ରାଜ୍ୟରେ ୮୭ ଶିକ୍ଷାନୁଷ୍ଠାନରେ ପ୍ରଚଳନ ହେବ ଏଇଡିପି

Share It

ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ବିଓପିଟି) ଏବଂ ବିଏଫଏସଆଇ ସେକ୍ଟର ସ୍କିଲ କାଉନସିଲ ଅଫ ଇଣ୍ଡିଆ, ମୁମ୍ବାଇ ସହ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗର ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ବିଓପିଟିର ସହଯୋଗରେ ଓଡ଼ିଶାର ୮୭ ଗୋଟି ଶିକ୍ଷାନୁଷ୍ଠାନ ମାନଙ୍କରେ ଆପ୍ରେଣ୍ଟିସେଶିପ୍‌ ଏମ୍ବେଡେଡ୍‌ ଡିଗ୍ରୀ ପ୍ରୋଗ୍ରାମ (ଏଇଡିପି)ର ପ୍ରଚଳନ କରାଯିବା ସହ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟରନସିପ ସୁଯୋଗ ପ୍ରଦାନ କରାଯାଇପାରିବ।

ବିଏଫଏସଆଇର ପ୍ରତ୍ୟକ୍ଷ ତତ୍ତାବଧାନରେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଙ୍କିଙ୍ଗ, ଫାଇନାନ୍ସ ଏବଂ ଇନସୁରାନ୍ସ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରାଯିବା ସହ ଏହି ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯିବ ଏବଂ ଏହାର ପ୍ରକୃଷ୍ଟ କ୍ରେଡିଟାଇଜେସନ ମଧ୍ୟ କରାଯିବ ଯାହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହେବା ସହ ଭବ୍ଯଯଯତରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ।

ଏହି ବୁଝାମଣା ପତ୍ର ସ୍ବାକ୍ଷର ହେବା ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତି ଥିଲେ। ଏହି ବୁଝାମଣା ପତ୍ର ସ୍ବାକ୍ଷର ହେବା ଦ୍ୱାରା ବିଶବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହୋଇପାଇପାରିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।


Share It

Comments are closed.