ଆସୋଚାମ୍ ପକ୍ଷରୁ ଓଡିଶ। ଏଡୁମିଟ୍ସ ଓ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୪ ଆୟୋଜିତ
୨୦୨୫ ସୁଦ୍ଧା ଜାତୀୟ ଶିକ୍ଷା ନୀତି ଲାଗୁ କରିବ ଓଡିଶା : ଶିକ୍ଷା ମନ୍ତ୍ରୀ - ଡଃ ଅଚ୍ୟୁତ ସାମନ୍ତଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ ପ୍ରଦାନ
ଭୁବନେଶ୍ୱର : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ୍) ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ସମାରୋହରେ ଓଡିଶା ଏଡୁମିଟ୍ସ ଆଣ୍ଡ ଏକ୍ସିଲେକ୍ସ ଆୱାର୍ଡସ ୨୦୨୪କୁ ସଫଳତାର ସହ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଓଡିଶାର ବିକାଶକୁ ଆଗକୁ ବଢାଇବା କ୍ଷେତ୍ରରେ ଶିକ୍ଷା ଓ ଉଦ୍ଭାବନର ମହତ୍ୱକୁ ଆଲୋକପାତ କରିଛି ଏବଂ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ଅବଦାନକାରୀଙ୍କୁ ସମ୍ମାନିତ କରିଛି । ଓଡିଶା ଏଡୁମିଟ୍ସ ୨୦୨୪ ଆଣ୍ଡ ଏକ୍ସିଲେନ୍ସ ଆୱାର୍ଡସ୍ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିକ୍ଷା ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ସାମାଜିକ ପରିବର୍ତନର ମୂଳଦୁଆ ଭାବେ ଗୁରୁତ୍ୱାରୋପ କରିଛନ୍ତି । ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡିକର ଭୂମିକାକୁ ଆଲୋକପାତ କରି ସେ ଉଲ୍ଲେଖ କରିଛନ୍ତି ଯେ, ଓଡିଶା ସରକାର ୨୦୨୫ ସୁଦ୍ଧା ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ନେଇଛନ୍ତି ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଆମେ ଛଅଟି ସବ୍ କମିଟି ଗଠନ କରିଛୁ ଏବଂ ଅନେକ କାର୍ଯ୍ୟ ପ୍ରକ୍ରିୟାଧୀନ ରହିଛି ଯାହା ସମ୍ପୂର୍ଣ୍ଣ ହେବାକୁ ସମୟ ଆବଶ୍ୟକ । ଆମେ ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛୁ ।”
ସେ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ସହଭାଗିତାକୁ ତ୍ୱରାନ୍ୱିତ କରିଥିବାରୁ ଆସୋଚାମ୍କୁ ପ୍ରଶଂସା କରିଥିଲେ ଏବଂ ବିଶେଷ କରି ଦୁର୍ଗମ ଅଂଚଳଗୁଡିକରେ ଗୁଣାତ୍ମକ ଶିକ୍ଷା ପାଇଁ ପହଂଚକୁ ବିସ୍ତାର କରିବା କ୍ଷେତ୍ରରେ ଓଡିଶାର ପଦକ୍ଷେପଗୁଡିକୁ ଆଲୋକପାତ କରିଥିଲେ । ଶ୍ରୀ ଗଣ୍ଡ ଟେକ୍ନୋଲୋଜି-ଆଧାରିତ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକ ଦ୍ୱାରା ପରିଚାଳିତ ଦକ୍ଷତା ବିକାଶ ଓ ଉଦ୍ଭାବନ ପାଇଁ ଏକ କେନ୍ଦ୍ର ଭାବେ ଓଡିଶାର ଉଦୀୟମାନ ଭୂମିକାକୁ ଆଲୋକିତ କରିଥିଲେ ।
ଏହି ଅବସରରେ ଆସୋଚାମ୍ର ପୂର୍ବ ଓ ଉତର ପୂର୍ବର ବରିଷ୍ଠ ନିର୍ଦ୍ଦେଶକ ପରମିନ୍ଦର ଜିତ୍ କୌର ଉଲ୍ଲେଖ କରିଛନ୍ତି ଯେ, “ ଅନେକ ଶିଳ୍ପ ଏବେ ଓଡିଶାକୁ ଆସୁଥିବାରୁ ସେମାନେ ଦକ୍ଷ ଓ ପ୍ରସ୍ତୁତ ମାନବସମ୍ବଳର ଆବଶ୍ୟକ କରୁଛନ୍ତି । ଏହି ଦୃଷ୍ଟିରୁ ଆମେ ଓଡିଶାରେ ଏନ୍ଇପି ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ଗଠନ କରାଯାଇଥିବା ଟାସ୍କଫୋର୍ସରେ ଆବଶ୍ୟକୀୟ ଉପାଦାନକୁ ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରୁଛୁ । ଆମେ ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକଠାରୁ ମୂଲ୍ୟବାନ ତଥ୍ୟ ଓ ପରାମର୍ଶ ହାସଲ କରୁଛୁ ।” ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର କହିଛନ୍ତି, “ଆମେ ୨୦୩୬ ଓ ୨୦୪୭ ସୁଦ୍ଧା ବିକଶିତ ଓଡିଶା ଓ ବିକଶିତ ଭାରତ ଲକ୍ଷ୍ୟକୁ ହାସଲ କରିବା ପାଇଁ କାର୍ଯ୍ୟ କରୁଥିବାରୁ, ଆମର ଉଚ୍ଚଶିକ୍ଷା ବିଭାଗ ଶୀର୍ଷ ୧୦୦ଟି ଶିକ୍ଷାନୁଷ୍ଠାନରେ ଆମ ରାଜ୍ୟର ସର୍ବନିମ୍ନ ୫ଟି ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱର ଶୀର୍ଷ ୧୦୦ଟି ଶିକ୍ଷାନୁଷ୍ଠାନରେ ଆମ ଦେଶର ଶୀର୍ଷ ୫ଟି ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟ କରୁଛି । ସେହିପରି କଳିଙ୍ଗ ଗ୍ରୁଫ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ସର ଅଧ୍ୟକ୍ଷ ଇଞ୍ଜିନିୟର ଆଲେକ୍ଜ୍ୟାଣ୍ଡର ଦାସ ରାଜ୍ୟର ଦକ୍ଷତା ପରିଦୃଶ୍ୟକୁ ପରିବର୍ତନ କରିବା ପାଇଁ ଦକ୍ଷତା ବିକାଶର ମହତ୍ୱ ଓ ଶିକ୍ଷାନୁଷ୍ଠାନଗୁଡିକର ଭୂମିକାକୁ ହାଇଲାଇଟ୍ କରିଥିଲେ ।
ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଅନ୍ୟାନ୍ୟ ଆୱାର୍ଡଗୁଡିକ ମଧ୍ୟରେ କଳିଙ୍ଗ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସକୁ ବେଷ୍ଟ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସ ଫର୍ ହୋଲିଷ୍ଟିକ ଡେଭ୍ଲପ୍ମେଂଟ୍; କଳିଙ୍ଗ ଏକାଡେମୀ ଅଫ୍ ସିଭିଲ ସର୍ଭିସେସ (କେଏସିଏସ୍)କୁ ବେଷ୍ଟ ଇନ୍ଷ୍ଟିଚ୍ୟୁଟ ଫର୍ କମ୍ପିଟିଟିଭ ଷ୍ଟଡିଜ୍; ସେଂଚୁରିୟନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଂଟ୍କୁ ବେଷ୍ଟ ୟୁନିଭର୍ସିଟି ଇନ୍ ରୁରାଲ ଏରିଆ; ମକୁନ୍ସ ଗ୍ରୁପ୍ ଅଫ୍ ସ୍କୁଲ୍ସ- ବେଷ୍ଟ ପ୍ରି-ସ୍କୁଲ ଫର୍ ଇନୋଭେଶନ ଆଣ୍ଡ ଭାଲ୍ୟୁ-ବେସ୍ଡ ଏଜୁକେଶନ; ଶିକ୍ଷା ‘ଓ’ ଅନୁସନ୍ଧାନକୁ ବେଷ୍ଟ ପ୍ରାଇଭେଟ ୟୁନିଭର୍ସିଟି ଅଫ୍ ଦ ଇୟର; ସିଲିକନ ୟୁନିଭର୍ସିଟି – ବେଷ୍ଟ ୟୁନିଭର୍ସିଟି ଫର୍ ପ୍ରମୋଟିଙ୍ଗ ଇଣ୍ଡଷ୍ଟ୍ରୀ-ଏକାଡେମିଆ ଲିଙ୍କେଜ; ଏମ୍ଜିଏମ୍ ସ୍କୁଲ୍ସ ଅଫ୍ ସ୍ପୋର୍ଟସ୍- ବେଷ୍ଟ ସ୍ପୋର୍ଟସ୍ ଏକାଡେମୀ; ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି- ବେଷ୍ଟ ଏଜୁକେଶନ ବ୍ରାଣ୍ଡ; ପଶ୍ଚିମବଙ୍ଗର ଏଏସ୍ଏମ୍ଆଇ ବିଜ୍ନେସ୍ ସ୍କୁଲ ଆଟ୍ ଟେକ୍ନୋ ଇଣ୍ଡିଆ ୟୁନିଭର୍ସିଟିକୁ ବେଷ୍ଟ୍ ଅପ୍କମିଙ୍ଗ ବି ସ୍କୁଲ ଓ ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ପବ୍ଲିକ ସ୍କୁଲ,ଆରିଆଡାହାକୁ ବେଷ୍ଟ୍ ସ୍କୁଲ ଫର୍ ଷ୍ଟେମ୍ ଏଜୁକେଶନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।
ବିଶିଷ୍ଟ ବକ୍ତାଙ୍କ ମଧ୍ୟରେ ଆସୋଚାମ୍ର ନ୍ୟାଶନାଲ ଏଜୁକେଶନ କାଉନ୍ସିଲର ସହ-ଅଧ୍ୟକ୍ଷ ପ୍ରଫେସର ଶ୍ରୀମତି ରଜିତା କୁଲ୍କର୍ଣ୍ଣୀ; ପିଡବ୍ଲ୍ୟୁସି,ଏଡ୍ଟେକ୍, କେ୧୨, ଡିଜିଟାଲ-ଟ୍ରାନ୍ସଫରମେଶନ-ହାୟର ଏଜୁକେଶନର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାମପ୍ରସାଦ ଘୋଷ ; ଟେକ୍ନୋ ଇଣ୍ଡିଆ ୟୁନିଭର୍ସିଟିର କୋ-ଚାନ୍ସେଲର ଏବଂ ଟେକ୍ନୋ ଇଣ୍ଡିଆ ଗ୍ରୁପ୍ର ସହ-ଅଧ୍ୟକ୍ଷ ପ୍ରଫେସର ମାନୋସି ରୟ ଚୌଧୁରୀ ଆଦି ଏହି ଅବସରରେ ନିଜର ମୂଲ୍ୟବାନ ମତାମତ ବାଂଟିଥିଲେ । ଏହି କାର୍ଯ୍ୟକ୍ରମରେ ଏକ ନଲେଜ ରିପୋର୍ଟ ରିଲିଜ୍ କରାଯାଇଥିଲା ଯାହା ଶିକ୍ଷାର ବିକଶିତ ପରିଦୃଶ୍ୟ ଏବଂ ଓଡିଶାର ଭବିଷ୍ୟତକୁ ରୂପାନ୍ତରଣ କରିବା କ୍ଷେତ୍ରରେ ଏହାର ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମରେ ଏକ ସମ୍ବର୍ଦ୍ଧନା ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ସାମିଲ ଥିଲା ଯାହା ଶିକ୍ଷା ଉଦ୍ଭାବନ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନଗୁଡିକୁ ସ୍ୱୀକୃତି ପ୍ରଦାନ କରିଛି ।
‘ଏଜୁକେଶନ ୫.୦ ଆଣ୍ଡ ଇଣ୍ଡଷ୍ଟ୍ରୀ ୫.୦ : ପେଭିଙ୍ଗ୍ ଦ ପାଥ୍ ଟୁ ଫ୍ୟୁଚର-ରେଡୀ ସ୍କିଲ୍ସ ଆଣ୍ଡ ଇନୋଭେଶନ’ ନାମକ ଏକ ଲିଡରସିପ ସେଶନ ଏବଂ ‘ଓଡିଶାସ୍ ଭିଜନ ଫର୍ ଏଜୁକେଶନ: ଇଂଟିଗ୍ରେଟିଙ୍ଗ ଏନ୍ଇପି ୨୦୨୦ ୱିଥ୍ ରିଜିଓନାଲ ଷ୍ଟ୍ରେନ୍ଥ୍ସ’ ଉପରେ ଏକ ପ୍ୟାନେଲ ଆଲୋଚନା ପ୍ରମୁଖ ଆକର୍ଷଣ ଥିଲା । ଏହି ଆଲୋଚନାଗୁଡିକ ବିଶେଷଜ୍ଞ ଓ ଥଟ୍ ଲିଡରମାନଙ୍କୁ ଓଡିଶାରେ ଶିକ୍ଷାକୁ ଅଧିକ ସମାବେଶୀ, ଅଭିନବ କରିବା ଓ ଉଦୀୟମାନ ଧାରାଗୁଡିକ ସହ ଜଡିତ ହେବା ପାଇଁ ରଣନୀତିଗୁଡିକୁ ଅନ୍ୱେଷଣ କରିବା ପାଇଁ ଏକତ୍ରିତ କରିଥିଲା ।
Comments are closed.