ଆକର୍ଷଣର କେନ୍ଦ୍ର ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁର
ଭୁବନେଶ୍ବର, ତା: ୨୩/୦୧/୨୦୨୬ : ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ ? କିନ୍ତୁ ଏହା ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶ ଡେକାନ ଉପତ୍ୟକାର ଚିତ୍ତୁର ଜିଲ୍ଲାରୁ ଆସି ଚଳିତବର୍ଷ ମତ୍ସ୍ୟ-ପ୍ରାଣୀ ସମାବେଶରେ ବିଶ୍ବର କ୍ଷୁଦ୍ରତମ କୁଜ ଥିବା ଗାଈ- ପୁଙ୍ଗାନୁର ଆକର୍ଷଣର କେନ୍ଦ୍ର ସାଜିଛି ।

‘ପୁଙ୍ଗାନୁର’ ହେଉଛି – ବିଶ୍ବର ସବୁଠାରୁ କ୍ଷୁଦ୍ରତମ କୁଜ ଥିବା ଗୋ ପ୍ରଜାତି । ଏକ ଛୋଟ ପ୍ରଜାତିର ଗୃହପାଳିତ ଗାଈର ଉଚ୍ଚତା ୭୦-୯୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ଓଜନ ୧୧୫-୨୦୦ କିଲୋଗ୍ରାମ । ଏହା ଦୈନିକ ୫ କିଲୋଗ୍ରାମ ଗୋଖାଦ୍ୟ ଆବଶ୍ୟକ କରିଥାଏ । ଶାନ୍ତ ସ୍ବଭାବର ଏହି ପ୍ରଜାତି ଉଭୟ ଶୁଷ୍କ ଓ ଉଷ୍ଣ ଜଳବାୟୁରେ ଜୀବନଯାପନ କରିପାରନ୍ତି । ଦୈନିକ ହାରାହାରି ୩.୫ ଲିଟର ଦୁଗ୍ଧ ପ୍ରଦାନ କରିଥିବା ବେଳେ ସମ୍ପୂର୍ଣ୍ଣ ଦୁଗ୍ଧ ଉତ୍ପାଦନ ଅବଧି ମଧ୍ୟରେ ପ୍ରାୟ ୫୪୦ ଲିଟର କ୍ଷୀର ଦେଇଥାନ୍ତି । ଏହାର ଦୁଗ୍ଧରେ ୮ ପ୍ରତିଶତ ଘିଅ ଅଂଶ ରହିଛି । ଏହି ଗାଈ ଆଞ୍ଚଳିକ ପର୍ବ ପର୍ବାଣୀ, ଉତ୍ସବ ଓ ସମୃଦ୍ଧିର ପ୍ରତୀକ ।
Comments are closed.