ଭୁବନେଶ୍ୱର : ଭାରତୀୟ ଅଟୋମୋଟିଭ ଓ ଶିକ୍ଷା କ୍ଷେତ୍ର ପାଇଁ ଏକ ଅଗ୍ରଗାମୀ ପଦକ୍ଷେପରେ ଆପୋଲୋ ଟାୟାର୍ସ ଲିମିଟେଡ ଓ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍), ଭୁବନେଶ୍ୱର ପକ୍ଷରୁ ଆଜି ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଟାୟାର ଟେକ୍ନୋଲୋଜି ଉପରେ ଏକ ସ୍ୱତନ୍ତ୍ର ଇଲେକ୍ଟିଭ / ମଡ୍ୟୁଲର ଶୁଭାରମ୍ଭ କରିବା ପାଇଁ ଏକ ପ୍ରଥମ ଧରଣର ରଣନୈତିକ ସହଭାଗିତା ଘୋଷଣା କରାଯାଇଛି।
ପ୍ରଥମ ଥର ପାଇଁ ଭାରତରେ ଏଭଳି ଐତିହାସିକ ସହଭାଗିତା କରାଯାଇଛି, ଯେଉଁଠାରେ ଏକ ଟାୟାର ନିର୍ମାତା ଓ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ଟାୟାର ସାଇନ୍ସ, ଡିଜାଇନ ଓ ଉତ୍ପାଦନ ପ୍ରକ୍ରିୟାକୁ ଏକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏକୀକୃତ କରିବା ପାଇଁ ଏକାଠି ହୋଇଛନ୍ତି। ଏହି ସହଭାଗିତା ଅଧିନରେ ଆପୋଲୋ ଟାୟାର୍ସ ଲିଃ ପାଠ୍ୟକ୍ରମ ପାଇଁ ଶିକ୍ଷାନୁଷ୍ଠାନ ବିଷୟବସ୍ତୁକୁ ନୂଆ ରୂପ ଦେବା କ୍ଷେତ୍ରରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। କମ୍ପାନୀ ଶିକ୍ଷାନୁଷ୍ଠାନକୁ ସିଲାବସ ବିକଶିତ କରିବା, ପଠନ ସାମଗ୍ରୀ ପ୍ରସ୍ତୁତ କରିବା ଏବଂ ଏହି ପାଠ୍ୟକ୍ରମ ଯେପରି ନୂତନ ବୈଷୟିକ ଅଗ୍ରଗତି ଓ ଶିଳ୍ପ ଆବଶ୍ୟକତାକୁ ପ୍ରତିଫଳନ କରିବ ତାହା ନିଶ୍ଚିତ କରିବା କ୍ଷେତ୍ରରେ କିଟ୍କୁ ସହଯୋଗ କରିବ।

ଏହି ସହଭାଗିତା ସମ୍ପର୍କରେ ଆପୋଲୋ ଟାୟାର୍ସ ଲିଃର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଆର ମହାଲକ୍ଷ୍ମୀ କହିଛନ୍ତି, “ ଏହି ରଣନୈତିକ ସହଭାଗିତା ଭାରତୀୟ ଅଟୋମୋଟିଭ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରିଛି। ପ୍ରଥମ ଥର ପାଇଁ ଟାୟାର ଟେକ୍ନୋଲୋଜିକୁ ମୁଖ୍ୟସ୍ରୋତର ଇଞ୍ଜିନିୟରିଂ ଶିକ୍ଷାରେ ସାମିଲ କରି, ଆମେ ଯୁବ ଇଞ୍ଜିନିୟରମାନଙ୍କୁ ଭବିଷ୍ୟତ ପ୍ରସ୍ତୁତ ଦକ୍ଷତା ଓ ବାସ୍ତବ ଦୁନିଆର ଏକ୍ସପୋଜର ସହ ସୁସଜ୍ଜିତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଆମର ଫ୍ୟାସିଲିଟିଗୁଡିକରେ ଇଂଟର୍ଣ୍ଣସିପ ଓ ଅନ୍-ଗ୍ରାଉଣ୍ଡ ଟ୍ରେନିଂ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଟାୟାର ଡିଜାଇନ, ଉତ୍ପାଦନ ଓ ପରୀକ୍ଷଣ ସହ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିବେ , ଯାହା ଭାରତର ଯାତାୟତ ଭବିଷ୍ୟତ ପାଇଁ ପ୍ରତିଭା ଶୃଙ୍ଖଳାକୁ ସୁଦୃଢ କରିବ।”

ଏହି ଶିଳ୍ପ-ଶିକ୍ଷାନୁଷ୍ଠାନ ଚୁକ୍ତି ସମ୍ପର୍କରେ କିଟ୍-ଡିୟୁର ଭାଇସ ଚାନ୍ସେଲର ପ୍ରଫେସର (ଡଃ) ସରଞ୍ଜିତ ସିଂହ କହିଛନ୍ତି, “ଏକ ବଜାର ପ୍ରସ୍ତୁତ କର୍ମବଳ ପାଇଁ ଦ୍ରୁତ ବେଗରେ ବଢୁଥିବା ଚାହିଦା କ୍ଷେତ୍ରରେ ଉତମ ମାନର ବୈଷୟିକ ପ୍ରତିଭା ବିକଶିତ କରିବା ପାଇଁ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଭାରତର ଅନ୍ୟତମ ଅଗ୍ରଣୀ ବୈଷୟିକ ବିଶ୍ୱବିଦ୍ୟାଳୟ ଭାବେ , ପ୍ରତିଭା ଅନ୍ତରକୁ ଦୂର କରିବା ଏବଂ ଭବିଷ୍ୟତ ପ୍ରସ୍ତୁତ ଡିଜିଟାଲ ପ୍ରଫେସନାଲଙ୍କୁ ବିକଶିତ କରିବା କ୍ଷେତ୍ରରେ ଶିଳ୍ପ ସହ ସହଭାଗିତା କରିବା ପାଇଁ ଆମ ନିକଟରେ ଏକ ମଜବୁତ ବୌଦ୍ଧିକ ପୁଞ୍ଜି ଓ ପ୍ରତିଭା ଆଧାର ରହିଛି। କୋ-ବ୍ରାଣ୍ଡେଡ ସ୍ପେଶିଆଲାଇଜେଶନ ‘ଟାୟାର ଟେକ୍ନୋଲୋଜି’ର ଶୁଭାରମ୍ଭ ନିଶ୍ଚିତ ଭାବେ ଆମର ଛାତ୍ରଛାତ୍ରୀଙ୍କୁ ଉଦ୍ଭାବନ ଓ ଅନ୍ୟମାନଙ୍କଠାରୁ ଆଗକୁ ବଢିବା ପାଇଁ ଏକ ନୂଆ ସୁଯୋଗ ପ୍ରଦାନ କରିବ।”
ଏହି ଅବସରରେ କିଟ୍, କିସ ଓ କିମ୍ସର ପ୍ରତିଷ୍ଠାତା ପ୍ରଫେସର (ଡଃ) ଅଚ୍ୟୁତ ସାମନ୍ତ ଅଟୋମୋବାଇଲ କ୍ଷେତ୍ରର ସବୁଠାରୁ ମୂଲ୍ୟବାନ ଉପାଦାନ ‘ଟାୟାର’ କ୍ଷେତ୍ରରେ ରହିଥିବା ଚମତ୍କାର ଶିକ୍ଷା ସୁଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଇଞ୍ଜିନିୟରମାନଙ୍କୁ ଜଟିଳ ଟେକ୍ନୋଲୋଜି ଆହ୍ୱାନଗୁଡିକୁ ବୁଝିବା ଏବଂ ଶିଳ୍ପର ସର୍ବୋତମ ଅଭ୍ୟାସଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସକ୍ଷମ କରିବ। ଦୁଇଟି ଶିକ୍ଷାନୁଷ୍ଠାନ ଓ ଇଣ୍ଡଷ୍ଟ୍ରୀ ପାୱାରହାଉସ ମଧ୍ୟରେ ଏହି ସହଭାଗିତା ଟେକ୍ନୋଲୋଜି ଓ ପରିବର୍ତନଶୀଳ ଶିକ୍ଷା ସୁଯୋଗଗୁଡିକ ପାଇଁ ନିଶ୍ଚିତ ଭାବେ ପହଂଚ ଓ ସୁଯୋଗ ପ୍ରଦାନ କରିବ।
ଏହି ଅବସରରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ ଗହଣରେ ସ୍କୁଲ୍ ଅଫ୍ ମେକାନିକାଲ୍ ଇଞ୍ଜିନିୟରିଂର ଡିନ୍ ଡା. ବି. ସୁରେଖା, ପ୍ରଫେସର ପି. ଚନ୍ଦ୍ର ଶେଖର, ଆସୋସିଏଟ ଡିନ୍ ଆଇ, ସ୍କୁଲ ଅଫ୍ ମେକାନିକାଲ୍ ଇଞ୍ଜିନିୟରିଂ, କିଟ୍ଡିୟୁ, ଶ୍ରୀ ପ୍ରଶାନ୍ତ କୁମାର ଏସ୍, ଉତ୍ପାଦ ବିକାଶ ମୁଖ୍ୟ ସିଭି ଟିବିଆର, ଶ୍ରୀମତୀ ରୀମା ଶର୍ମା, ବିଭାଗୀୟ ମୁଖ୍ୟ ଏଚଆରବିପି ବାଣିଜ୍ୟିକ, ଆଇଏସଏସଇଏ, ଶ୍ରୀଯୁକ୍ତ ଅନିତ ଚାକୁ, ମୁଖ୍ୟ ଏଫଟିଏସ, ଆଇଏସଏସଇଏ, ଆପୋଲୋ ଟାୟର୍ସ, ଏବଂ ଡା. ଶିର୍ସେନ୍ଦୁ ବାନାର୍ଜୀ, ଆସୋସିଏଟ ଡିନ୍, ଇଣ୍ଡଷ୍ଟ୍ରିଆଲ୍ ଏଗେଜମେଂଟସ୍, କିଟ୍ଡିୟୁ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.