ଆସୋଚାମ ପକ୍ଷରୁ ଓଡିଶା ମାନୁଫ୍ୟାକ୍ଚରିଂ କନ୍କ୍ଲେଭ ୨୦୨୫ର ୨ୟ ସଂସ୍କରଣ ଆୟୋଜିତ
ଭୁବନେଶ୍ୱର : ଆସୋଚାମ ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଓଡିଶା ମାନୁଫ୍ୟାକଚରିଂ କନ୍କ୍ଲେଭ ୨୦୨୫ର ୨ୟ ସଂସ୍କରଣ ସଫଳତାର ସହ ଆୟୋଜନ କରାଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି “ଏଆଇ-ଡ୍ରିଭେନ ମାନୁଫ୍ୟାକ୍ଚରିଂ: ଇନୋଭେଶନ, ଏଫିସିଏନ୍ସି ଆଣ୍ଡ ସଷ୍ଟେନେବୁଲ ଗ୍ରୋଥ୍” । ଏହି କନ୍କ୍ଲେଭରେ ଏକ ଭବିଷ୍ୟତ ପ୍ରସ୍ତୁତ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବା ପାଇଁ ଓଡ଼ିଶାର ରୋଡମ୍ୟାପ ସମ୍ପର୍କରେ ଆଲୋଚନା କରିବା ପାଇଁ ଶିଳ୍ପ ଲିଡର, ନୀତି ନିର୍ମାତା, ବୈଷୟିକ କ୍ଷେତ୍ରରେ ପ୍ରବର୍ତକ ଓ ଶିକ୍ଷାନୁଷ୍ଠାନଗୁଡିକ ଏକତ୍ରିତ ହୋଇଥିଲେ ।
ଏହି ଅବସରରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ଉଲ୍ଲେଖ କରିଥିଲେ ଯେ, ବର୍ତମାନ ନିର୍ମାଣ କ୍ଷେତ୍ର ଓଡିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ରେ ୩୬% ଯୋଗଦାନ ଦେଉଥିବା ବେଳେ, ଶିଳ୍ପ ଓ ନିର୍ମାଣ କ୍ଷେତ୍ରର ମିଳିତ ଯୋଗଦାନ ୫୩% ରହିଛି । ତେବେ ଏହି ମିଳିତ ଅଂଶକୁ ଆହୁରି ବୃଦ୍ଧି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଶୀର୍ଷ ପ୍ରାଥମିକତା ଭାବେ ବଜାୟ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, “ଆମର ନୀତିଗୁଡିକୁ ଏହି ବିକାଶକୁ ଆଗକୁ ବଢାଇବା ପାଇଁ ରଣନୈତିକ ଭାବେ ପରିକଳ୍ପନା କରାଯାଇଛି ଏବଂ ଆମେ ନିବେଶରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ କରୁଛୁ । ଅନେକ ନିବେଶ ପ୍ରସ୍ତାବକୁ ଗ୍ରହଣ କରାଯିବା ସହ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି ।”
ବିଗତ କିଛି ଦଶନ୍ଧିରେ ଘଟିଥିବା ଓଡିଶାର ଶିଳ୍ପ ରୂପାନ୍ତରଣ ଉପରେ ଗୁରୁତ୍ୱ ଦେଇ ଶ୍ରୀଯୁକ୍ତ ଶର୍ମା ସଂଶାଧନର ବ୍ୟବହାରକୁ ବୃଦ୍ଧି କରିବା କ୍ଷେତ୍ରରେ ବୈଷୟିକ ଅଗ୍ରଗତିର ଭୂମିକାକୁ ଉଲ୍ଲେଖ କରିଥିଲେ । ସେ କହିଥିଲେ, “ ଉଦାହରଣ ସ୍ୱରୁପ, ଦୁଇ ଗୁଣ ଉତ୍ପାଦନ କ୍ଷମତା ସହିତ ଆଲୁମିନିୟମ ପ୍ଲାଂଟ ସ୍ଥାପନ କରିବା ପାଇଁ ଆବଶ୍ୟକ ହେଉଥିବା ଜମିର ପରିମାଣ ବର୍ତମାନ ପ୍ରାୟ ୫୦%କୁ ହ୍ରାସ ପାଇଛି, ଯାହା ଉନ୍ନତ ଟେକ୍ନୋଲୋଜି ପାଇଁ ସମ୍ଭବ ହୋଇପାରିଛି । ଦକ୍ଷ ମାନବସମ୍ବଳର ସ୍ଥିର ଯୋଗାଣ ଓ ସେମାନଙ୍କର ବିକାଶରେ ସାହାଯ୍ୟ କରିବା ପାଇଁ ବ୍ୟାପକ ଭିତିଭୂମି ସହିତ ରାଜ୍ୟ ସରକାର ସକ୍ରିୟ ଭାବେ ଶିଳ୍ପଗୁଡିକୁ ସମର୍ଥନ କରୁଛନ୍ତି, ବୋଲି ସେ କହିଛନ୍ତି ।
ଏହି ସମ୍ମିଳନୀରେ ଓଡିଶା ସରକାରଙ୍କ ଶିଳ୍ପ ଓ ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ୍ ଶ୍ରୀ ହେମନ୍ତ ଶର୍ମା ପ୍ରାଇମସ ପାର୍ଟନର୍ସ ସହ ସହଭାଗିତାରେ ଆସୋଚାମ ଷ୍ଟଡି ପେପର୍ର ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସୋଚାମ, ଓଡିଶା ରାଜ୍ୟ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ଏବଂ ଓଡିଶାରେ ସ୍ମାର୍ଟ ଓ ସ୍ଥାୟୀ ନିର୍ମାଣକୁ ସକ୍ଷମ କରିବା ପାଇଁ ସରକାର, ଶିଳ୍ପ ଓ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ମଜବୁତ ସହଯୋଗିତା ପାଇଁ ଆହ୍ୱାନ ଦେଇଥିଲେ ।
ଏହି କନ୍କ୍ଲେଭରେ ଆସୋଚାମ-ପ୍ରାଇମସ ନଲେଜ ରିପୋର୍ଟକୁ ରିଲିଜ କରାଯାଇଥିଲା, ଯାହା ଏଆଇ ଗ୍ରହଣୀୟତା ଓ ଉତ୍ପାଦନ କ୍ଷେତ୍ରର ସର୍ବୋତମ ଅଭ୍ୟାସଗୁଡିକ ଉପରେ ଜରୁରୀ ତଥ୍ୟ ପ୍ରଦାନ କରିଛି ।
ସମ୍ମିଳନୀରେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତର ବ୍ରିଟିଶ ଡେପୁଟି ହାଇକମିଶନର୍ ଆଣ୍ଡ୍ର୍ୟୁ ଫ୍ଲେମିଂ କହିଛନ୍ତି, \”ଭାରତ ଏବଂ ବ୍ରିଟେନ ଶିଳ୍ପାୟନ ଓ ଉଦ୍ଭାବନର ଏକ ସମୃଦ୍ଧ ଇତିହାସର ଅଂଶୀଦାର ଅଟନ୍ତି । ଓଡିଶା ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହା ବ୍ରିଟେନ ପାଇଁ ଏକ ରଣନୈତିକ ସହଯୋଗୀ ଭାବେ ପ୍ରାକୃତିକ ଭାବେ ଜଡିତ ହୋଇଛି । ମିଳିତ ଭାବେ ଆମେ ସ୍ଥାୟିତ୍ୱର ସିଦ୍ଧାନ୍ତଗୁଡିକୁ ଧାରଣ କରି ଶିଳ୍ପ ଉଦ୍ଭାବନକୁ ଆଗକୁ ପରିଚାଳନା କରିପାରିବୁ । ଏଆଇ କ୍ଷେତ୍ରରେ ସଦ୍ୟତମ ଅଗ୍ରଗତି ଦ୍ୱାରା ଆଜି ବ୍ରିଟେନ ସ୍ମାର୍ଟ ଫ୍ୟାକ୍ଟ୍ରି ଅଟୋମେଶନ, ଆଡଭାନ୍ସଡ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ଓ ସ୍ଥାୟୀ ଯୋଗାଣ ଶୃଙ୍ଖଳା ଅଭ୍ୟାସଗୁଡିକର ଆଗଧାଡିରେ ରହିଛି ।”
ଏହି ଅବସରରେ ଦୁଇଟି ପ୍ରମୁଖ ପୂର୍ଣ୍ଣାଙ୍ଗ ଅଧିବେଶନର ଆୟୋଜନ କରାଯାଇଥିଲା । ଅନ୍ ଏନାବ୍ଲିଂ ଏ କମ୍ପିଟିଟିଭ ମାନୁଫ୍ୟାକ୍ଚରିଂ ଇକୋସିଷ୍ଟମ- ପଲିସି ଆଣ୍ଡ ଟେକ୍ ଇଂଟିଗ୍ରେଶନ ସେଶନରେ ବିଶିଷ୍ଟ ବକ୍ତାମାନେ ଏକ ଭବିଷ୍ୟତ ପ୍ରସ୍ତୁତ ନିର୍ମାଣ କ୍ଷେତ୍ର ଗଠନ କରିବା ପାଇଁ ଓଡିଶା କିଭଳି ନୀତିଗତ ଢାଞ୍ଚା ଓ ଆଧୁନିକ ଟେକ୍ନୋଲୋଜିଗୁଡିକୁ ଉପଯୋଗ କରିପାରିବ ତାହା ଉପରେ ଆଲୋଚନା କରିଥିଲେ । ସମାନ ରୂପେ ଏଆଇ ଫର୍ ସଷ୍ଟେନେବୁଲ ମାନୁଫ୍ୟାକ୍ଚରିଂ- ଇନୋଭେଶନ୍ସ ଆଣ୍ଡ ବେଷ୍ଟ ପ୍ରାକ୍ଟିସେସ ସେଶନରେ ଶିଳ୍ପ ବିଶେଷଜ୍ଞମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିଭଳି ବିଭିନ୍ନ କ୍ଷେତ୍ରରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିପାରିବ ଓ ନୂଆ ସୁଯୋଗଗୁଡିକୁ ଉନ୍ମୋଚନ କରିପାରିବ ତାହାକୁ ଅନ୍ୱେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଶିଳ୍ପର ବିଶିଷ୍ଟ ବ୍ୟକ୍ତି, ଟେକ୍ନୋଲୋଜି ଲିଡର, ଆନ୍ତର୍ଜାତୀୟ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଆସୋଚାମ- ପୂର୍ବ ଓ ଉତରପୂର୍ବର ବରିଷ୍ଠ ନିର୍ଦ୍ଦେଶକ ପରମିନ୍ଦର ଜିତ କୌର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ନିଜର ମତବ୍ୟକ୍ତ କରିଥିବା ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡିଶାର ଶିଳ୍ପ ବିଭାଗର ନିର୍ଦ୍ଦେଶକ, ଆଇଏଏସ ଡଃ ପ୍ରଶାନ୍ତ କୁମାର ରେଡ୍ଡୀ, ଆସୋଚାମ, ଓଡିଶା ରାଜ୍ୟ ଉତ୍ପାଦନ ପରିଷଦର ଅଧ୍ୟକ୍ଷ ଶ୍ରୀ ଶଶି ଶେଖର ମହାନ୍ତି, ଆସୋଚାମର ଓଡିଶା ରାଜ୍ୟ ଖଣି ଓ ଇସ୍ପାତ ପରିଷଦର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି, ଆସୋଚାମ ଓଡିଶା ସିଏସଆର ଓ ସ୍ଥାୟିତ୍ୱ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ହୋତା, ପ୍ରାଇମସ ପାର୍ଟନନର୍ସ ଇଣ୍ଡିଆର ବରିଷ୍ଠ ପରାମର୍ଶଦାତା ଭାରତ ଦୁରେଜା ପ୍ରମୁଖ ସାମିଲ ଥିଲେ ।
Comments are closed.