ଆଖି ତଳ କଳା ପଡୁଛି କି ? ଆପଣନ୍ତୁ ଏହି ଟିପ୍ସ

Share It

ଆଖି ତଳ କଳା ପଡିବ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା କେବଳ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିନଥାଏ ବରଂ କେତେକାଂଶରେ ଏହା ଆତ୍ମବିଶ୍ୱାସକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ଏହି ଦାଗ ହେବାର ଅନେକ କାରଣ ରହିଛି, ଯାହାକୁ ଆମେ ଅଜାଣତରେ ଗ୍ରହଣ କରିଥାଉ। ଏହା ବ୍ୟତୀତ, ଆଖି ତଳେ କଳା ଦାଗ ଅନେକ ରୋଗ ଏବଂ ଭିଟାମିନ ଅଭାବ ଯୋଗୁଁ ମଧ୍ୟ ହୋଇଥାଏ।ତେବେ ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ ଜଣାଇବୁ ଯାହାଦ୍ବାରା ଆପଣ ଆପଣଙ୍କ ଏହି ଡାର୍କ ସର୍କଲରୁ ରକ୍ଷା କରିପାରିବେ।


କାହିଁକି ଏହା ହୋଇଥାଏ?

ସାଧାରଣତଃ ଆଖି ତଳେ କଳା ଦାଗ ନିଦ ଅଭାବରୁ ହୋଇଥାଏ। ଏହା ବ୍ୟତୀତ ଫୋନ କିମ୍ବା କମ୍ପ୍ୟୁଟର ଆଗରେ ଅଧିକ ସମୟ ବିତାଇଲେ ମଧ୍ୟ ଆଖି ତଳେ କଳା ଦାଗ ପଡ଼ିବା ଦେଖାଯାଇଥାଏ। ଏହା ବ୍ୟତୀତ, କିଛି ରୋଗ ଅଛି ଯାହା ଆଖି ତଳେ କଳା ଦାଗ ସୃଷ୍ଟି କରେ।

ସମସ୍ୟାରୁ କିପରି ମୁକ୍ତି ପାଇବେ?

୧-ଆଳୁ ମଧ୍ୟ ଡାର୍କ ସର୍କଲ କମ କରିବାରେ ଆଉ ଏକ ମ୍ୟାଜିକାଲ ଇନଗ୍ରିଡିଏଣ୍ଟ। ଆଳୁକୁ ପ୍ରଥମେ କଦୁକସ କରି ତାର ଜୁସ ବାହାର କରିଦିଅନ୍ତୁ। ତା’ପରେ ତୁଳାରେ ଉକ୍ତ ଜୁସକୁ ଆଣି ଆଖିରେ ଉକ୍ତ ତୁଳାକୁ ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ତେବେ ଲଗାଇଲାବେଳେ ଧ୍ୟାନ ରଖନ୍ତୁ ଯେ, କଳା ଦାଗ ହୋଇଥିବା ସବୁ ଜାଗାରେ ଯେପରି ତୁଳା ରହୁଥିବ।


୨- ଟମାଟୋ ଏପରି ଏକ ଚମତ୍କାରୀ ଜିନିଷ ଯାହା ଆପଣଙ୍କ ତ୍ବଚାକୁ କେବଳ କୋମଳ କରେନି ଆପଣଙ୍କ ଆଖିକୁ ମଧ୍ୟ କଳାଦାଗରୁ ରକ୍ଷା କରିଥାଏ। ଆପଣ ଏକ ଟମାଟୋର ଜୁସ ନିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ଏକ ସୁନ୍ଦର ପେଷ୍ଟ ବନାନ୍ତୁ। ଏହାପରେ ଏହି ପେଷ୍ଟକୁ ଆଖି ତଳେ ଲଗାନ୍ତୁ। ଏହି ପେଷ୍ଟକୁ ଲଗାଇବାପରେ ୧୦ ମିନିଟ ରଖିବାକୁ ଦିଅନ୍ତୁ। ଏହାକୁ ଦିନରେ ଦୁଇ ଥର ଲଗାଇବାକୁ ଚେଷ୍ଟା କରନ୍ତୁ। ଦେଖିବେ ଏଥିରେ ଆପଣଙ୍କ ଆଖିର କଳାଦାଗ ବହୁ ମାତ୍ରାରେ କମିଯିବ।

୩-ଗ୍ରୀନ ଟି-ବ୍ୟାଗ ମଧ୍ୟ ଡାର୍କ ସର୍କଲ ପାଇଁ ବେଶ ଫଳପ୍ରଦ। ଉକ୍ତ ଟି-ବ୍ୟାଗ ବ୍ୟବହାର କରିସାରିଲା ପରେ ଏହାକୁ ନ ଫୋପାଡ଼ି ଉକ୍ତ ଟି-ବ୍ୟାଗକୁ ଫ୍ରିଜରେ ରଖିଦିଅନ୍ତୁ। ଏହାପରେ ଉକ୍ତ ଟି-ବ୍ୟାଗକୁ ଫ୍ରିଜରୁ କାଢ଼ି ରାତିରେ ଶୋଇବାବେଳେ ଦୁଇ ଆଖିରେ ରଖନ୍ତୁ। ଦେଖିବେ ଏମିତି କରିବାଦ୍ବାରା ଡାର୍କ ସର୍କଲ ସମସ୍ୟା ଶୀଘ୍ର ଦୂର ହେବ। ପ୍ରତିଦିନ ରାତିରେ ଆଖିରେ ଆପ୍ଲାଏ କରନ୍ତୁ।

୪- ଦିନରେ ଘରୁ ବାହାରିବା ବେଳେ ସନଗ୍ଲାସ୍ ପିନ୍ଧିବାକୁ ଜମାବି ଭୁଲନ୍ତୁ ନାହିଁ।

୫-ପ୍ରତିଦିନ ଅତି କମରେ ଆଠ ଘଣ୍ଟା ଶୁଅନ୍ତୁ। ନିଦ ପର୍ଯ୍ୟାପ୍ତ ପରିମାଣର ହେବା ଦରକାର। ପାଣି ମଧ୍ୟ ଦିନକୁ ୩ରୁ ୪ଲିଟର ପିଇବା ଦରକାର। ପାଣି ପିଇବା ଦ୍ବାରା ଏହା ବଡ଼ିକୁ ଡିହାଇଡ୍ରେଟ କରିଥାଏ। ସବୁଜ ତଟକା ପନିପରିବା ଖାଇଲେ ଭଲ।


ଚିନ୍ତାମୁକ୍ତ ରୁହନ୍ତୁ। ଖୁସିରେ ରହୁନ୍ତୁ। ଡେଲି ଲାଇଫରେ କିଛି ଯୋଗ କରିବାକୁ ଚେଷ୍ଟା କରନ୍ତୁ। ଏହା ମଧ୍ୟ ଆପଣଙ୍କ ପାଇଁ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ


Share It

Comments are closed.