ସହିଦ କୃଷକଙ୍କ ପରିବାରଙ୍କୁ କ୍ଷତିପୂରଣ ଓ ଚାକିରୀ ଦାବୀରେ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦରେ କୃଷକଙ୍କ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲୋକସଭାରେ ରାହୁଲ କୃଷକଙ୍କ ପ୍ରସଙ୍ଗ ଉଠାଇ ଦାବି କରିଛନ୍ତି ଯେ, କୃଷି ଆଇନ ବିରୋଧରେ ଆନ୍ଦୋଳନ ବେଳେ ମୃତ କୃଷକଙ୍କୁ କ୍ଷତି ପୂରଣ ଦିଆଯାଉ। ରାହୁଲ କହିଛନ୍ତି, ଆପଣଙ୍କ ସରକାର କହୁଛନ୍ତି, କୌଣସି କୃଷକ ସହିଦ ହୋଇନାହାନ୍ତି। ସରକାରଙ୍କ ପାଖରେ କୃଷକଙ୍କ ନାଁ ନାହିଁ, ତେଣୁ ଏହି ଡାଟା ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି। ମୁଁ ଚାହୁଁଛି ଯେ, ଏହି କୃଷକଙ୍କୁ ତାଙ୍କର ହକ୍ ମିଳୁ। ତାଙ୍କର ପରିବାର ଲୋକଙ୍କୁ ଆର୍ଥିକ କ୍ଷତିପୂରଣ ଦିଆଯାଉ।
ରାହୁଲ କହିଛନ୍ତି, କୃଷକ ଆନ୍ଦୋଳନରେ ୭୦୦ କୃଷକଙ୍କ ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଦେଶ ଓ କୃଷକଙ୍କୁ କ୍ଷମା ମାଗନ୍ତୁ। ସେ ନିଜର ଭୁଲ ସ୍ବୀକାର କରନ୍ତୁ। କିନ୍ତୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଯେତେବେଳେ ପଚରାଯାଇଥିଲା ଆନ୍ଦୋଳନରେ କେତେ କୃଷକଙ୍କ ମୃତ୍ୟୁ ହୋଇଛି ? ସେ କହିଥିଲେ, କୌଣସି ଡାଟା ନାହିଁ। ରାହୁଲ କହିଛନ୍ତି, ପଞ୍ଜାବ ସରକାର ୪୦୦ କୃଷକଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ୧୫୨ କୃଷକଙ୍କ ପରିବାର ଲୋକଙ୍କୁ ରୋଜଗାର ଦିଆଯାଇଛି। ହରିୟାଣାର ୭୦ କୃଷକଙ୍କର ଏହି ସମୟରେ ମୃତ୍ୟୁ ହୋଇଛି। ଏହା ମଧ୍ୟ ରିପୋର୍ଟରେ ଦେବି। ରାହୁଲ କହିଛନ୍ତି, ମୁଁ ଚାହୁଁଛି ଯେ, ଯେଉଁ କୃଷକଙ୍କର ହକ୍ ରହିଛି, ସେ ତାଙ୍କୁ ଦେଖା କରନ୍ତୁ। କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିଛନ୍ତି। ଏବେ କୃଷକଙ୍କୁ ତାଙ୍କର ହକ୍ ମିଳିବା ଦରକାର। ଏହା ସହିତ କୃଷକଙ୍କ ସମ୍ପର୍କୀତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିବା ଦରକାର।
Comments are closed.