ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବା ପରେ ଶାହାରୁଖ ଖାନଙ୍କୁ ପୀୟୁଷ ମିଶ୍ରଙ୍କ ପରାମର୍ଶ: କହିଲେ ନିଜ ପୁଅକୁ ନିୟନ୍ତ୍ରଣରେ ରଖ
ବଲିଉଡର ବାଦଶାହ ଶାହରୁଖଙ୍କ ପାଇଁ ଆଜି ହେଉଛି ସବୁଠୁ ବିଶେଷ ତଥା ଖାସ୍ ଦିନ। ଶାହାରୁଖ ଓ ଗୌରୀଙ୍କ ଖୁସି କହିଲେ ନସରେ । ଗୌରୀ କରିଥିବା ମାନସିକ ବି ପୁରା ହେଲା । ବର୍ତ୍ତମାନ ମନ୍ନତ ବାହାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଡ୍ରଗ୍ସ କେସ୍ରେ ଗିରଫ ହେବାର ଦୀର୍ଘ ୨୮ ଦିନ ପରେ ପୁଅ କଳା କୋଠରୀରୁ ମୁକୁଳିଛି। ଏଭଳି ସ୍ଥିତିରେ ବଲିଉଡର ଅନେକ ସେଲିବ୍ରିଟି ଶାହାରୁଖଙ୍କୁ ତାଙ୍କ ଖୁସିରେ ସମର୍ଥନ କରିଛନ୍ତି। କିନ୍ତୁ ପୂର୍ବରୁ ଶାହରୁଖ ଖାନ୍ଙ୍କ କୋ-ଷ୍ଟାର ରହି ସାରିଥିବା ବର୍ଷିଆନ୍ ଅଭିନେତା ପିୟୁଷ ମିଶ୍ରା ଏହାକୁ ନେଇ ଏକ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଯେଉଁଥିରେ ପୁଅ ଆର୍ଯ୍ୟନ୍ଙ୍କୁ ନେଇ ସେ ଶାହରୁଖଙ୍କୁ ପରାମର୍ଶ ଦେଇଛନ୍ତି। କହିଛନ୍ତି କି ନିଜ ପୁଅକୁ ସମ୍ଭାଳି ରଖ।
ଏକ ସାକ୍ଷାତକାର୍ରେ ପିୟୁଷ ମିଶ୍ରା କହିଛନ୍ତି, ‘ତାଙ୍କୁ ଜାମିନ୍ ମିଳିଗଲା, ସେ ବାହାରକୁ ଆସିଗଲା। ବର୍ତ୍ତମାନ ଶାହରୁଖ ଖାନ ଜାଣନ୍ତୁ, ତାଙ୍କ ପୁଅକୁ ଜାଣନ୍ତୁ, ସମୀର ୱାଙ୍ଖଡେ ଜାଣନ୍ତୁ। ଠିକ ଅଛି ତୁମେ ଯାହା କରିଛ ତାହା ତୁମେ ଭୋଗିବ। ନିଜ ନିଜ ପିଲାମାନଙ୍କୁ ସମ୍ଭାଳିକି ରଖ।’ ପିୟୁଷ ମିଶ୍ରାଙ୍କ ଏପରି ବୟାନ, ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରାଇଛି । ଆର୍ଯ୍ୟନଙ୍କ ମୁକ୍ତି ଉପରେ ପିୟୁଷଙ୍କ ଏଭଳି ବୟାନ ଅନ୍ୟ ଆଡେ ଇସାରା ଦେଉଥିବା ମନେ ହେଉଛି।
Comments are closed.