ଟ୍ରମ୍ପ-ମୁନିର ସାକ୍ଷାତକୁ ନେଇ ଭୟଭୀତ ଇରାନ, ହେବ ଭୀଷଣ ଯୁଦ୍ଧ

Share It

ଇସ୍ରାଇଲ ଆକ୍ରମଣରେ ଜର୍ଜରିତ ହେଉଥିବା ଇରାନ ପାଇଁ ଏକ ନୂଆ ବିପଦ ଢଳିବାରେ ଲାଗିଲାଣି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସେନା ପ୍ରମୁଖ ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କ ସହିତ ହ୍ୱାଇଟ ହାଉସରେ ସାକ୍ଷାତ କରିବା ପରେ ଇରାନ ନିଜର ପୂର୍ବ ମିତ୍ରକୁ ବର୍ତ୍ତମାନ ସନ୍ଦେହ ନଜରରେ ଦେଖୁଛି । ମୁନିର ଏବଂ ଟ୍ରମ୍ପଙ୍କ ସାକ୍ଷାତ ପରେ ଏହା ଆଶା କରାଯାଉଛି ଆମେରିକା ଇରାନ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଏୟାର ବେସର ସାହାଯ୍ୟ ନେଇପାରେ । ସବୁଠାରୁ ଅଧିକ ସମ୍ଭାବନା ନୁର ଖାନ ଏୟାରବେସ ରହିଛି, ଯାହାକୁ ଗତ ଅପରେସନ ସିନ୍ଦୂର ସମୟରେ ଭାରତ ନିଜର ଟାର୍ଗେଟ କରିଥିଲା ।
ଏହା ପୂର୍ବରୁ କିଛି ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ ସେନା ପ୍ରମୁଖଙ୍କ ସହିତ ମଧ୍ୟାନ ଭୋଜନ ବୈଠକରେ ଟ୍ରମ୍ପ ପାକିସ୍ତାନର ସୈନ୍ୟ ଘାଟିରେ ଆମେରିକାର ଉପସ୍ଥିତିକୁ ଜାହିର କରିଥିଲେ । ଜେନେରାଲ ମୁନିର ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ନୋବେଲ ପୁରଷ୍କାର ର ଦାବୀ କରିଥିଲେ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ସୈନ୍ୟ ସଂଘର୍ଷ ବନ୍ଦ କରିବା ପାଇଁ ଟ୍ରମ୍ପଙ୍କୁ ଶ୍ରେୟ ଦେଇଥିଲେ । ସାକ୍ଷାତର ଦୁଇ ଦିନ ପରେ ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ, ସେ ନୋବେଲ ଶାନ୍ତି ପୁରଷ୍କାର ପାଇଁ ଟ୍ରମ୍ପଙ୍କ ନାମ ପାଇଁ ଲବି କରିଛନ୍ତି ।


Share It

Comments are closed.