ଇଭି ଦୁଇଚକିଆ ଯାନ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ‘ଏଥର୍ ଇଲେକ୍ଟ୍ରିକ ଡିସେମ୍ବର’ର ଘୋଷଣା କରିଛି ଏଥର୍ ଏନର୍ଜି
ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ଏଥର ଏନର୍ଜି ପକ୍ଷରୁ ଏହାର ଦୀର୍ଘ ଏକ ମାସର ଅଭିଯାନ ‘ଏଥର୍ ଇଲେକ୍ଟ୍ରିକ ଡିସେମ୍ବର’ ର ୩ୟ ସଂସ୍କରଣ ଘୋଷଣା କରିଛି, ଏକ କାର୍ଯ୍ୟକ୍ରମ ଯାହା ଆକର୍ଷଣୀୟ ନଗଦ ରିହାତି, ଇଏମଆଇ ଅଫର ଓ ବିସ୍ତୃତ ବ୍ୟାଟେରୀ ୱାରେଂଟି ବିକଳ୍ପ ପ୍ରଦାନ କରୁଛି । ଏଥର୍ ଇଲେକ୍ଟ୍ରିକ ଡିସେମ୍ବର ନିର୍ଦ୍ଧିଷ୍ଟ ଏଥର୍ ସ୍କୁଟରଗୁଡିକ ପାଇଁ ଉପଲବ୍ଧ ରହିବ ।
ବର୍ତମାନ ଏହାର ୩ୟ ବର୍ଷରେ ଏହି କାର୍ଯ୍ୟକ୍ରମ ଅଟୋ ଇଣ୍ଡଷ୍ଟ୍ରୀରେ ଏକ ସାଧାରଣ ବର୍ଷ-ଶେଷ ଚିନ୍ତାକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଛି, ତାହା ହେଉଛି: ଗ୍ରାହକମାନେ ନୂଆ କ୍ୟାଲେଣ୍ଡର ବର୍ଷ ଆରମ୍ଭ ହେବା ସମୟରେ ମୂଲ୍ୟ ହ୍ରାସ ହେବା ସମ୍ପର୍କରେ ପୂର୍ବାନୁମାନ କରି କ୍ରୟରେ ବିଳମ୍ବ କରିଥାନ୍ତି । ଏଥର୍ ନିରନ୍ତର ମୂଲ୍ୟ ମାଧ୍ୟମରେ ଡିସେମ୍ବର ମାସର ଗ୍ରାହକଙ୍କ ପାଇଁ ଦୃଢ ନିଶ୍ଚିତତା ପ୍ରଦାନ କରି ଏହି ଚିନ୍ତାକୁ ଦୂର କରିଛି, ଯାହା ହାର୍ଡୱେୟାର ଓ ସଫ୍ଟୱେୟାର କ୍ଷେତ୍ରରେ ସ୍ଥିର ବ୍ୟାକ୍ୱାର୍ଡ କମ୍ପାଟିବିଲିଟି ଦ୍ୱାରା ସକ୍ଷମ ହୋଇଛି ।
ଏହି ପଦକ୍ଷେପର ଅଂଶ ଭାବେ ଗ୍ରାହକମାନେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ ଯେଉଁଥିରେ କ୍ରେଡିଟ କାର୍ଡ ଇଏମଆଇ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି, ୫୦୦୦ ଟଙ୍କା ମୂଲ୍ୟର ଏକ କମ୍ପ୍ଲିମେଂଟାରୀ ୮-ବର୍ଷ ବ୍ୟାଟେରୀ ୱାରେଂଟି ଓ ଏକ ଅତିରିକ୍ତ ୫୦୦୦ ଟଙ୍କାର ନଗଦ ରିହାତି ସାମିଲ ରହିଛି । ଏହି ଅଫରଗୁଡିକ ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ, ୱାନକାର୍ଡ, ଫେଡେରାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ସ୍କାପିଆ, କାନାରା ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ ବ୍ୟାଙ୍କ ଓ ଆର୍ବିଏଲ ବ୍ୟାଙ୍କ ଆଦିର କାର୍ଡଧାରକଙ୍କ ପାଇଁ ଉପଲବ୍ଧ ରହିଛି ।
ଏଥର ପକ୍ଷରୁ ୪୯୯୯ ଟଙ୍କା ମୂଲ୍ୟର ଏହାର ୮ ବର୍ଷର ବର୍ଦ୍ଧିତ ବ୍ୟାଟେରୀ ୱାରେଂଟି ‘ଏଇଟ୭୦ଟିଏମ’କୁ ମାତ୍ର ଏକ ଟଙ୍କାରେ ପ୍ରଦାନ କରାଯାଉଛି, ଯାହା ନୂଆ ଗ୍ରାହକଙ୍କୁ ସେମାନଙ୍କ ସ୍କୁଟରର ବ୍ୟାଟେରୀକୁ ୮ ବର୍ଷ ପର୍ଯ୍ୟନ୍ତ କିମ୍ବା ୮୦,୦୦୦ କିମି ପର୍ଯ୍ୟନ୍ତ (ଯାହା ପ୍ରଥମେ ଆସିବ) ସୁରକ୍ଷିତ ରଖିବା ପାଇଁ ଅନୁମତି ଦେଉଛି ।

ଏଥର୍ର ବର୍ତମାନର ପ୍ରଡକ୍ଟ ପୋର୍ଟଫୋଲିଓରେ ଉନ୍ନତ ପ୍ରଦର୍ଶନ ପାଇଁ ନିର୍ମିତ ୪୫୦ ସିରିଜ ଏବଂ ଏଥର୍ର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍ଟା ସାମିଲ ରହିଛି । ୪୫୦ ସିରିଜରେ ଏଥର୍ ୪୫୦ଏକ୍ସ, ୪୫୦ଏସ ଓ ୪୫୦ଆପେକ୍ସ ମଡେଲଗୁଡିକ ଅନ୍ତର୍ଭୁକ୍ତ ରହିଛି ଭାରିଆଂଟ ଉପରେ ନିର୍ଭର କରି ୧୬୧ କିମି ପର୍ଯ୍ୟନ୍ତ ଆଇଡିସି ରେଞ୍ଜ ପ୍ରଦାନ କରୁଛି । ଏହି ସ୍କୁଟରଗୁଡିକ ମଲ୍ଟି-ମୋଡ ଟ୍ରାକ୍ସନ କଂଟ୍ରୋଲ, ମ୍ୟାଜିକଟ୍ୱିଷ୍ଟ ଭଳି ଫିଚର ଏବଂ ଗୁଗଲ୍ ମ୍ୟାପ୍ସ ନାଭିଗେଶନ, ହ୍ୱାଟ୍ସଆପ ଅନ ଡ୍ୟାଶବୋର୍ଡ ଏବଂ କଲ୍ ଓ ମ୍ୟୁଜିକ କଂଟ୍ରୋଲ (୪୫୦ଏକ୍ସ ଓ ୪୫୦ ଆପେକ୍ସରେ ଉପଲବ୍ଧ) ଭଳି କନେକ୍ଟେଡ ଫଙ୍କ୍ଶନ ସହ ଆସିବ ।
ଦୁଇଟି ମଡେଲ ରିଜ୍ଟା ଏସ ଓ ରିଜ୍ଟା ଜେଡ୍ରେ ଉପଲବ୍ ରିଜ୍ଟା ସ୍କୁଟର ନୂତନ ବଜାରଗୁଡିକରେ ସଫଳତା ହାସଲ କରୁଛି ଏବଂ ଏହାଂ ଭାରିଆଂଟ ଉପରେ ନିର୍ଭର କରି ୧୫୯ କିମି ପର୍ଯ୍ୟନ୍ତ ଆଇଡିସି ରେଞ୍ଜ ଦେଉଛି । ଏଥିରେ ଏକ ବୃହତ, ଆରାମଦାୟକ ସିଟ୍, ୫୬ ଲିଟରର ଷ୍ଟୋରେଜ (୩୪ ଲିଟର ଅଣ୍ଡର ସିଟ୍ ଓ ଏକ ଅପ୍ସନାଲ ୨୨ ଲିଟର ଫ୍ରଙ୍କ ସାମଲ ରହିଛି) ଏବଂ ଚାଳକଙ୍କ ଆରାମ ପାଇଁ ପର୍ଯ୍ୟାପ୍ତ ଫ୍ଲୋରବୋର୍ଡ ସ୍ପେଶ ରହିଛି । ରିଜ୍ଟା ସ୍କିଡ୍କଂଟ୍ରୋଲ, ଫଲ୍ସେଫ, ଏମର୍ଜେନ୍ସି ଷ୍ଟପ ସିଗ୍ନାଲ (ଇଏସଏସ) ଏବଂ ଥେପ୍ଟ ଓ ଟୋ ଆଲର୍ଟ ଭଳି ସୁରକ୍ଷା ଫିଚରଗୁଡିକ ସହ ଆସୁଛି । ଏଥର୍ କମ୍ୟୁନିଟି ଡେ’ ୨୦୨୫ରେ ଏଥର୍ ପକ୍ଷରୁ ଟଚ୍ସ୍କ୍ରିନ ଫଙ୍କ୍ଶନାଲିଟି ସହିତ ରିଜ୍ଟା ଜେଡ୍ ମଡେଲ ପାଇଁ ଏକ ବଡ ଅପ୍ଗ୍ରେଡର ଘୋଷଣା କରାଯାଇଥିଲା ।
Comments are closed.