ପୃଥିବୀର ଖୁବ ନିକଟ ଦେଇ ଯିବ ଏହି ବିଶାଳକାୟ ଆଷ୍ଟ୍ରୋଏଡ୍, ଜାଣନ୍ତୁ ତାହାର ଆକାର କେତେ ରହିଛି

Share It

ମହାକାଶରେ ଘଟିବାକୁ ଯାଉଛି ଏକା ସାଙ୍ଗରେ ଭିନ୍ନ ଭିନ୍ନ ଅଦ୍ଭୁତ ଘଟଣା, ଯାହାକି ଶହ ଶହ ବର୍ଷ ମଧ୍ୟରେ କେବେ ହୋଇନଥିଲା। ଏକ ବିଶାଳକାୟ ଏବଂ ବିପଦଜନକ ଶ୍ରେଣୀର ଆଷ୍ଟ୍ରୋଏଡ୍ ଚନ୍ଦ୍ରଠାରୁ ବି କମ୍ ଦୂରରେ ପୃଥିବୀର କକ୍ଷପଥରେ ପ୍ରବେଶ କରିବ। ସେପ୍ଟେମ୍ବର ମାସରେ ହେବାକୁ ଥିବା ସାଧାରଣ ଉଲକାପାତଠାରୁ ଏହା ଭିନ୍ନ ରହିବ। ନୂତନ ଅର୍ଦ୍ଧ ଚନ୍ଦ୍ରର ଖୁବ୍ ନିକଟରେ ପହଁଞ୍ଚି ଶୁକ୍ର ଗ୍ରହ ମଧ୍ୟ ନିଜର ସର୍ବାଧିକ ଉଜ୍ଜ୍ୱଳତା ପ୍ରଦାନ କରିବ। ଏହି ତିନୋଟି ଘଟଣା ଏକକାଳୀନ ଭାବେ ଆଜି ରାତିରେ ଘଟିବା ସବୁଠାରୁ ବିରଳ ରହିବ। ଏପରି ଅଦ୍ଭୁତ ରାତି ଆଉ କେବେ ଆସିନପାରେ।

ପ୍ରଥମେ ଆଷ୍ଟ୍ରୋଏଡ ବିଷୟରେ ଆଲୋଚନା କରିବା। ଆଷ୍ଟ୍ରୋଏଡ ଗୁଡିକ ବେଳେବେଳେ ପୃଥିବୀର ନିକଟତର ହୁଏ, କିନ୍ତୁ ଏହି ନିକଟତା ସାଧାରଣତଃ ପୃଥିବୀ ଏବଂ ଚନ୍ଦ୍ରର ଦୂରତାଠାରୁ ଦଶ ଗୁଣ କିମ୍ବା ଅଧିକ ହୋଇଥାଏ । କେବେ ଶୁଣିଛନ୍ତି କି, କୌଣସି ଆଷ୍ଟ୍ରୋଏଡ ଚନ୍ଦ୍ର ପର୍ଯ୍ୟନ୍ତ ଦୂରତ୍ବକୁ ଆସିଛି? କିନ୍ତୁ ଆଜି ରାତିରେ ୨୦୧୦ ଆରଜେ ୫୩ ନାମକ ବିଶାଳକାୟ ଆଷ୍ଟ୍ରୋଏଡ ପୃଥିବୀ ନିକଟରେ ପହଁଞ୍ଚିବ। ଏହି ଆଷ୍ଟ୍ରୋଏଡ କୁତବମିନାରଠାରୁ ଦଶ ଗୁଣ ବଡ। ୭୭୪ ମିଟର ଆକାରର ବିଶାଳ ଆଷ୍ଟ୍ରୋଏଡ୍, ଘଣ୍ଟା ପ୍ରତି ୬୮୪୦୦ କିଲୋମିଟର ବେଗରେ ଗତି କରି ପୃଥିବୀଠାରୁ ମାତ୍ର ୩ଲକ୍ଷ ୬୬ ହଜାର କିଲୋମିଟର ପାଖକୁ ଆସିବ । ଯେଉଁଠାରେ ଚନ୍ଦ୍ର ଦୂରତା ଏବଂ ସୌର ଦୂରତାକୁ ଆଲୋକ ବର୍ଷରେ ମପା ଯାଏ ହେଲେ ଏଠାରେ ଆଷ୍ଟ୍ରେଏଡ୍ ଏତେ ନିକଟତର ହେବ ଯେ, ପୃଥିବୀକୁ ଛୁଇଁ ପାରେ । ଏହି ଆଷ୍ଟ୍ରୋଏଡ ଅତ୍ୟାଧିକ ଦ୍ରୁତ ଗତି, ବିଶାଳ ଆକାର ଏବଂ ପୃଥିବୀର ଅତି ନିକଟତରତା ହେତୁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାକୁ ବିପଜ୍ଜନକ ଶ୍ରେଣୀରେ ସ୍ଥାନିତ କରିଛି।


Share It

Comments are closed.