ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB
କଟକ,୧୮/୦୩:ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB।ନନ୍ ଟ୍ରମା କେୟାରରେ ସର୍ଟସର୍କିଟ୍ରୁ ଜଳିଗଲା ଇଲେକ୍ଟ୍ରି ବୋର୍ଡ।
। ଅଘଟଣ ପୂର୍ବରୁ ଆୟତ କଲେ ଅଗ୍ନିଶମ କର୍ମଚାରୀ।ନନ୍ଟ୍ରମା କେୟାରରେ ଶତାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ତେବେ ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB ମେଡିକାଲ।
ରବିବାର ରାତିରେ SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା।ଟ୍ରମା କେୟାର ICUରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଥିଲା। ଏସସିବି ମେଡିକାଲ ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ 13 ଜଣଙ୍କର ମୃତ୍ୟୁ ଘଟିବା ପରେ ସବୁ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାର ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଘେରିଛନ୍ତି । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ନୈତିକ ଆଧାରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ ।

Comments are closed.