କଟକ କନିକା ଛକରେ ଖୋଲିଲା ଏଥର ଏନର୍ଜି ର ନୂଆ ଏକ୍ସପେରିଏନ୍ସ ସେଂଟର
କଟକ : ଭାରତରେ ଇଲେକ୍ଟ୍ରିକ ଟୁହ୍ୱିଲରଗୁଡିକର ଏକ ଅଗ୍ରଣୀ ନିର୍ମାତା ଏଥର ଏନର୍ଜି ପକ୍ଷରୁ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର (ଇସି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ତୁଳସୀପୁରର ରାମଗଡସ୍ଥିତ କନିକା ଛକଠାରେ ଅବସ୍ଥିତ ରହିଛି। ନୂଆ କଟକ ଏକ୍ସପେରିଏନ୍ସ ସେଂଟରରେ ଗ୍ରାହକମାନେ ଏଥର୍ର ପ୍ରଥମ ଫ୍ୟାମିଲି ସ୍କୁଟର ସମେତ ୪୫୦ ସିରିଜର ପର୍ଫର୍ମାନ୍ସ ସ୍କୁଟର କ୍ରୟ କରିବା ପାଇଁ ସକ୍ଷମ କରିବ। ଏହି ଇସିର ଶୁଭାରମ୍ଭ ଓଡିଶାରେ ଏଥର୍ର ରିଟେଲ ଉପସ୍ଥିତିକୁ ଆହୁରି ସୁଦୃଢ କରିବ, ଯେଉଁଠାରେ କମ୍ପାନୀର ବର୍ତମାନ ୨୨ଟି ଏକ୍ସପେରିଏନ୍ସ ସେଂଟର ରହିଛି। ଜାତୀୟ ସ୍ତରରେ, ଭାରତବ୍ୟାପୀ ୫୦୦ରୁ ଅଧିକ ଏକ୍ସପେରିଏନ୍ସ ସେଂଟର ସହିତ ଏଥର୍ ଦ୍ରୁତ ବେଗରେ ନିଜର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି। ଏକ୍ସପେରିଏନ୍ସ ସେଂଟରଗୁଡିକରେ ଲୋକମାନେ ସ୍କୁଟରଗୁଡିକ ଉପରେ ବିସ୍ତୃତ ସୂଚନା ପାଇପାରିବେ ଏବଂ ସେଗୁଡିକର ଟେଷ୍ଟ ରାଇଡ କରିପାରିବେ। ଇଭି ଟୁହ୍ୱିଲରକୁ ନେଇ ଏକ ଇକୋସିଷ୍ଟମ ନିର୍ମାଣ କରିବା ଉପରେ ଗୁରୁତ୍ୱ ସହିତ ଏଥର୍ ପକ୍ଷରୁ ଓଡିଶାରେ ୮୪ଟି ଫାଷ୍ଟ ଚାର୍ଜର ସହିତ ଭାରତର ବିସ୍ତୃତ ଟୁହ୍ୱିଲର ଫାଷ୍ଟ ଚାର୍ଜିଙ୍ଗ ନେଟ୍ୱର୍କ ଏଥର ଗ୍ରିଡ୍ର ସ୍ଥାପନ କରାଯାଇଛି । ଏହାମଧ୍ୟରୁ କେବଳ କଟକରେ ୧୧ଟି ଫାଷ୍ଟ ଚାର୍ଜର ରହିଛି।
ଏହି ଅବସରରେ ଏଥର ଏନର୍ଜି ଲିମିଟେଡର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ରବନିତ ସିଂହ ଫୋକେଲା କହିଛନ୍ତି, “ ନିକଟରେ ମିଡିଲ ଇଣ୍ଡିଆ ଆମ ପାଇଁ ଏକ ମଜବୁତ ଫୋକସ କେନ୍ଦ୍ର ରହିଆସିଛି ଏବଂ ଓଡିଶା ଉକ୍ତ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କଟକରେ ଆମର ପ୍ରଥମ ଏକ୍ସପେରିଏନ୍ସ ସେଂଟରର ଶୁଭାରମ୍ଭ ସେହି ଦିଗରେ ଆଉ ଏକ ପଦକ୍ଷେପ ଅଟେ। ଆମର ବିକ୍ରି ବୃଦ୍ଧି ପାଇଥିବାରୁ ଆମେ ଓଡିଶାରେ ଆମର ଉପସ୍ଥିତି ଆହୁରି ସୁଦୃଢ କରିବା ଏବଂ ରାଜ୍ୟବ୍ୟାପୀ ଗ୍ରାହକଙ୍କ ପାଇଁ ଇଭି ଟୁହ୍ୱିଲରକୁ ଅଧିକ ପହଂଚଯୋଗ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛୁ।” ଡିଅନ ଅଟୋମୋଟିଭସ୍ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ମନୋଜ କୁମାର ସାହୁ କହିଛନ୍ତି, “ଡିଅନ ଗ୍ରୁପ, ଇଲେକ୍ଟ୍ରିକ ଭେଇକିଲ ଟୁହ୍ୱିଲର ସେଗ୍ମେଂଟରେ ସବୁଠାରୁ ପ୍ରତିଷ୍ଠିତ ବ୍ରାଣ୍ଡ ଏଥର ଏନର୍ଜି ଲିମିଟେଡ ସହ ଗର୍ବର ସହିତ ନିଜକୁ ସଂଯୋଜିତ କରିଛୁ। ଆମେ କଟକରେ ନୂଆ ଏକ୍ସପେରିଏନ୍ସ ସେଂଟର୍ର ସ୍ଥାପନା କରିଛୁ। ଆମେ କଟକର ଲୋକମାନଙ୍କ ପାଇଁ ଗୁଣାତ୍ମକ ଉତ୍ପାଦ ସେବା ପ୍ରଦାନ କରିବା ଏବଂ ଏଠାକାର ଲୋକମାନଙ୍କ ମଧ୍ୟରେ ଇଲେକ୍ଟ୍ରିକ ଯାନର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଉତ୍ସାହିତ ରହିଛୁ।”
ଏଥର୍ର ବର୍ତମାନର ପ୍ରଡକ୍ଟ ପୋର୍ଟଫୋଲିଓରେ କାର୍ଯ୍ୟଦକ୍ଷତା ପାଇଁ ନିର୍ମାଣ କରାଯାଇଥିବା ୪୫୦ ସିରିଜ ଏବଂ ଏଥର୍ର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍ଟା ଅନ୍ତର୍ଭୁକ୍ତ ରହିଛି। ୪୫୦ ସିରିଜ ସ୍କୁଟରରେ ଏଥର ୪୫୦ଏକ୍ସ, ୪୫୦ଏସ ଓ ୪୫୦ ଆପେକ୍ସ ମଡେଲ ସାମିଲ ରହିଛି ଯାହା ଭାରିଆଂଟ ଉପରେ ନିର୍ଭର କରି ୧୬୧ କିମି ପର୍ଯ୍ୟନ୍ତ ଏକ ଆଇଡିସି ରେଞ୍ଜ ପ୍ରଦାନ କରୁଛି। ଏହି ସ୍କୁଟରଗୁଡିକ ଚାଳନା ଅନୁଭୂତି ଉନ୍ନତ କରିବା ପାଇଁ ମଲ୍ଟି-ମୋଡ ଟ୍ରାକ୍ସନ କାଂଟ୍ରାଲ ଓ ମ୍ୟାଜିକଟ୍ୱିଷ୍ଟଟିଏମ ଭଳି ଫିଚର ସହିତ ଗୁଗଲ ମ୍ୟାପ୍ସ ନାଭିଗେଶନ, ହ୍ୱାଟସଆପ ଅନ ଡ୍ୟାଶବୋର୍ଡ, କଲ୍ ଓ ମ୍ୟୁଜିକ କଂଟ୍ରୋଶ ଭଳି କନେକ୍ଟେଡ ଫିଚର ମଧ୍ୟ ରହିଛି।
Comments are closed.