ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ନେଫେ୍‌ରାଲୋଜି ଆଣ୍ଡ ୟୁରୋଲୋଜି (ଏଆଇଏନୟୁ) ପକ୍ଷରୁ ନୂଆ ହସ୍ପିଟାଲ ଉଦ୍‌ଘାଟିତ

Share It

ରାଉରକେଲା : ୟୁରୋ-ନେଫ୍ରୋ କେୟାର ଉପରେ କେନ୍ଦ୍ରିତ ଭାରତର ସର୍ବବୃହତ ସିଙ୍ଗଲ-ସ୍ପେଶାଲିଟି ଚେନ, ଏସିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି (ଏଆଇଏନୟୁ) ହାଇଦ୍ରାବାଦର ବଞ୍ଜାରା ହିଲ୍‌ସଠାରେ ଏହାର ନୂତନ ହସ୍ପିଟାଲର ଶୁଭାରମ୍ଭ ସହିତ ଏକ ବଡ ସଫଳତାକୁ ଚିହ୍ନିତ କରିଛି । ଏହି ଫ୍ଲାଗସିପ ହସ୍ପିଟାଲରେ ୧୫୦ଟି ବେଡ, ୪ଟି ଅପରେଟିଂ ରୁମ, ୩୫ ଟି ଡାଏଲିସିସ ବେଡ୍‌ର ମିଳିତ କ୍ଷମତା ଏବଂ ଜଟିଳ ୟୁରୋଲୋଜି ଓ ନେଫ୍ରୋଲୋଜି ସର୍ଜରୀଗୁଡିକ ପାଇଁ ନୂତନ ପିଢିର ରୋବୋଟିକ ଟେକ୍ନୋଲୋଜି ରହିଛି, ଯାହା ଏହାକୁ ଭାରତରେ ଏହି ସିଙ୍ଗଲ ସ୍ପେଶାଲିଟି କ୍ଷେତ୍‌ରେ ସର୍ବବୃହତ କର୍ପୋରେଟ ହସ୍ପିଟାଲରେ ପରିଣତ କରୁଛି ।

ଏସମ୍ପର୍କରେ ଏଆଇଏନୟୁ ଅଧ୍ୟକ୍ଷ ତଥା ଚିଫ କନସଲଟାଂଟ ୟୁରୋଲୋଜିଷ୍ଟ ଡା ମଲ୍ଲିକାର୍ଜୁନ କହିଛନ୍ତି, “ୟୁରୋଲୋଜିକାଲ ସମସ୍ୟା ଥିବା ରୋଗୀମାନଙ୍କ ପାଇଁ ଚିକିତ୍ସାକୁ ରୂପାନ୍ତରଣ କରିବା କ୍ଷେତ୍ରରେ ବୈଷୟିକ ଉଦ୍ଭାବନ ଓ ଅଗ୍ରଗତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ରୋବୋଟିକ ସର୍ଜରୀ, ଏଣ୍ଡୋସ୍କୋପିକ ଓ ଲାପାରୋସ୍କୋପିକ ସର୍ଜରୀ, ୩ଡି ଇମେଜିଂ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଅଗ୍ରଗତି ୟୁରୋଲୋଜି କ୍ଷେତ୍ରକୁ ନୂଆ ରୂପ ଦେଉଛି ଏବଂ ଅସ୍ତ୍ରୋପଚାର ପଦ୍ଧତିଗୁଡିକର ସଠିକତା ଓ ପ୍ରଭାବକୁ ବୃଦ୍ଧି କରୁଛି । ନୂଆ ଏଆଇଏନୟୁ ବଞ୍ଜାରା ହସ୍ପିଟାଲ ୟୁରୋ-ନେଫ୍ରୋ କେୟାର କ୍ଷେତ୍ରରେ ଆମର ୧୨ ବର୍ଷର ବିରାସତ ଏବଂ ଆମର ଚିକିତ୍ସକୀୟ ବୁଦ୍ଧିମତାର ଏକତ୍ରୀକରଣକୁ ଆଗକୁ ଆଣିଛି, ଯାହା ରୋଗୀଙ୍କୁ ଦ୍ରୁତ, ସୁରକ୍ଷିତ ଓ ଅଧିକ ସଠିକ ଚିକିତ୍ସା ପ୍ରଦାନ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ଉନ୍ନତ ହୋଇଛି । ”

ଏଆଇଏନୟୁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ପିସି ରେଡ୍ଡୀ କହିଛନ୍ତି, “ଏଆଇଏନୟୁ ବଞ୍ଜାରା ହସ୍ପିଟାଲର ବିସ୍ତାର ସହିତ ଆମେ ୟୁରୋ-ଅଙ୍କୋଲୋଜି, ଆଣ୍ଡ୍ରୋଲୋଜି, ପେଡିଆଟ୍ରିକ ୟୁରୋଲୋଜି ଓ ଫିମେଲ ୟୁରୋଲୋଜି ଭଳି କ୍ଷେତ୍ରରେ ୟୁରୋଲୋଜି ଓ ନେଫ୍ରୋଲୋଜିରେ ସବ୍‌-ସ୍ପେଶାଲିଟି କେୟାର ପାଇଁ ଏକ କେନ୍ଦ୍ରିତ ପଦ୍ଧତି ଆରମ୍ଭ କରିଛୁ । ପ୍ରତ୍ୟେକ ଉଚ୍ଚ ପ୍ରଶିକ୍ଷିତ ଓ ଦକ୍ଷ ଚିକିତ୍ସକ ୧୦ ବର୍ଷର ହାରାହାରି ଅନୁଭୂତି ସହ ଏଠାକୁ ଆସିଛନ୍ତି ଯିଏ ପ୍ରତ୍ୟେକ ରୋଗୀଙ୍କ ପାଇଁ ସର୍ବୋତମ ଶ୍ରେଣୀର ଚିକିତ୍ସା ପ୍ରଦାନ କରୁଛନ୍ତି । ଆମେ ମଧ୍ୟ ରୋଗକୁ ପ୍ରତିରୋଧ କରିବା ଉପରେ ଅନେକ ଗୁରୁତ୍ୱ ଦେଉଛୁ ଏବଂ ଆମେ ବିଶ୍ୱାସ କରୁଛୁ ଯେ, ଶୀଘ୍ର ଚିହ୍ନଟ ହେବା ଦ୍ୱାରା ଆମେ କିଛି ରୋଗକୁ ଭଲ କରିପାରିବା ଏବଂ ଅନ୍ୟ ରୋଗଗୁଡିକର ପ୍ରଗତିକୁ ମନ୍ଥର କରିବାରେ ସାହାଯ୍ୟ କରିପାରିବା । ଏହାକୁ ଧ୍ୟାନରେ ରଖି ଏଆଇଏନୟୁ ୟୁରିନ ବା ମୂତ୍ରରେ ପ୍ରୋଟିନ ହ୍ରାସ ହେବା ଓ ଉଚ୍ଚ ରକ୍ତଚାପର ପ୍ରାରମ୍ଭିତ ଲକ୍ଷଣଗୁଡିକୁ ଚିହ୍ନଟ କରିବା ପାଇଁ ତେଲେଙ୍ଗାନାର କିଛି ଗ୍ରାମରେ ମାଗଣା ସ୍କ୍ରିନିଂ କ୍ୟାମ୍ପ ଆରମ୍ଭ କରିଛୁ ।”

ସେହିପରି ଏସିଆ ହେଲ୍‌ଥକେୟାର ହୋଲ୍ଡିଙ୍ଗ୍‌ସର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଶାଲ ବାଲି କହିଛନ୍ତି, “ଏସିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି ମାଧ୍ୟମରେ ଆମେ ଏହି ବିଶେଷତା କ୍ଷେତ୍ରରେ ଭାରତର ଅଗ୍ରଣୀ ସିଙ୍ଗଲ-ସ୍ପେଶାଲିଟି ହସ୍ପିଟାଲ ନେଟ୍‌ୱର୍କର ନିର୍ମାଣ କରୁଛୁ, ଯାହା ଯୋଗ୍ୟ ଓ ଦକ୍ଷ ଚିକିତ୍ସକ ଏବଂ ଷ୍ଟେଟ-ଅଫ-ଦ-ଆର୍ଟ ଟେକ୍ନୋଲୋଜି ଦ୍ୱାରା ସମର୍ଥିତ ଅଟେ । ଏଆଇଏନୟୁ ୟୁରୋ-ନେଫ୍ରୋ କ୍ଷେତ୍ରରେ ସଠିକ ଚିକିତ୍ସାକୁ ପୁନଃବ୍ୟାଖ୍ୟା କରୁଛି ।” ଏଆଇଏନୟୁର ସିଇଓ ସନ୍ଦୀପ ଗୁଡୁରୁ କହିଛନ୍ତି, “ବଞ୍ଜାରା ହସ୍ପିଟାଲ ଦେଶରେ ଆମର ଫ୍ଲାଗସିପ ହସ୍ପିଟାଲରେ ପରିଣତ ହେବାକୁ ଯାଉଛି । ଆମର ଲକ୍ଷ୍ୟ ହେଉଛି ଭାରତରେ ସବୁଠାରୁ ବିଶ୍ୱସନୀୟ ୟୁରୋଲୋଜି ଓ ନେଫ୍ରୋଲୋଜି ସିଙ୍ଗଲ-ସ୍ପେଶାଲିଟି ହସ୍ପଟାଲର ନିର୍ମାଣ କରିବା । ଆମେ ଆସନ୍ତା ୧୮ରୁ ୨୪ ମାସ ମଧ୍ୟରେ ଆଉ ୩ଟି ନୂଆ ହସ୍ପିଟାଲର ଶୁଭାରମ୍ଭ କରିବା ପାଇଁ ଯୋଜନା ରଖିଛୁ ।”

 

 


Share It

Comments are closed.