ପୁରୀରେ ଖୋଲିଲା ଏଥର ଏନର୍ଜି ଲିମିଟେଡର ପ୍ରଥମ ଏକ୍ସପେରିଏନ୍ସ ସେଂଟର

Share It

ପୁରୀ : ଭାରତରେ ଇଲେକଟ୍ରିକ ଦୁଇଚକିଆ ଯାନର ଏକ ଅଗ୍ରଣୀ ନିର୍ମାତା, ଏଥର ଏନର୍ଜି ଲିମିଟେଡ ଓଡିଶାରେ ନିଜର ନେଟ୍‌ୱର୍କ ବିସ୍ତାର କରି ପୁରୀର ବଡଶଙ୍ଖସ୍ଥିତ ଗ୍ରାଣ୍ଡ ରୋଡ଼ଠାରେ ଅବସ୍ଥିତ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର ଏଥର ସ୍ପେଶ୍‌ର ଶୁଭାରମ୍ଭ କରିଛି। ଏହି ଏକ୍ସପେରିଏନ୍ସ ସେଂଟରରେ ଗ୍ରାହକମାନେ ଏଥର ୪୫୦ ପଫର୍ମାନ୍ସ ସ୍କୁଟର ଓ ଏଥରର ପ୍ରଥମ ଫ୍ୟାମିଲି ସ୍କୁଟର ରିସ୍ତାକୁ କ୍ରୟ କରିପାରିବେ। ଏଥର ଏନର୍ଜିର ବର୍ତମାନ ଓଡିଶାରେ ୯ଟି ଏକ୍ସପେରିଏନ୍ସ ସେଂଟର ରହିଛି। ଏହି ଏକ୍ସପେରିଏନ୍ସ ସେଂଟରରେ ଲୋକମାନେ ସ୍କୁଟରଗୁଡିକ ଉପରେ ବିସ୍ତୃତ ତଥ୍ୟ ପାଇପାରିବେ ଓ ସେଗୁଡିକର ଅନୁଭୂତି ପାଇବା ସହ ଟେଷ୍ଟ ରାଇଡ କରିପାରିବେ। ଡିସେମ୍ବର ୩୧ ତାରିଖ ୨୦୨୪ ସୁଦ୍ଧା ଓଡିଶାରେ ୫୨ଟି ଫାଷ୍ଟ ଚାର୍ଜର ଓ ଭାରତବ୍ୟାପୀ ୨୫୮୩ଟି ଫାଷ୍ଟ ଚାର୍ଜର ସହିତ ଏଥର ଗ୍ରିଡ ହେଉଛି ଭାରତର ସବୁଠାରୁ ବିସ୍ତୃତ ଟୁ ହ୍ୱିଲର ଫାଷ୍ଟ୍ ଚାର୍ଜିଙ୍ଗ ନେଟ୍‌ୱର୍କ।

ଏହି ସେଂର୍ଟର ଶୁଭାରମ୍ଭ ଅବସରରେ ଏଥର ଏନର୍ଜି ଲିମିଟେଡ ମୁଖ୍ୟ ବାଣିଜ୍ୟିକ ଅଧିକାରୀ ରବନିତ ସିଂହ ଫୋକେଲା କହିଛନ୍ତି, “ପୁରୀରେ ଆମର ପ୍ରଥମ ଏକ୍ସପେରିଏନ୍ସ ସେଂଟର୍‌ର ଶୁଭାରମ୍ଭ କରି ଆମେ ଉତ୍ସାହିତ। ଓଡିଶାରେ ଇଭିକୁ ନେଇ ଗ୍ରହଣୀୟତା ବୃଦ୍ଧି ପାଇଛି, ଯାହା ଏହାକୁ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାରରେ ପରିଣତ କରିଛି ଏବଂ ଆମେ ବିଶ୍ୱାସ କରୁଛୁ ଯେ, ଆମର ଫ୍ୟାମିଲି ସ୍କୁଟର ରିସ୍ତା ଏହି ବଜାର ପାଇଁ ଏକ ଉପଯୁକ୍ତ ସ୍କୁଟର। ଆମର ବିକ୍ରି ବୃଦ୍ଧି ଜାରି ରହିଥିବାରୁ ଆମେ ଓଡିଶାରେ ଆମର ଉପସ୍ଥିତିକୁ ଆହୁରି ସୁଦୃଢ କରିବା ଓ ଅଂଚଳରେ ଇଭି ଟୁ-ହ୍ୱିଲରକୁ ଅଧିକ ପହଂଚଯୋଗ୍ୟ କରିବା ପାଇଁ ଆଶା ରଖିଛୁ।” ସେହିଭଳି କାମ୍‌ତ୍ରା ଅଟୋମୋଟିଭ ପ୍ରାଇଭେଟ ଲିମିଟେଡର ପ୍ରବକ୍ତା ଅମିତ ଚୌଧୁରୀ କହିଛନ୍ତି, “କାମ୍‌ତ୍ରା ଅଟୋମୋଟିଭରେ ଆମେ ଇଲେକ୍‌ଟ୍ରିକ ଦୁଇ ଚକିଆ ଯାନ ବର୍ଗରେ ସବୁଠାରୁ ପ୍ରତିଷ୍ଠିତ ନାମ ଏଥର୍ ଏନର୍ଜି ଲିମିଟେଡ ସହ ଜଡିତ ହୋଇ ଗର୍ବିତ ଅନୁଭବ କରୁଛୁ। ଆମେ ପୁରୀରେ ପ୍ରଥମ ଏକ୍ସପେରିଏନ୍ସ ସେଂଟରର ଶୁଭାରମ୍ଭ କରିଛୁ। ଆମେ ପୁରୀର ଲୋକମାନଙ୍କ ପାଇଁ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରିବା ଏବଂ ଏଠାକାର ଲୋକମାନଙ୍କ ମଧ୍ୟରେ ଇଲେକ୍‌ଟ୍ରିକ ଯାନର ଗ୍ରହଣୀୟତାକୁ ବୃଦ୍ଧି କରିବା ପାଇଁ ଉତ୍ସାହିତ ଅଛୁ।”

ରିସ୍ତା ଦୁଇଟି ମଡେଲ ଓ ୩ଟି ଭାରିଆଂଟରେ ଯଥା ଉଭୟ ରିସ୍ତା ଏସ ଓ ରିସ୍ତା ଜେଡ ୨.୯ କେଡବ୍ଲ୍ୟୁଏଚ ବ୍ୟାଟେରୀ ସହ ଏବଂ ରିସ୍ତା ଜେଡ ୩.୭ କେଡବ୍ଲ୍ୟୁଏଚ ବ୍ୟାଟେରୀ ସହ ଉପଲବ୍ଧ। ୨.୯ କେଡବ୍ଲ୍ୟୁଏଚ୍ ଭାରିଆଂଟଗୁଡିକ ୧୨୩ କିମି ରେଞ୍ଜ ଏବଂ ୩.୭ କେଡବ୍ଲ୍ୟୁଏଚ୍ ଭାରିଆଂଟ ୧୫୯ କିମି ରେଞ୍ଜ ପ୍ରଦାନ କରୁଛି। ରିସ୍ତାରେ ଏକ ବୃହତ ଓ ଆରାମଦାୟକ ସିଟ୍ ରହିଛି ଏବଂ ଏହା ସିଟ୍ ତଳେ ୩୪ ଲିଟରର ଷ୍ଟୋରେଜ କ୍ଷମତା ଓ ଅପ୍ସନାଲ ୨୨ ଲିଟର ଫ୍ରଙ୍କ ଆକ୍‌ସେସରି ସମେତ ୫୬ ଲିଟରର ଏକ ଷ୍ଟୋରେଜ ସ୍ପେଶ ପ୍ରଦାନ କରୁଛି। ଏଥିରେ ଏକ ଫ୍ଲୋରବୋର୍ଡ ମଧ୍ୟ ରହିଛି ଯାହା ଚାଳକଙ୍କୁ ପର୍ଯ୍ୟାପ୍ତ ଲେଗ୍ ସ୍ପେଶ ଦେଉଛି। ଏହାଛଡା ରିସ୍ତାରେ ସ୍କିଡ୍‌କଂଟ୍ରୋଲ ଭଳି ଏକାଧିକ ସୁରକ୍ଷା ଫିଚର ସମେତ ପୂର୍ବରୁ ଏଥରର ୪୫୦ ସିରିଜ ସ୍କୁଟରରେ ଉପଲବ୍ଧ ଥିବା ଫଲ୍ ସେଫ୍‌, ଏମର୍ଜେନ୍ସି ଷ୍ଟପ ସିଗ୍‌ନାଲ (ଇଏସ୍‌ଏସ୍‌), ଥେଫ୍ଟ ଆଣ୍ଡ ଟୋ ଆଲର୍ଟ ଓ ପିଙ୍ଗ ମାଇଁ ସ୍କୁଟର ଭଳି ଫିଚର ମଧ୍ୟ ରହିଛି।

୨.୯ କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ସହ ରିସ୍ତା ଏସ ର ପ୍ରାରମ୍ଭିକ ମୂଲ୍ୟ ୧୧୦,୬୨୯ ଟଙ୍କା (ଏକ୍ସ ଶୋ’ରୁମ୍ ପୁରୀ) ରହିଛି। ୨.୯ କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ସହ ଏଥର ରିସ୍ତା ଜେଡ ଓ ୩.୭ କେଡବ୍ଲ୍ୟୁଏଚ ବ୍ୟାଟେରୀ ସହ ରିସ୍ତାର ପ୍ରାରମ୍ଭିକ ମୂଲ୍ୟ ଯଥାକ୍ରମେ ୧,୨୭,୬୨୯ ଏବଂ ୧,୪୭,୬୨୯ (ଏକ୍ସ ଶୋ’ରୁମ୍ ପୁରୀ) ରହିଛି । ଏଥର୍ ୪୫୦ ସ୍କୁଟରଗୁଡିକର ପ୍ରାରମ୍ଭିକ ମୂଲ୍ୟ ୧୨୦,୪୭୧ ଟଙ୍କା (ଏକ୍ସ ଶୋ’ରୁମ୍ ପୁରୀ) ରହିଛି। ନିକଟରେ ଏଥର୍ ଏହାର ଏଥର ୪୫ ଓ ରିସ୍ତା ସ୍କୁଟରଗୁଡିକର ବ୍ୟାଟେରୀ ପାଇଁ ଏଇଟ୭୦ଟିଏମ୍ ୱାରେଂଟି ଲଂଚ୍ କରିଛି ଯାହା ୮ ବର୍ଷ ପର୍ଯ୍ୟନ୍ତ କିମ୍ବା ୮୦,୦୦୦ କିମି ପାଇଁ କଭରେଜ ଦେଉଛି, ଯେଉଁଟି ପ୍ରଥମେ ଆସିବ। ଏହାବ୍ୟତୀତ ୮ ବର୍ଷ ପର୍ଯ୍ୟନ୍ତ ପାଇଁ ୭୦% ବ୍ୟାଟେରୀ ହେଲ୍‌ଥ ଆସ୍ୟୋରାନ୍ସ ପ୍ରଦାନ କରୁଛି। ଏଥର ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଏଥର କେୟାର ସର୍ଭିସ୍ ପ୍ଲାନଗୁଡିକର ଶୁଭାରମ୍ଭ କରାଯାଇଛି।


Share It

Comments are closed.