ ତାରିଖକୁ ବିଶ୍ଵ ପାର୍କିନସନ୍ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଭୁବନେଶ୍ଵର ସ୍ଥିତ ମଣିପାଲ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ପାର୍କିନସନ୍ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ରେ ବିଭିନ୍ନ ସମାଜ ର ଯଥା rotary କ୍ଲବ ,lions କ୍ଳବ,walkers କ୍ଳବ ର ଶହେ ରୁ ଉର୍ଦ୍ଧ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣିପାଲ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୁଁୟା ଡାକ୍ତର ଲଷ୍ମୀଧର ପାରୀ ଏବଂ ଡାକ୍ତର ଆକାଶ ଅଗ୍ରୱାଲ ଯୋଗ ଦେଇଥିଲେ।

ଏହି ଅବସରରେ ଡାକ୍ତର ଏଲ ଡ଼ି ପାଢ଼ୀ ପାର୍କିଂନସନ ରରୋଗର କାରଣ, ଲକ୍ଷଣ ଓ ସଠିକ୍ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି
ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୂୟାଁ କହିଥିଲେ ଯେ ସମୟୋପଯୁକ୍ତ ଚିକତ୍ସା ଏବଂ ସଠିକ ଜୀବନ ଶୈଳୀ ଦ୍ଵାରା ପାର୍କିନସନ୍ ରୋଗ ସହ ଏକ ସନ୍ତୁଷ୍ଟ ଜୀବନ ବଂଚିବା ସମ୍ଭବ ହୋଇଥାଏ ବୋଲି କହିଥିବା ବେଳେ
ଡାକ୍ତର ଆକାଶ ଅଗ୍ରୱାଲ ଡିପ ବ୍ରେନ ଷ୍ଟିମ ମ୍ୟୁଲେସନ (DBS ) ବିଷୟରେ ଆଲୋଚନା କରିଥିଲେ, ଯାହା ବ୍ରେନ ସେଂସିଂ ଟେକ୍ନୋଲୋଜି ବ୍ୟବହାର କରି ରୋଗୀଙ୍କ ଜୀଵନ କୁ ଉନ୍ନତ ମାନର କରେ .ଏହି ଚିକତ୍ସା ଅତ୍ୟଧିକ ଭାବେ ରୋଗୀଙ୍କୁ ସାହାଯ୍ୟ କରେ ।

ପାର୍କିନସନ୍ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ମଣିପାଲ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ଅନ୍ୟକ୍ଷତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନେକ ପାର୍କିନସନ୍ ରୋଗୀ, ତାଙ୍କ ପରିବାର ସଦସ୍ୟଙ୍କ ସମେତ ଅନ୍ୟାନ ବିଭାଗର ଡାକ୍ତର, ନର୍ସ ଓ କର୍ମଚାରୀ ମାନେ ଯୋଗଦେଥିଲେ ।


Share It

Comments are closed.